ETV Bharat / entertainment

'ଲରେନ୍ସ ବିଷ୍ଣୋଇକୁ ପଠେଇବି କି...' ସଲମାନଙ୍କ ବାପା ସଲିମ ଖାନଙ୍କୁ ମିଳିଲା ଏମିତି ଧମକ - Salim Khan Threatened - SALIM KHAN THREATENED

Salim Khan Threatened: ସଲମାନ ଖାନଙ୍କ ପିତା ତଥା ଚଳଚ୍ଚିତ୍ର ଲେଖକ ସଲିମ ଖାନଙ୍କୁ ଜଣେ ମହିଳା ଧମକ ଦେଇଛନ୍ତି । ଖବର ଅନୁଯାୟୀ, ମହିଳା ଜଣକ ଲରେନ୍ସ ବିଷ୍ଣୋକୁ ପଠେଇବି କି କହି ସଲିମ ଖାନଙ୍କୁ ଧମକ ଦେଇଛନ୍ତି । ଯାହାକୁ ନେଇ ସେ ମାମଲା ରୁଜୁ କରିଛନ୍ତି ।

'ଲରେନ୍ସ ବିଷ୍ଣୋଇକୁ ପଠେଇବି କି...' ସଲମାନଙ୍କ ବାପା ସଲିମ ଖାନଙ୍କୁ ମିଳିଲା ଏମିତି ଧମକ
'ଲରେନ୍ସ ବିଷ୍ଣୋଇକୁ ପଠେଇବି କି...' ସଲମାନଙ୍କ ବାପା ସଲିମ ଖାନଙ୍କୁ ମିଳିଲା ଏମିତି ଧମକ (ANI)
author img

By ETV Bharat Entertainment Team

Published : Sep 19, 2024, 5:03 PM IST

ହାଇଦ୍ରାବାଦ: ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଆଜିକାଲି ଚର୍ଚ୍ଚାରେ ରହିଛି । ସଲମାନ ଖାନ ହୁଅନ୍ତୁ ଅବା ଏପି ଧିଲନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା, ଏଥିରେ ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗର ହାତ ଥିବା ଜଣାପଡିଥିଲା । ଏହା ପରେ ବର୍ତ୍ତମାନ ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ଧମକ ମିଳିଛି । ସଲିମ ଖାନଙ୍କୁ ବୁଧବାର ଲରେନ୍ସ ଗ୍ୟାଙ୍ଗଙ୍କ ନାଁରେ ଏହି ଧମକ ମିଳିଛି । ସୂଚନା ଅନୁସାରେ, ସଲିମ ଖାନ ମର୍ଣ୍ଣିୱାକରେ ଯିବା ସମୟରେ ଜଣେ ମହିଳାଙ୍କ ଠାରୁ ଧମକ ପାଇଛନ୍ତି । ମହିଳା ଜଣକ ତାଙ୍କୁ ଲରେନ୍ସ ବିଷ୍ଣୋଇକୁ ପଠେଇବି କି କହିଛନ୍ତି । ଯାହା ପରେ ତୁରନ୍ତ ସଲିମ ଖାନ ପୋଲିସ ନିକଟରେ ଘଟଣା ନେଇ ଅଭିଯୋଗ କରିବା ସହ ମାମଲା ରୁଜୁ କରିଛନ୍ତି ।

ଳରେନ୍ସ ବିଷ୍ଣୋଇ ନାଁରେ ସଲିମ ଖାନଙ୍କୁ ଧମକ

ଏହି ପ୍ରସଙ୍ଗରେ ସଲିମ ଖାନ ବାନ୍ଦ୍ରା ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ମୁମ୍ବାଇ ପୋଲିସ ଧାରା 353 (2) ଏବଂ 292 ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି । ଏହା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରି ଅଭିଯୁକ୍ତଙ୍କ ଧରିବାରେ ସଫଳ ହୋଇଛି । ପରେ ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି । ଅଟକ ଥିବା ବ୍ୟକ୍ତି କହିଛନ୍ତି ଯେ, ସେମାନେ ସଲିମଙ୍କ ସହ ଥଟ୍ଟା କରୁଥିଲେ । ଏଥିସହିତ ଉଭୟଙ୍କ କୌଣସି ଅପରାଧିକ ପୃଷ୍ଠଭୂମି ନାହିଁ ବୋଲି ଅନୁସନ୍ଧାନରୁ ଜଣାପଡିଛି । ଯଦିଓ ସେମାନେ ଉପହାସ କରୁଥିଲେ ହେଲେ ପୂର୍ବ ଆକ୍ରମଣକୁ ଦୃଷ୍ଟିରେ ରଖି ଏହି ଘଟଣା ସହ ଲରେନ୍ସ ବିଷ୍ଣୌଇଙ୍କ ନାଁ ଜଡିତ ହେବା ଖାନ ପରିବାରର ନିରାପତ୍ତାକୁ ନେଇ ଚିନ୍ତା ବଢାଇଛି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଫୁଟିଲା ଗୁଳି, ବାଇକରେ ଆସିଥିଲେ ଦୁର୍ବୃତ୍ତ

ସଲମାନଙ୍କ ପରିବାରକୁ ବାରମ୍ୱାର ମିଳୁଛି ଧମକ

ସଲମାନ ଖାନଙ୍କ ଘରେ ଆକ୍ରମଣର କିଛି ମାସ ପରେ ଏହି ଘଟଣା ଘଟିଛି । ଚଳିତ ବର୍ଷ ଏପ୍ରିଲରେ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଗୁଳିମାଡ଼ ହୋଇଥିଲା। ପରେ ଏହା ଜଣାପଡିଥିଲା ​​ଯେ ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଅଛନ୍ତି । ଗ୍ୟାଙ୍ଗଷ୍ଟରର ଭାଇ ଅନମୋଲ ବିଷ୍ଣୋଇ ଫେସବୁକରେ ପୋଷ୍ଟ କରି ଗୁଳିମାଡ଼ ପାଇଁ ନିଜକୁ ଦାୟୀ କରିଥିଲେ । ବର୍ତ୍ତମାନ ଯାଏଁ ଘଟଣାର ତଦନ୍ତ ଜାରି ରହିଛି । ଏହା ପୂର୍ବରୁ ମଧ୍ୟ ସଲମାନ ଏବଂ ପରିବାରକୁ ଅନେକ ଧମକ ମିଳିସାରିଛି ।

ଏହା ମଧ୍ୟ ପଢନ୍ତୁ: ଭାଇଜାନଙ୍କୁ ହତ୍ୟା ଧମକ, ଲୁକ୍‌ ଆଉଟ୍‌ ନୋଟିସ ଜାରି କଲା ମୁମ୍ବାଇ ପୋଲିସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.