ହାଇଦ୍ରାବାଦ:ଡିଜିଟାଲ ଯୁଗରେ ଲୋକେ ଅନଲାଇନ ସପିଂ କରିବାକୁ ବେଶ ପସନ୍ଦ କରୁଛନ୍ତି । ନିଜ ମନ ପସନ୍ଦର ଜିନିଷକୁ ଅର୍ଡର କରିବା ମାତ୍ରେ ସେହି ଦିନ କିମ୍ବା 1ରୁ 2 ଦିନ ମଧ୍ୟରେ ଜିନିଷ ଆସି ଘରେ ପହଞ୍ଚୁଛି । ଆମକୁ ବାହାରକୁ ଯିବାକୁ ପଡୁନାହିଁ । ମୋବାଇଲରେ ଆଙ୍ଗୁଳି ଟିପରେ ଅର୍ଡର ହୋଇପାରୁଛି । ଯଦି ଆମେ ଉକ୍ତ ଜିନିଷ କିଣିବାକୁ ଚାହୁଁନାହୁଁ, ତେବେ ଉକ୍ତ ଅର୍ଡରକୁ କ୍ୟାନ୍ସେଲ କରିବାକୁ ମଧ୍ୟ ଅପସନ ରହିଥାଏ । କିନ୍ତୁ ଆଗକୁ ଯେତେବେଳେ ନାହିଁ ସେତେବେଳେ ଅର୍ଡର କ୍ୟାନ୍ସେଲ କରିବା ସହଜ ହୋଇନପାରେ ।
ଗଣିପାରନ୍ତି କ୍ୟାନ୍ସେଲେସନ ବାବଦକୁ ଟଙ୍କା:-
ସୋସିଆଲ ମିଡିଆ ଓ କିଛି ରିପୋର୍ଟ ଅନୁସାରେ, ଦେଶର ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟ ଏଭଳି ଏକ ନୀତି ଆଣିବାକୁ ଯୋଜନା କରୁଛି । ଏହି ନୀତି ଆସିଲେ ଫ୍ଲିପକାର୍ଟର କ୍ୟାନ୍ସେଲେସନ ପଲିସିରେ ପରିବର୍ତ୍ତନ ଆସିପାରେ । ଏଯାବତ କମ୍ପାନୀ ଅର୍ଡର କ୍ୟାନ୍ସେଲେସନ ପାଇଁ କୌଣସି ଟଙ୍କା ନେଉନାହିଁ । ନିକଟ ଭବିଷ୍ୟତରେ କମ୍ପାନୀ ଏପରି ପଲିସି ଆଣିପାରେ, ଯାହାଦ୍ବାରା ଗ୍ରାହକ କୌଣସି ଅର୍ଡର କ୍ୟାନ୍ସେଲ କଲେ ତଣ୍ଡ ଗଣିବେ ଏବଂ ଏହି ଟଙ୍କା ସେମାନଙ୍କ ଅର୍ଡରର ଦାମ ଉପରେ ନିର୍ଭର କରେ । ମିନ୍ତ୍ରା ମଧ୍ୟ କ୍ୟାନ୍ସେଲେସନ ଫି' ନେବ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ସୋସିଆଲ ମିଡିଆରେ ଉଭୟ କମ୍ପାନୀ କ୍ୟାନ୍ସେଲେସନ ଲାଗି ଚାର୍ଜ କରୁଥିବା ନେଇ ଏକ ସ୍କ୍ରିନସଟ୍ ଘୁରି ବୁଲୁଛି ।
Flipkart ଓ Myntraର ପ୍ରତିକ୍ରିୟା:-