ETV Bharat / state

ପ୍ରଧାନମନ୍ତ୍ରୀ ମୋଦି ପିନ୍ଧିବେ ଓଡ଼ିଶା ଖଦି ବସ୍ତ୍ର, ଜନ୍ମ ଦିନରେ ଦେଲେ ବଇନା - PM MODI TO WEAR KHADI CLOTHES

author img

By ETV Bharat Odisha Team

Published : 8 hours ago

Updated : 8 hours ago

PM Modi Appeal For Kurta: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିବେ ଓଡ଼ିଶାର ପାରମ୍ପରିକ ଖଦି ବସ୍ତ୍ର । ପ୍ରଧାନମନ୍ତ୍ରୀ ନିଜ ଜନ୍ମଦିନରେ ଦେଇଛନ୍ତି ବଇନା । ମୋଦିଙ୍କ ପାଇଁ କୁର୍ତ୍ତା ସିଲାଉଛନ୍ତି ଭୁବନେଶ୍ବର ଶବରସାହିର ମହିଳା ଟ୍ରେଲର (Tailor) ରାଜଲକ୍ଷ୍ମୀ ।

PM MODI APPEAL FOR KURTA
PM MODI APPEAL FOR KURTA (ETV Bharat Odisha)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିନ୍ଧିବେ ଓଡିଆଙ୍କ ହାତ ତିଆରି ପୋଷାକ । ଓଡ଼ିଶା ଗସ୍ତରେ ଆସି ଦେଇ ଯାଇଛନ୍ତି ବଇନା । ଗାଡକଣ ଶବରସାହିର ରାଜଲକ୍ଷ୍ମୀ ପ୍ରସ୍ତୁତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଖଦି ପୋଷାକ । ଜନ୍ମଦିନରେ ଓଡ଼ିଶା ଆସି ଓଡିଆ ମହିଳାଙ୍କ ହାତ ତିଆରି ଡ୍ରେସ ପିନ୍ଧିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ମୋଦି । ଯାହାକୁ ନେଇ ବେଶ ଖୁସି ରାଜଲକ୍ଷ୍ମୀ ।

କେବେ ଦେଲେ ଅର୍ଡର ?

ଦିନ ଥିଲା ସେପ୍ଟେମ୍ବର ୧୭, ୨୦୨୪... ସାରା ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ୍ମ ଦିନ ପାଳୁଥିଲା । ଜନ୍ମଦିନରେ ଓଡ଼ିଶା ଗସ୍ତରେ ଆସି ମହିଳାମାନଙ୍କୁ ଦେଇଥିଲେ ସୁଭଦ୍ରା ଭେଟି । ଆଉ ଏହାରି ଭିତରେ ଦିଲ୍ଲୀରୁ ଆସି ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ଭୁବନେଶ୍ବର ସ୍ଥିତ ଗାଡକଣକୁ । ସେଠାରେ ଲୋକଙ୍କ ସହିତ ଆଲୋଚନା କରିଥିଲେ । ଏହି ସମୟରେ ଶବରସାହିରେ ରହୁଥିବା ରାଜଲକ୍ଷ୍ମୀଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । କଥା ହେଉ ହେଉ ରାଜଲକ୍ଷ୍ମୀଙ୍କୁ ପଚାରିଥିଲେ ସେ କେଉଁ କାମ କରୁଛନ୍ତି । ରାଜଲକ୍ଷ୍ମୀ ସିଲେଇ କରୁଥିବା ଜାଣି ପଚାରିଥିଲେ ‘ଏଭଳି କୁର୍ତ୍ତା ସିଲେଇ କରି ଦେବେ ମୋ ପାଇଁ’ ଆଉ କହିଥିଲେ ‘ମୁଖ୍ୟମନ୍ତ୍ରୀଙ୍କ ହାତରେ ପଠାନ୍ତୁ ମୁଁ ପିନ୍ଧିବି’ । ପ୍ରଧାନମନ୍ତ୍ରୀଙ୍କ କୁର୍ତ୍ତାର ଅର୍ଡର ଦେବା ପରେ ସିଲେଇକୁ ନେଇ ବେଶ ଖୁସି ଅଛନ୍ତି ରାଜଲକ୍ଷ୍ମୀ ।

ପ୍ରଧାନମନ୍ତ୍ରୀଙ୍କ ପାଇଁ ପୋଷାକ ସିଲାଇବେ ରାଜଲକ୍ଷ୍ମୀ :

ଶବରସାହିରେ ରୁହନ୍ତି ରାଜଲକ୍ଷ୍ମୀ । ସେ ଦୀର୍ଘ 15 ବର୍ଷ ହେଲା ସିଲେଇ ଶିଖିଲେଣି । ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପାଇଁ ଡ୍ରେସ ସିଲାଇବାକୁ କହିବା ପରେ ଏହାକୁ ସୌଭାଗ୍ୟ ବୋଲି କହିଛନ୍ତି ରାଜଲକ୍ଷ୍ମୀ । ଏନେଇ ରାଜଲକ୍ଷ୍ମୀ କହିଛନ୍ତି, ମୁଁ ବହୁତ ଖୁସି । ଆମ ଗାଁକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ । ଆମେ କେବେ ବିଶ୍ବାସ କରିନଥିଲୁ ପ୍ରଧାନମନ୍ତ୍ରୀ ଆମ ଗାଁକୁ ଆସିବେ ବୋଲି । ଏହା ଆମ କଳ୍ପନାର ବାହାରେ । ସେ ଯେହେତୁ ମୋ ହାତରୁ ଡ୍ରେସ ପିନ୍ଧିବେ କହିଲେ ନିଶ୍ଚିତ ମୁଁ ମୋ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ଡ୍ରେସ କରି ତାଙ୍କୁ ଦେବା ପାଇଁ । ପ୍ରଧାନମନ୍ତ୍ରୀ ସବୁବେଳେ କୁର୍ତ୍ତା ପାଇଜାମା ପିନ୍ଧୁଛନ୍ତି ସେହି ଅନୁଯାୟୀ ମୁଁ ଡ୍ରେସଟା ଦେବି । ଖଦି କପଡା ଆଣିକି ଚେଷ୍ଟା କରିବି ତାଙ୍କ ପାଇଁ ଡ୍ରେସ ତିଆରି ପାଇଁ, ଯେମିତି ଭଲ ହୋଇପାରିବ । ମୁଁ ଜୀବନରେ କେବେ ଭାବି ନଥିଲି ପ୍ରଧାନମନ୍ତ୍ରୀ କହିବେ ଆପଣ କୁର୍ତ୍ତା କରିକି ଦେଲେ ସେ ପିନ୍ଧିବେ । ମୁଁ ବହୁତ ଖୁସି ।

ଲୋକଙ୍କ ସହ ମୋଦିଙ୍କ ଆଲୋଚନା
ଲୋକଙ୍କ ସହ ମୋଦିଙ୍କ ଆଲୋଚନା (ETV Bharat Odisha)

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା କନେକସନ:

ତେବେ ପ୍ରଥମ ଥର ଏପରି ଓଡ଼ିଶାର ବସ୍ତ୍ର ପିନ୍ଧିବାକୁ ଅପିଲ୍‌ କରିନାହାନ୍ତି ପ୍ରଧାନମନ୍ତ୍ରୀ । ପୂର୍ବରୁ ତାଙ୍କୁ ଓଡ଼ିଶାର ସମ୍ବଲପୁରୀ କପଡାରେ ପ୍ରସ୍ତୁତ ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଛି । ଏଥିସହ ଉତ୍ତରୀୟରେ ଓଡ଼ିଶାର ଛାପ ମଧ୍ୟ ଦେଖିବାକୁ ମିଳିଛି । ଜଣେ ଓଡ଼ିଆ ମହିଳାଙ୍କ ହାତରୁ କୁର୍ତ୍ତା ପିନ୍ଧିବା ପାଇଁ ମୋଦି ଅପିଲ୍‌ କରିବା ପରେ ପୁରା ଶବରସାହି ଲୋକେ ଖୁସି ପ୍ରକଟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ଗାଡକଣରେ ଘର ବାଣ୍ଟିଲେ ମୋଦି, ଜନ୍ମଦିନରେ ଖାଇଲେ କ୍ଷୀରି

ପ୍ରଧାନମନ୍ତ୍ରୀ ମୋ ପାଇଁ କୋଉ ହିରୋଠୁ କମ ନୁହନ୍ତି, ଜନ୍ମଦିନରେ ମତେ ଅଟୋଗ୍ରାଫ ଦେଇଛନ୍ତି: ମଞ୍ଜୁ ନାୟକ

ଓଡ଼ିଶାରେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ରାଜ୍ୟବାସୀ , ଦେଖନ୍ତୁ ଫଟୋ

‘ମୋଦିର ଆଶା, ସାରା ଭାରତ କହିବ ସୁନାର ଓଡ଼ିଶା’

Last Updated : 8 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.