ଓଡିଶା

odisha

ETV Bharat / technology

ଆଜି ଚାହିଁଲେ ଆଜି ଘରେ ପହଞ୍ଚିବ Laptop; ଏମିତି ସେବା ଆଣିଲା ବ୍ଲିଙ୍କଇଟ୍‌ - BLINKIT TO DELIVER LAPTOP IN 10 MIN

କ୍ବିକ୍‌ ଡେଲିଭରି ସେବା ଯୋଗାଉଥିବା କମ୍ପାନୀ ଆମ୍ବୁଲାନ୍ସ ପରେ ଏବେ ଆଉ ଏକ ଡେଲିଭରି ଅପସନ ଆଣିଛି । ଫଳରେ 10 ମିନିଟ୍‌ରେ ଘରେ ପହଞ୍ଚିବ ଲ୍ୟାପଟପ୍‌ ।

Blinkit to deliver Laptop in 10 Min
Blinkit to deliver Laptop in 10 Min (Photo- Blinkit)

By ETV Bharat Tech Team

Published : Jan 10, 2025, 7:17 PM IST

ହାଇଦ୍ରାବାଦ: କ୍ବିକ୍‌ କମର୍ସ ପ୍ଲାଟଫର୍ମ ବ୍ଲିଙ୍କଇଟ୍‌ ଏବେ ଖାଲି ଖାଦ୍ୟ ସାମଗ୍ରୀ ଡେଲିଭରି କ୍ଷେତ୍ରରେ ସୀମିତ ରହିନାହିଁ, ଏହି ଆପ୍‌ ଇଲେକ୍ଟ୍ରୋନିକ୍‌ ମାର୍କେଟରେ ମଧ୍ୟ ପ୍ରବେଶ କରିଛି । ଏଣିକି ଆପଣ ଆଜି ଚାହିଁଲେ ଆଜି ଆପଣଙ୍କ ଘରେ ପହଞ୍ଚିବ ଲ୍ୟାପଟପ୍‌ ପରି ଦାମି ଇଲେକଟ୍ରୋନିକ୍‌ ଉପକରଣ । ସାଧାରଣତଃ କୌଣସି ଇ-କମର୍ସ ପ୍ଲାଟଫର୍ମରେ ଏହାକୁ ଅର୍ଡର କଲେ ଅତି କମରେ 2ରୁ 3ଦିନ ସମୟ ଲାଗିଥାଏ, ହେଲେ ବ୍ଲିଙ୍କଇଟ୍‌ ମାତ୍ର 10 ମିନିଟରେ ଆପଣଙ୍କ ଘରେ ଲ୍ୟାପଟପ୍‌ ଓ ପ୍ରିଣ୍ଟର ଆଦି ପହଞ୍ଚାଇବ ।

10ମିନିଟରେ ପହଞ୍ଚିବ ଲ୍ୟାପଟପ୍‌

ୟୁଜର ମାତ୍ର 10 ମିନିଟ୍‌ରେ ବ୍ଲିଙ୍କଇଟ୍‌ରୁ ଲ୍ୟାପଟପ୍‌, ପ୍ରିଣ୍ଟର, ମନିଟର୍‌ ଓ ଅନେକ ଇଲେକଟ୍ରୋନିକ୍‌ ଜିନିଷ ଅର୍ଡର କରିପାରିବେ । ଏ ନେଇ ବ୍ଲିଙ୍କଇଟ୍‌ର ସିଇଓ ଅଲବିନ୍ଦର ଢିଢଁସା X ସାଇଟ୍‌ରେ ଏକ ପୋଷ୍ଟ କରି ସୂଚନା ଦେଇଛନ୍ତି । କିନ୍ତୁ ପ୍ରଥମେ ଏହି ସେବାକୁ କିଛି ହାତଗଣତି ସହରରେ ଉପଲବ୍ଧ କରାଯାଇଛି । ଆଗାମୀ ଦିନରେ ଏହି ସେବା ଦେଶର ଅନ୍ୟ ସହରରେ ମଧ୍ୟ ଉପଲବ୍ଧ ହେବ ।

ବ୍ଲିଙ୍କଇଟ୍‌ରେ କେଉଁ ବ୍ରାଣ୍ଡରେ ମିଳିବ ଏହି ସେବା ?

ଏହି ସେବା ପ୍ରଦାନ କରିବା ଲାଗି ବ୍ଲିଙ୍କଇଟ୍‌ କିଛି ପ୍ରମୁଖ ଇଲେକଟ୍ରୋନିକ୍‌ କମ୍ପାନୀ ସହିତ ହାତ ମିଳାଇଛି । ସେହି ବ୍ରାଣ୍ଡର ପ୍ରଡକ୍ଟ ଆପ୍‌ରେ ଉପଲବ୍ଧ ଥିବା ବେଳେ ଆପଣ ଚାହିଁଲେ ଏହାକୁ ମାତ୍ର 10 ମିନିଟ୍‌ରେ ଘରେ ପାଇପାରିବେ । ସେହି ବ୍ରାଣ୍ଡ ଗୁଡ଼ିକ ହେଉଛି:

  • ଲ୍ୟାପ୍‌ଟପ୍‌:HP
  • ମନିଟର୍‌: Lenovo, Zebronics ଓ MSI
  • ପ୍ରିଣ୍ଟର:Canon ଓ HP
  • ପ୍ରିଣ୍ଟର କାର୍ଟ୍ରିଜେସ୍‌: HP ଓ Canon

କେଉଁ ସହରରେ ଉପଲବ୍ଧ ହେବ ଏହି ସେବା ?

  1. ଦିଲ୍ଲୀ ଏନସିଆର
  2. ପୁଣେ
  3. ମୁମ୍ବାଇ
  4. ବେଙ୍ଗାଲୁରୁ
  5. କୋଲକାତା
  6. ଲକ୍ଷ୍ନୌ

ଏହି ସେବା ପଛରେ କଣ ଉଦ୍ଦେଶ୍ୟ ?

ଯେଉଁ ଗ୍ରାହକମାନେ ସୁବିଧା ଓ ଗତିର ମୂଲ୍ୟବୋଧକୁ ଗୁରୁତ୍ବ ଦିଅନ୍ତି, ସେହିମାନଙ୍କ ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ କରିଛି କମ୍ପାନୀ । ଏହାସହିତ ଇଲେକଟ୍ରୋନିକ୍‌ ବଜାରର ରୂପରେଖକୁ ମଧ୍ୟ ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛି । ଏହି ସେବା ମାଧ୍ୟମରେ ୟୁଜରଙ୍କୁ ଆଉ ବ୍ୟକ୍ତିଗତ ଭାବେ କୌଣସି ଦୋକାନକୁ ଯିବାକୁ ପଡ଼ିବ ନାହିଁ । ଏହାସହିତ ସେମାନଙ୍କୁ ଅତିରିକ୍ତ ଦେୟ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସେମାନେ ଘରେ ବସି ଦ୍ରୁତତମ ଡେଲିଭରି ସେବା ପାଇପାରିବେ । ଯେଉଁ ବ୍ୟବସାୟୀମାନେ ଭଡ଼ା ବାବଦରେ ଗ୍ରାହକଙ୍କୁ ଠକିବାକୁ ଉଦ୍ୟମ କରନ୍ତି, ଏବେ ବ୍ଲିଙ୍କଇଟ୍‌ ଏହି ମାର୍କେଟରେ ପ୍ରବେଶ କରିବା ପରେ ସେମାନଙ୍କ ଲାଗି ଏକ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି ।

ବ୍ଲିଙ୍କଇଟ୍‌ର 10 ମିନିଟ୍‌ ଆମ୍ବୁଲାନ୍ସ ସର୍ଭିସ

କହି ରଖୁଛୁ କି, ଏହା ପୂର୍ବରୁ ବ୍ଲିଙ୍କଇଟ୍‌ ଆମ୍ବୁଲାନ୍ସ ସେବା ମଧ୍ୟ ଆରମ୍ଭ କରିଛି । ଆପଣ କୌଣସି ଜରୁରୀକାଳୀନ ପରିସ୍ଥିତିରେ ବ୍ଲିଙ୍କଇଟ୍‌ ଆପ୍‌ ମାଧ୍ୟମରେ ଆମ୍ବୁଲାନ୍ସ ବୁକ୍‌ କରିପାରିବେ । ଏହାଦ୍ବାରା ମାତ୍ର 10 ମିନିଟ୍‌ ଭିତରେ ଆପଣଙ୍କ ଘରେ ଆମ୍ବୁଲାନ୍ସ ସହ ସ୍ବାସ୍ଥ୍ୟକର୍ମୀ ମଧ୍ୟ ପହଞ୍ଚିବେ । ଉକ୍ତ ଆମ୍ବୁଲାନ୍ସରେ ପ୍ରାଥମିକ ଚିକିତ୍ସା ଲାଗି ସମସ୍ତ ମେଡିକାଲ ସାମଗ୍ରୀ ରହିଥିବ । ଏହାସହିତ ଆମ୍ବୁଲାନ୍ସରେ ଜଣେ ତାମିଲପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସହ ଡ୍ରାଇଭର ମଧ୍ୟ ରହିଥିବେ ।

ଏହା ବି ପଢନ୍ତୁ
  1. Blinkit ଆରମ୍ଭ କଲା ଆମ୍ବୁଲାନ୍ସ ସେବା; ମାତ୍ର 10ମିନିଟରେ ଘରେ ପହଞ୍ଚିବ ଟିମ୍‌
  2. ଏବେ ଚିନ୍ତାରେ Swiggy, Blinkit ! ଆମାଜନ ଆଣୁଛି କ୍ବିକ୍‌ କମର୍ସ ସର୍ଭିସ Tez

ABOUT THE AUTHOR

...view details