ETV Bharat / state

ପୁରୀ ଶରଧାବାଲିରେ 'ନୂଆ ଓଡ଼ିଶା'ର ସଂକଳ୍ପ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ୧୦୦ ଦିନର ରିପୋର୍ଟ କାର୍ଡ - BJP govt completes 100 days - BJP GOVT COMPLETES 100 DAYS

CM Mohan's BJP Govt 100 Days: ପୁରୀ ଶରଧାବାଲିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ସଂକଳ୍ପ । ନୂଆ ଓଡ଼ିଶା ଗଠନ ପାଇଁ ନେଲେ ସଂକଳ୍ପ । ରାଜ୍ୟରେ ବିଜେପି ସରକାରକୁ ୧୦୦ ଦିନ ପୂର୍ତ୍ତିରେ ରାଜ୍ୟବାସୀଙ୍କୁ ଦେଲେ ରିପୋର୍ଟ କାର୍ଡ ।

ସରକାରକୁ ଶହେ ଦିନ, ଶରଧାବାଲିରେ ରିପୋର୍ଟ କାର୍ଡ ଖୋଲିଲା ଟିମ୍‌ ମୋହନ
ସରକାରକୁ ଶହେ ଦିନ, ଶରଧାବାଲିରେ ରିପୋର୍ଟ କାର୍ଡ ଖୋଲିଲା ଟିମ୍‌ ମୋହନ (ETV Bharat Odisha)
author img

By ETV Bharat Odisha Team

Published : Sep 19, 2024, 4:36 PM IST

ପୁରୀ: ଶହେ ଦିନ ପୂରଣ କରିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବିଜେପି ସରକାର । ଦୀର୍ଘ 24 ବର୍ଷ ପରେ ରାଜ୍ୟରେ ସରକାର ଗଠନ କରିଛି ‘ଭାରତୀୟ ଜନତା ପାର୍ଟି’ । ଶ୍ରୀକ୍ଷେତ୍ର ଶରଧାବାଲିରେ ସରକାରର ଶତ ଦିବସ ପୂର୍ତ୍ତି ଅବସରରେ ଆୟୋଜିତ ହୋଇଛି ଭବ୍ୟ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଦଳର ସମସ୍ତ ସାଂସଦ ଓ ବିଧାୟକମାନେ ଉପସ୍ଥିତ ହୋଇଛନ୍ତି । ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଓ ଶହେ ଦିନ ମଧ୍ୟରେ ପୂରଣ କରିଥିବା ରିପୋର୍ଟ କାର୍ଡ ଜନତାଙ୍କ ସାମ୍ନାରେ ରଖିଛି ।

ପୁରୀ ଶରଧାବାଲିରେ 'ନୂଆ ଓଡ଼ିଶା'ର ସଂକଳ୍ପ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ୧୦୦ ଦିନର ରିପୋର୍ଟ କାର୍ଡ (EETV Bharat Odisha)

ଶହେ ଦିନର ରିପୋର୍ଟ କାର୍ଡ:

ପ୍ରଥମେ ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଏବଂ ବିଜେପି ନେତାମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପରେ ଶରଧାବାଲି ସଭାମଞ୍ଚରେ ପହଞ୍ଚିଛନ୍ତି । ଆଜି ପ୍ରଥମେ ପୁରୀରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବା ପରେ ସମସ୍ତ ଜିଲ୍ଲାସ୍ତରରେ ମଧ୍ୟ ଏହି ଶହେ ଦିନ ପୂର୍ତ୍ତି ଉତ୍ସବ ପାଳନ ହେବ । ଏନେଇ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, ‘‘ବିଜେପି ସରକାର ଯାହା କହେ ତାହା କରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗ୍ୟାରେଣ୍ଟି ବାର୍ତ୍ତାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବ ବିଜେପି । ଆଗାମୀ ଦିନରେ ଓଡ଼ିଶାର ବିକାଶ ପାଇଁ ବିଜେପି ବଦ୍ଧପରିକର ବୋଲି ଓଡ଼ିଶାବାସୀଙ୍କ ନିକଟରେ ବାର୍ତ୍ତା ପହଞ୍ଚାଇବ ବିଜେପି ।‌’’

  • ପୁରୀରେ ସେଲିବ୍ରେସନ :

ଉତ୍ସବ ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।‌ ଶରଧାବାଲିରେ ୧୫ ରୁ ୨୦ ହଜାର ବିଜେପି କର୍ମୀ ଏବଂ ନେତା ଯୋଗ ଦେଇଛନ୍ତି । ସେହିପରି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା ମଧ୍ୟ ପୋଲିସ ପକ୍ଷରୁ କରାଯାଇଛି ।‌ ଭିଭିଆଇପିଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅତିଥିମାନେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ଭିଡ଼ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖାଯାଇ ଶ୍ରୀମନ୍ଦିରରେ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।‌ ପୁରୀ ଏସପି ପିନାକ ମିଶ୍ରଙ୍କ ସୂଚନା ଅନୁସାରେ ମୋଟ ୪୦ ପ୍ଲାଟୁନ ଫୋର୍ସ ସହ ବହୁ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ବରେ ରହିବେ ।

  • ଶପଥ ଗ୍ରହଣ ପରେ ପୁରୀ ଯାଇଥିଲା ନୂଆ ମନ୍ତ୍ରିମଣ୍ଡଳ:

ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପରିଷଦ ଗଣ ପ୍ରଥମେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଆଶୀର୍ବାଦ ନେଇଥିଲେ । ତେବେ ରାଜ୍ୟରେ ବିଜେପି ସରକାର ଗଠନର ଶହେ ଦିନ ପୂର୍ତ୍ତି ଉତ୍ସବକୁ ସଫଳ କରିବା ପାଇଁ ପୁରୀରେ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପୁରୀରୁ ଏହି ଭବ୍ୟ ଉତ୍ସବ ଶୁଭାରମ୍ଭ ପରେ ସବୁ ଜିଲ୍ଲାରେ ଶହେ ଦିନ ପୂର୍ତ୍ତି ଉତ୍ସବ ପାଳନ କରିବେ ଓଡିଶା ସରକାର ।

ଏହା ମଧ୍ୟ ପଢ଼ନ୍ତୁ: ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ - Investment Proposals Of Mohan Govt

ଏହା ମଧ୍ୟ ପଢ଼ନ୍ତୁ: ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ? - 100 days Of Odisha BJP GOVT

ଏହା ମଧ୍ୟ ପଢ଼ନ୍ତୁ:ଦାମୀ ଗାଡ଼ି ନାହିଁ କି ଆଲିସାନ ବଙ୍ଗଳା, ତଥାପି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସମ୍ପତ୍ତି ଶୁଣିଲେ ଉଡ଼ିଯିବ ହୋସ .... - Net Worth Of New CM Atishi

ଏହା ମଧ୍ୟ ପଢ଼ନ୍ତୁ: ପୂର୍ବତଟ ରେଳବାଇର ବଡ଼ ସୂଚନା, ଟ୍ରେନରେ ଲାଗିବ ସୁରକ୍ଷା 'କବଚ' - Kavach To Prevent Accident

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.