ETV Bharat / state

ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ, ଆହତଙ୍କୁ ସାହାଯ୍ୟ କରି ସାଜିଲେ ଉଦାହରଣ - MUKESH MAHALING HELP INJURED PERSON

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ମହାନୀୟତା, ଆହତଙ୍କୁ ସାହାଯ୍ୟ କରି ସାଜିଲେ ପ୍ରଶଂସାର ପାତ୍ର

Mukesh Mahaling  helps injured
Mukesh Mahaling helps injured (ETV Bharat Odisha)
author img

By ETV Bharat Odisha Team

Published : Jan 18, 2025, 7:55 AM IST

ବଲାଙ୍ଗୀର: ମାନବିକତା ଦେଖାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସାଜିଲେ ଉଦାହରଣ । ଦୁର୍ଘଟଣାରେ ଆହତ ପରିବାରକୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ପହଞ୍ଚାଇଲେ । ତାଙ୍କର ଏଭଳି ପଦକ୍ଷେପ ଯୋଗୁଁ ଆହତ ଉଚିତ ସମୟରେ ଚିକିତ୍ସା ପାଇଲେ । ତେବେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏଭଳି ମାନବିକତାକୁ ସବୁଠି ପ୍ରଶଂସା କରାଯାଇଛି ।

ମାନବିକତା ଦେଖାଇଲେ ସ୍ୱାସ୍ଥ୍ୟ ମନ୍ତ୍ରୀ:

Mukesh Mahaling helps injured (ETV Bharat Odisha)

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଗୁର୍ଥୁଲା ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ଘଟିଥିଲା । ବାଇକରେ ବସିଥିବା ଜଣେ ମହିଳା ଗୁରୁତର ଆହତ ହୋଇଥିଲେ । ଏହି ସମୟରେ ବରଗଡ ଗସ୍ତ ସାରି ସେହି ବାଟ ଦେଇ ନିଜ ଅଞ୍ଚଳକୁ ଫେରୁଥିବା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଦୃଷ୍ଟି ପଡିଥିଲା । ତୁରନ୍ତ ସେ ଗାଡିରୁ ଓହ୍ଲାଇ ଆହତ ମହିଳାଙ୍କୁ ସାହାଯ୍ୟ କରିଥିଲେ । ଆହତଙ୍କୁ ଉଦ୍ଧାର କରିବା ସହ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏଥିସହ ଏନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଖବର ଦେଇଥିଲେ । ତାଙ୍କର ଏହି କାର୍ଯ୍ୟ ଯୋଗୁଁ ସମସ୍ତ ଆହତଙ୍କ ଉଚିତ ସମୟରେ ଚିକିତ୍ସା ହୋଇ ପାରିଥିଲା । ଯାହା ଫଳରେ ମୂଲ୍ୟବାନ ଜୀବନ ବଞ୍ଚି ଯାଇଥିଲା ।

Mukesh Mahaling  helps injured
Mukesh Mahaling helps injured (ETV Bharat Odisha)

ଏହାମଧ୍ୟ ପଢନ୍ତୁ...

ବୌଦ୍ଧରେ ଡାକ୍ତରଖାନାର ସ୍ଥିତି ପରଖିଲେ ସ୍ବାସ୍ଥ୍ୟ ମନ୍ତ୍ରୀ

‘ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ, E-KYC କରିଥିଲେ ମିଳିବ କାର୍ଡ’

ଆୟୁଷ୍ମାନ ଯୋଜନାର ମିଳିବ କାର୍ଡ, ସାମିଲ ହେବେ ରାଜ୍ୟ ବାହାରେ ଥିବା ଶ୍ରମିକ

ଉପମୁଖ୍ୟମନ୍ତ୍ରୀଙ୍କ ଏସକଟ ଗାଡ଼ି ଧକ୍କା, ମାନବିକତା ଦେଖାଇଲେ ପ୍ରଭାତି ପରିଡା - escort vehicle Hit 2 Students

ମାନବିକତା ଦେଖାଇଲେ ପରିବହନ ମନ୍ତ୍ରୀ, ଦୁର୍ଘଟଣା ଆହତଙ୍କୁ ପଠାଇଲେ ହସ୍ପିଟାଲ - MINISTER HELP ACCIDENT VICTIM

ଆହତଙ୍କୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ହେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ:

ଲୋଇସିଂହା ବିଧାୟକ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଏହି ମାନବିକତା ପାଇଁ ତାଙ୍କୁ ସବୁଠି ପ୍ରଶଂସା କରାଯାଇଛି । ତେବେ ସଡ଼କ ଦୁର୍ଘଟଣାରେ ଆହତଙ୍କୁ ସାହାଯ୍ୟ କରିବାକୁ ସରକାର ସଚେତନ କରି ଆସୁଛନ୍ତି । ଏପରିକି ପୁରସ୍କାର ଦିଆଯିବାର ବ୍ୟବସ୍ଥା ମଧ୍ୟ ରହିଛିି । ହେଲେ ସମୟ ଅଭାବ ହେଉ ବା ପୋଲିସ ଭୟ ପାଇଁ ଲୋକେ ଆଜି ବି ବିଭିନ୍ନ କାରଣରୁ ସାହାଯ୍ୟ ପାଇଁ ଆଗକୁ ଆସୁନାହାନ୍ତି । ଏଭଳି ସ୍ଥଳେ ସ୍ବାସ୍ଥ୍ୟ ମନ୍ତ୍ରୀ ନିଜେ ଏଭଳି କାର୍ଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ତେବେ ପୂର୍ବରୁ ମଧ୍ୟ ଏହିଭଳି ସାହାଯ୍ୟ କରି ଅନେକ ଥର ପ୍ରଶଂସାର ପାତ୍ର ହୋଇଛନ୍ତି ମୁକେଶ ମହାଲିଙ୍ଗ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.