ଓଡିଶା

odisha

By ETV Bharat Odisha Team

Published : Mar 6, 2024, 10:45 PM IST

ETV Bharat / state

ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ, ଦାବି ପୁରଣ ନହେଲେ ଭୋଟ ବର୍ଜନ ଚେତାବନୀ

Odisha State Asa Workers Stage Protest in Bhubaneswar: ଭୁବନେଶ୍ବର ଲୋୱର ପିଏମଜିରେ ଆଶା ଦିଦିମାନେ ବିକ୍ଷେଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଶାଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବିରେ ଆଶା କର୍ମୀମାନେ ରାଜ୍ୟସ୍ତରୀୟ ଗଣଧାରଣା ଦେଇଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ,

ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ
ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ

ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ

ଭୁବନେଶ୍ବର: ପୁଣି ରାଜରାସ୍ତାକୁ ଓଲ୍ଲାଇଲେ ଆଶା କର୍ମୀ । ଆଜି ଭୁବନେଶ୍ବର ଲୋୱର ପିଏମଜିରେ ଆଶା ଦିଦିମାନେ ବିକ୍ଷେଭ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଆଶାଙ୍କ ସ୍ଥାୟୀ ନିଯୁକ୍ତି ଏବଂ ଦରମା ବୃଦ୍ଧି ଦାବିରେ ଆଶା କର୍ମୀମାନେ ରାଜ୍ୟସ୍ତରୀୟ ଗଣଧାରଣା ଦେଇଥିବା ସୂଚନା ମିଳିଛି । ଯେଉଁଥିରେ ରାଜ୍ୟର ସମସ୍ତ ଜିଲ୍ଲାର ଆଶାକର୍ମୀ ମାନେ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲାରୁ ପ୍ରାୟ 10 ହଜାରରୁ ଅଧିକ ଆଶା କର୍ମୀ ନିଜର ମୌଳିକ ସୁବିଧା ସୁଯୋଗ ପାଇଁ ଧାରଣାରେ ବସିଛନ୍ତି। ସରକାର ଯଦି ତାଙ୍କ କଥା ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ଆଗକୁ କାର୍ଯ୍ୟବନ୍ଦ ଚେତାବନୀ ଦେଇଛି ନିଖିଳ ଓଡିଶା ଆଶାକର୍ମୀ ସଙ୍ଘ।

ଭୁବନେଶ୍ୱର ଲୋୱର ପିଏମଜିରେ ଧାରଣା ଦେଲେ ନିଖିଳ ଓଡିଶା ଆଶା କର୍ମୀ ମହଂସଙ୍ଘ। ହକ ପାଇଁ ଲଢେଇ କରିବାକୁ ସରକାରୀ ଡିଉଟି ଛାଡି ଆଜି ଲୋୱାର ପିଏମଜିରେ ଏକାଠି ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟରତ ଆଶା କର୍ମୀମାନେ ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ,ପେନସନ ଭଳି ମୌଳିକ ଦାବି ନେଇ ବିକ୍ଷୋଭ ପଦର୍ଶନ କରିଛନ୍ତି । ସରକାର ଏବଂ 5ଟି ଅଧ୍ୟକ୍ଷ ତାଙ୍କୁ ମିଛ ପ୍ରତିଶୃତି ଦେଇଥିବା ଅଭିଯୋଗ ଆଣିଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ସରକାର ସମସ୍ତଙ୍କୁ ଅଗ୍ରାଧିକାର ଦେଲେ। ଦରମାକୁ ଦ୍ୱିଗୁଣିତ ଘୋଷଣା କଲେ। ହେଲେ ତୃଣମୁଳ ସ୍ତରରେ ଯେଉଁମାନେ ମାତୃ ମୃତ୍ୟୁହାର, କୁପୋଷଣ ହ୍ରାସ କରିବା ପାଇଁ ଦିନ ରାତି ଖଟୁଛନ୍ତି ସେମାନଙ୍କୁ କାହିଁକି ସରକାର ଅଣଦେଖା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢ଼ନ୍ତୁ....ବିକାଶ ଠାରୁ ଦୂରରେ ପାହାଡିଆ ଗାଁ, ମୌଳିକ ସୁବିଧାରୁ ବଞ୍ଚିତ ଲୋକେ

ଆଶା କର୍ମୀଙ୍କ ଦାବି ମଧ୍ୟରେ ଆଶା କର୍ମୀ ମାନଙ୍କୁ 26 ହଜାର ଟଙ୍କା ମାସିକ ଦରମା, 5000 ପେନସନ, ୧୦ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ସହ ଅନ୍ୟାନ ଦାବି ରଖିଛନ୍ତି । ତେବେ ଆଶା କର୍ମୀଙ୍କ ସମ୍ପାଦିକା ନମିତା ସାହୁ କହିଛନ୍ତି, ‘‘ରାଜ୍ୟ ନିଖିଳ2024 ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ବହୁ ଘୋଷଣା କରିଛନ୍ତି । ପ୍ରତିଦିନ ବିଭିନ୍ନ ବର୍ଗଙ୍କ ପାଇଁ ଘୋଷଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ରାଜ୍ୟରେ ପ୍ରାୟ 40 ହଜାର ଆଶାକର୍ମୀ କାର୍ଯ୍ୟରତ ଅଛନ୍ତି।ସେମାନେ ମାସିକ 3500 ଟଙ୍କା ଭତ୍ତା ପାଉଛନ୍ତି। ତେବେ ଆମକୁ ଆମ ପରିଶ୍ରମ ବାବଦକୁ ସଠିକ ମୁଲ୍ୟ ଦିଆଯାଉ ।’’ ନିରବଚ୍ଛିନ୍ନ କର୍ତ୍ତବ୍ୟ କରି ସମାଜକୁ ଏକ ସ୍ବଚ୍ଛ ଓ ପରିମଳ ରଖିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ଆଶାକର୍ମୀ । ତେବେ ଦେଖିବାକୁ ବାକି ରହିଲା ଆଶାକର୍ମୀଙ୍କ ଦାବି କେବେ ଶୁଣୁଛନ୍ତି ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details