ହାଇଦ୍ରାବାଦ: ଭାରତୀୟ ବଜାରରେ ଲଞ୍ଚ ହେଲା ଅଡି କ୍ୟୁ-8 (Audi Q8) । ଅଡି ଇଣ୍ଡିଆ ଏହି ନୂଆ କାରକୁ ଲଞ୍ଚ କରି ଏହାର Q ରେଞ୍ଜକୁ ଆଉ ପାଦେ ଆଗେଇ ନେଇଛି । ଏହି ମଡେଲ ନିଜ ବୋଲ୍ଡ ସ୍ପୋର୍ଟି ଓ ଏକ୍ସପ୍ରେସିଭ ଡିଜାଇନ ସହିତ ଆଖି ଲାଖିଯିବା ଭଳି ବାହାର ଓ ଭିତର ଡିଜାଇନ ପାଇଁ ବାକି କାରଠାରୁ ଭିନ୍ନ ରହିଛି । ଏହି ବିଳାସପୂର୍ଣ୍ଣ କାର ଦାମ କେତେ ରହିଛି ସେ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବା ।
ଭାରତୀୟ ଧନୀଙ୍କ ପ୍ରଥମ ପସନ୍ଦ Audi:-
ଅଧିକାଂଶ ଭାରତୀୟ ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ଲାଗି ଅଡି କାର ପ୍ରଥମ ପସନ୍ଦ ରହିଥାଏ । ସେ କ୍ରିକେଟର ହୁଅନ୍ତୁ କି ଫିଲ୍ମ ଷ୍ଟାର ଅଧିକାଂଶ ସେଲିବ୍ରିଟି ଅଡି କାର ବ୍ୟବହାର କରୁଥିବାର ନଜିର ରହିଛି । ଏଥିଲାଗି ଅଡି ଭାରତୀୟ ବଜାରରେ ନୂଆ ଫିଚର ସହିତ କାରର ନୂଆ ଭର୍ସନ ଲଞ୍ଚ କରୁଛି । ଅପଡେଟେଡ ଅଡି Q8 ଲଞ୍ଚ କରି ଭାରତୀୟ ବଜାରରେ ନିଜ ସ୍ଥିତି ମଜଭୁତ କରିବାକୁ ଉଦ୍ୟମ କରିଛି ଅଡି । ଜର୍ମାନୀ ବ୍ରାଣ୍ଡ ଅଡି ଭାରତରେ Audi Q3, Audi Q5, Audi Q7 ଓ Audi Q8 ଏବଂ ଏହାର ଅପଡେଟେଡ ଭର୍ସନ ଭଳି ବିଳାସପୂର୍ଣ୍ଣ କାର ବିକ୍ରି କରୁଛି ।
ଅଡି Q8ରେ କଣ ରହିଛି ଖାସ୍ ?
ଅଡି Q8ର ଫେସଲିଫ୍ଟେଡ ଭର୍ସନରେ ନୂଆ ଡିଜାଇନ ସାଙ୍ଗକୁ ନୂଆ LRD ଲାଇଟିଂର ସୁବିଧା ମଧ୍ୟ ରହିଛି । ଏହାର ଇଞ୍ଜିନ ସମ୍ପର୍କରେ ଆଲୋଚନା କଲେ ଏଥିରେ 3ଲିଟର ଟର୍ବୋ-ପେଟ୍ରୋଲ V6 ମାଇଲ୍ଡ-ହାଇବ୍ରିଡ ଇଞ୍ଜିନ ରହିଛି । ଯାହାକି ପୁରୁଣା ମଡେଲଠାରୁ ଭଲ ରହିଛି । 2024 ଅଡି Q8କୁ ପୁରୁଣା ମଡେଲ ତୁଳନାରେ 10ଲକ୍ଷ ଅଧିକ ଦାମରେ ଲଞ୍ଚ କରାଯାଇଛି ।