ETV Bharat / technology

ଫ୍ଲିପକାର୍ଟ BBD ସେଲ୍‌କୁ ଆଉ ଅଳ୍ପ ଦିନ; ମୋବାଇଲ ଉପରେ ମିଳିବ ବମ୍ଫର ଅଫର - Flipkart Offers on Mobiles - FLIPKART OFFERS ON MOBILES

Flipkart Big Billion Days Offers on Mobiles: ଫେଷ୍ଟିଭ ସିଜନ ଆରମ୍ଭ ହୋଇଥିବା ବେଳେ ଫ୍ଲିପକାର୍ଟରେ ଆଉ କିଛି ଦିନ ମଧ୍ୟରେ ବିଗ୍‌ ବିଲିଅନ ଡେଜ୍‌ ସେଲ ଆରମ୍ଭ ହେବ । ଏହି ବଡ଼ ସପିଂ ଇଭେଣ୍ଟରେ ଗ୍ରାହକଙ୍କୁ ମୋବାଇଲ ଫୋନ ଉପରେ ବଡ଼ ରିହାତି ମିଳିବାକୁ ଯାଉଛି । ଯଦି ଆପଣ ମୋବାଇଲଟିଏ କିଣିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଅଧିକ ପଢନ୍ତୁ...

Flipkart Big Billion Days Offers on Mobiles
Flipkart Big Billion Days Offers on Mobiles (Flipkart)
author img

By ETV Bharat Tech Team

Published : Sep 19, 2024, 11:21 AM IST

ହାଇଦ୍ରାବାଦ: ଦେଶର ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ସ୍ମାର୍ଟଫୋନ ଉପରେ ବଡ଼ ରିହାତି ପ୍ରଦାନ କରିବାକୁ ଯାଉଛି । ବିଗ୍‌ ବିଲିଅନ ଡେଜ୍‌ ସେଲ୍‌ର ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ନିଜ ନିଜ ପସନ୍ଦର ଜିନିଷ କିଣିବାକୁ ଗ୍ରାହକ ଅପେକ୍ଷା କରି ରହିଛନ୍ତି । ଚଳିତ ମାସ 27 ତାରିଖରୁ ସେଲ୍‌ ଲାଇଭ ହେବ । ଫ୍ଲିପକାର୍ଟ ପ୍ଲସ ମେମ୍ବରଙ୍କ ଲାଗି ଗୋଟିଏ ଦିନ ପୂର୍ବରୁ ଅର୍ଥାତ 26 ତାରିଖରୁ ସେଲ୍‌ ଆରମ୍ଭ ହେବ ।

ଏହି ସେଲରେ ସ୍ମାର୍ଟଫୋନ, ଲ୍ୟାପଟପ୍‌, ଇଲେକ୍ଟ୍ରୋନିକ ପ୍ରଡକ୍ଟ ଓ ଘରୋଇ ଆସବାବପତ୍ର ଉପରେ ବଡ଼ ଡିସକାଉଣ୍ଟ ମିଳିବ । ଫ୍ଲିପକାର୍ଟ ବିଶେଷ କରି ମୋବାଇଲ ଉପରେ ଭଲ ରିହାତି ପ୍ରଦାନ କରିବାକୁ ଯାଉଛି । ଯାହାକି ଗ୍ରାହକଙ୍କୁ ବେଶ ଆକୃଷ୍ଟ କରିଛି । Google Pixel 8 ଓ Samsung Galaxy S23 ସ୍ମାର୍ଟଫୋନ ଉପରେ ବଡ଼ ରିହାତି ମିଳିପାରେ ।

କେଉଁ ସ୍ମାର୍ଟଫୋନ ଉପରେ ମିଳିବ ରିହାତି ?

  • Google Pixel 8: ଫ୍ଲିପକାର୍ଟ ବିଗ ବିଲିଅନ ଡେଜର ଅଂଶ ଭାବରେ ଗୁଗୁଲ ପିକ୍ସେଲ 8 ଫୋନରେ ରିହାତି ପ୍ରଦାନ କରୁଛି । 8GB + 128GB ଭାରିଏଣ୍ଟରେ ଏହି ମୋବାଇଲର ଦାମ Rs. 75,999 ଟଙ୍କା ରହିଛି । କିନ୍ତୁ ଏହି ସେଲରେ ମୋବାଇଲର ଦାମ 40,000 ଟଙ୍କାରୁ କମ୍ ମୂଲ୍ୟରେ ଉପଲବ୍ଧ ହେବ ।
  • Samsung Galaxy S23: ସାମସଙ୍ଗ ଗାଲାକ୍ସି S23 8GB + 128GB ଭାରିଏଣ୍ଟ 40 ହଜାରରୁ କମ୍ ମୂଲ୍ୟରେ କିଣିହେବ ।
  • ସାମସଙ୍ଗ ଗାଲାକ୍ସି S23 FE: ସାମସଙ୍ଗ ଗାଲାକ୍ସି S23 FE ବେସ୍ ଭାରିଏଣ୍ଟ ମୋବାଇଲ୍ 30 ହଜାର ଟଙ୍କା ତଳେ ଉପଲବ୍ଧ ହେବ ।
  • Poco X6 Pro 5G: ପୋକୋ X6 ପ୍ରୋ 5G ମଧ୍ୟ 20 ହଜାର ଟଙ୍କା ତଳେ କିଣିହେବ ।
  • ଏହାବାଦ CMF ଫୋନ୍ 1, Nothing ଫୋନ୍ 2A, ପୋକୋ M6 ପ୍ଲସ୍, ଭିଭୋ T3X, ଇନଫିନିକ୍ସ ନୋଟ୍ 40 ପ୍ରୋ ମୋବାଇଲ୍ କମ୍ ମୂଲ୍ୟରେ କ୍ରୟ କରାଯାଇପାରିବ ।
Also Read: Flipkart Big Billion Days sale: ସେପ୍ଟେମ୍ବର ଏହି ତାରିଖରୁ ଆରମ୍ଭ ଫ୍ଲିପକାର୍ଟ ସେଲ୍‌; ମିଳିବ 80% ଡିସକାଉଣ୍ଟ

କାର୍ଡ ହୋଲ୍ଡର୍ସଙ୍କ (Card holders) ପାଇଁ କଣ ଅଫର ?

  • ଫ୍ଲିପକାର୍ଟ ବିଗ ବିଲିଅନ ଡେ ସେଲରେ HDFC କ୍ରେଡିଟ କାର୍ଡ ଓ ଡେବିଟ କାର୍ଡ ହୋଲ୍ଡର୍ସଙ୍କୁ ଭଲ ଅଫର ମିଳିବାକୁ ଯାଉଛି ।
  • HDFC କାର୍ଡ ଦ୍ବାରା ପ୍ରତି ଅର୍ଡର ଉପରେ 10% ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିବ ।
  • ଫ୍ଲିପକାର୍ଟ କହିଛି ଯେ ଏହା UPI ପେମେଣ୍ଟ ଉପରେ Rs.50 ଡିସକାଉଣ୍ଟ ପ୍ରଦାନ କରିବ ।
  • Flipkart Pay Letterର ସୁବିଧା ନେଇ ଗ୍ରାହକ 1ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ ।
  • Flipkart-Axis Bank କ୍ରେଡିଟ କାର୍ଡ ଉପରେ ଗ୍ରାହକଙ୍କୁ no-cost EMI ସୁବିଧା ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.