ହାଇଦ୍ରାବାଦ: ଲୋକପ୍ରିୟ ବାଇକ ନିର୍ମାତା କମ୍ପାନୀ ବିଏମଡବ୍ଲୁ-ମୋଟୋରାଡ (BMW Motorrad) ଭାରତୀୟ ମାର୍କେଟରେ ଲଞ୍ଚ କରିଛି 'F900 GS' ଓ 'F900 GS Adventure' ବାଇକ୍ । ଏହି 2 ବାଇକ୍ର ବଡୱାର୍କ ସାଙ୍ଗକୁ ଇଞ୍ଜିନରେ ପରିବର୍ତ୍ତନ କରାଯାଇଛି । ଫଳରେ ଏହା ପୂର୍ବ ମଡେଲ F850 GSଠାରୁ ଅଲଗା ରହିଛି । ଏଥିରେ 895cc ଲିକ୍ବିଡ କୁଲଡ ଟ୍ବିନ ସିଲିଣ୍ଡର ଇଞ୍ଜିନ ରହିଛି । ଏହି 2 ବାଇକ ଲାଗି କମ୍ପାନୀ ଗତ ମାସରୁ ବୁକିଂ ଆରମ୍ଭ କରିଛି ।
BMW F900 GS, GS Adventure ଫିଚର୍ସ:-
- ଇଞ୍ଜିନ: 895cc ଲିକ୍ବିଡ କୁଲଡ ଟ୍ବିନ ସିଲିଣ୍ଡର
- LED ଲାଇଟିଂ
- ମଲ୍ଟି ରାଇଡିଂ ମୋଡ
- ପାୱାର ମୋଡ
- ହିଟେଡ ହ୍ୟାଣ୍ଡେଲ ବାର ଗ୍ରିପ୍ସ
- ଟ୍ରାକ୍ସନ କଣ୍ଟ୍ରୋଲ
- ABS
- କ୍ବିକ୍ ସିଫ୍ଟର (ଉଭୟ ଦିଗକୁ)
- USB ଚାର୍ଜିଂ ପୋର୍ଟ
- ବ୍ଲୁଟୁଥ କନେକ୍ଟିଭିଟି
- 6-ସ୍ପିଡ ଗିଅରବକ୍ସ
କଲର ଅପସନ:- F900 GS ଓ GS Adventure ଉଭୟ ବାଇକ ଭାରତୀୟ ମାର୍କଟରେ 2ଟି ରଙ୍ଗର ଉପଲବ୍ଧ । ଷ୍ଟାଇଲ ପ୍ୟାସନ ଭାରିଏଣ୍ଟ ହଳଦିଆ ଓ ଲାଇଟ୍ ହ୍ବାଇଟ ସଲିଡ କଲର ରହିଛି । ସେହିପରି 'GS Trophy' ଭାରିଏଣ୍ଟ ରେସିଂ ବ୍ଲୁ ମେଟାଲିକ ଡୁଆଲ ଟୋନ କଲରରେ ଉପଲବ୍ଧ ରହିଛି । ଅନ୍ୟପଟେ BMW F900 GS Adventureର 2ଟି କଲର ଅପସନ ହେଉଛି ବ୍ଲାକ୍ ଷ୍ଟର୍ମ ମେଟାଲିକ ଓ ମ୍ୟାଟ୍ ହ୍ବାଇଟ ଆଲୁମିନିୟମ ।
ଦାମ କେତେ ରହିଛି ?
- BMW F900 GS ଦାମ: Rs.13.75 Lakhs (ଏକ୍ସ-ଶୋରୁମ୍)
- BMW F900 GS Adventure ଦାମ: Rs 14.75 Lakh (ଏକ୍ସ-ଶୋରୁମ୍)
ମାର୍କେଟରେ କାହାକୁ ଦେବ ଟକ୍କର ? : ମାର୍କେଟ ଏକ୍ସପର୍ଟଙ୍କ ଆକଳନ ଅନୁସାରେ ଏହି ଦୁଇ ବାଇକ 800-900cc ସେଗମେଣ୍ଟରେ Triumph Tiger 900 ଓ Suzuki V-Strom 800 DEକୁ ଟକ୍କର ଦେବ ।
ଅଫ-ରୋଡ ପାଇଁ ବେଷ୍ଟ:- BMW ମୋଟୋରାଡ ଗ୍ରାହକଙ୍କୁ ଟ୍ରିପର ଏକ ନିଆରା ଅନୁଭୂତି ପ୍ରଦାନ କରିବା ଲାଗି ଏହି 2 ବାଇକକୁ ଡିଜାଇନ କରିଛି । ଏଥିରେ ଅଫ-ରୋଡ ଟାୟାର ବ୍ୟବହୃତ ହୋଇଥିବା ବେଳେ 23 ଲିଟର ଇନ୍ଧନ ଟ୍ୟାଙ୍କ ରହିଛି ।