ETV Bharat / technology

ସାବଧାନ ! କାଲିଠୁ ଡିଲିଟ ହୋଇପାରେ ଆପଣଙ୍କ Gmail ଆକାଉଣ୍ଟ; ନୂଆ ନିୟମ ଆଣିଲା ଗୁଗଲ୍‌ - Stop Google Account from Deleting

author img

By ETV Bharat Tech Team

Published : 12 hours ago

Google Inactive Account Policy: ଜିମେଲ୍‌ ହେଉଛି ସାରା ବିଶ୍ବରେ ସର୍ବାଧିକ ବ୍ୟବହାର ହେଉଥିବା ଇମେଲ୍‌ ପ୍ଲାଟଫର୍ମ । ବିଶ୍ବ ସ୍ତରରେ ଏହାର 1.5 ବିଲିୟନ ୟୁଜର୍‌ ଅଛନ୍ତି । ଇନଆକ୍ଟିଭ ଆକାଉଣ୍ଟକୁ ହଟାଇବା ଲାଗି ଏହା ନୂଆ ନିୟମ ଆଣିଛି । ଯଦି ଆପଣ ନୂଆ ନିୟମ ପ୍ରତି ଅବଗତ ନ ହୁଅନ୍ତି ତେବେ ଆପଣଙ୍କ ଆକାଉଣ୍ଟ ଡିଲିଟ୍‌ ହୋଇପାରେ । ଅଧିକ ପଢନ୍ତୁ

Google Inactive Account Policy
Google Inactive Account Policy (ETV Bharat)

ହାଇଦ୍ରାବାଦ: ଆପଣଙ୍କ ଜିମେଲ ଆକାଉଣ୍ଟ ଅଛି କି ? ଏହାକୁ ଆପଣ ନିୟମିତ ବ୍ୟବହାର କରୁଛନ୍ତି ନା ଏହା ସେମିତି ରହିଛି । ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଗୁଗଲ୍‌ ଏକ ନୂଆ ନିୟମ ଆଣିଛି । ଏହି ନୂଆ ନିୟମ ଅନୁସାରେ ଯଦି ଆପଣ ନିଜ ଜିମେଲ ଆକାଉଣ୍ଟକୁ ବ୍ୟବହାର କରୁନାହାନ୍ତି ଓ ଏହା ଇନଆକ୍ଟିଭ ହୋଇ ପଡ଼ି ରହିଛି, ତେବେ ଆପଣଙ୍କ ଆକାଉଣ୍ଟଟି ଡିଲିଟ୍‌ ହୋଇପାରେ । ତେବେ ଆକାଉଣ୍ଟ ହଟାଇବା ଲାଗି ଗୁଗଲ୍‌ କିଛି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି ।

କଣ ଗୁଗଲ୍‌ର ନୂଆ ନିୟମ ?

ଗୁଗଲ୍‌ ନୂଆ ନିୟମ ଏଥିଲାଗି ଆଣିଛି କାରଣ ଇନଆକ୍ଟିଭ ଆକାଉଣ୍ଟ ଗୁଡ଼ିକ ହ୍ୟାକ୍‌ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁଜର୍‌ ଏହାକୁ ନିୟମିତ ଭାବେ ବ୍ୟବହାର କରୁନଥିବାରୁ ଏଥିରେ କଣ ପରିବର୍ତ୍ତନ ହେଉଛି ସେ ସହଜରେ ନୋଟିସ୍‌ କରିପାରନ୍ତି ନାହିଁ । ଅନ୍ୟପଟେ ଇନଆକ୍ଟିଭ ଆକାଉଣ୍ଟରେ ଡେଟା ଯୋଗୁଁ ଗୁଗଲର ସର୍ଭର ବି ସ୍ପେଶ୍‌ ସମସ୍ୟା ହେଉଛି । ଗୁଗଲ୍‌ ନିଜ ୟୁଜରଙ୍କ ଡେଟାକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଏହି ନୂଆ ନିୟମ ଆଣିଛି ।

Also Read: ଏଣିକି ଫୁଲ ହେବନି ଷ୍ଟୋରେଜ, ଜିମେଲରେ ଆସିଲା ଅନସବସ୍କ୍ରାଇବ ଅପ୍ସନ

ଇନଆକ୍ଟିଭ ବା ବ୍ୟବହାର ହେଉନଥିବା ଆକାଉଣ୍ଟଗୁଡ଼ିକ ଆସନ୍ତାକାଲି (ସେପ୍ଟେମ୍ବର 20)ଠୁ ଡିଲିଟ ହେବ । ଯଦି ଆପଣଙ୍କୁ ଜିମେଲ୍‌ ଆକାଉଣ୍ଟ ଡିଲିଟ୍‌ ନେଇ ଗୁଗଲ ପକ୍ଷରୁ କୌଣସି ମେସେଜ ଆସୁଛି, ତେବେ ବିଚଳିତ ନ ହୋଇ ନିମ୍ନରେ କୁହାଯାଇଥିବା ଷ୍ଟେପକୁ ଅନୁସରଣ କରନ୍ତୁ ।

  • ଆପଣ ପ୍ରତି 2ବର୍ଷରେ ଥରେ ନିଜର ଜିମେଲ୍‌ ଆକାଉଣ୍ଟକୁ ଲଗ୍‌ ଇନ୍‌ କରନ୍ତୁ ।
  • Gmail ଇନବକ୍ସକୁ ଆକ୍ଟିଭ ରଖନ୍ତୁ । ମଝିରେ ମଝିରେ ମେଲ୍‌ ପଠାନ୍ତୁ ।
  • ଗୁଗଲ ଡ୍ରାଇଭ ବ୍ୟବହାର କରନ୍ତୁ: ଡକ୍ୟୁମେଣ୍ଟ କ୍ରିଏଟ ଓ ଏଡିଟ ପାଇଁ
  • ଗ୍ୟାଲେରୀରୁ ଗୁଗଲ ଫଟୋଜକୁ ଫଟୋ ଅପଲୋଡ କରନ୍ତୁ ।
  • ଆପଣଙ୍କ ଇନଆକ୍ଟିଭ ଜିମେଲ ଆକାଉଣ୍ଟରୁ YouTubeରେ ଭିଡିଓ ଦେଖନ୍ତୁ ।

ଅନେକ ପ୍ରଶ୍ନ କରିଥିବା ଦେଖିବାକୁ ମିଳୁଛି ଯେ ଇନଆକ୍ଟିଭ ଆକାଉଣ୍ଟଟି ଡିଲିଟ ହୋଇଗଲା ପରେ ଆଉ ଥରେ ଏହାକୁ Open କରିହେବ କି ? ସମ୍ଭବତଃ ଏପରି ହୋଇପାରିବ ନାହିଁ । ତେଣୁ ସତର୍କ ରହିବା ନିହାତି ଆବଶ୍ୟକ । ଆପଣଙ୍କ ଇନଆକ୍ଟିଭ ଆକାଉଣ୍ଟକୁ ଗୁଗଲ ପକ୍ଷରୁ ମେଲ୍‌ ଆସିଲେ ଏହାକୁ ଅଣଦେଖା କରନ୍ତୁ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.