ETV Bharat / state

ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case

author img

By ETV Bharat Odisha Team

Published : 2 hours ago

puja performed at Bharatpur police station: ଭରତପୁର ଥାନାରେ ହୋମ ଯଜ୍ଞ । କର୍ତ୍ତା ସାଜିଲେ ଖୋଦ୍ ନୂଆ ଆଇଆଇସି । ଭରତପୁର ଥାନା ଭିତରେ ହେଲା ହୋମ ଯଜ୍ଞ ପୂଜାର୍ଚ୍ଚନା । ଥାନା ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା । ଅଧିକ ପଢନ୍ତୁ

Bharatpur police station
Bharatpur police station (ETV Bharat Odisha)

ଭୁବନେଶ୍ବର: ରାଜଧାନୀର ବିବାଦୀୟ ଭରତପୁର ଥାନା । ଗତ ୧୫ତାରିଖରୁ ଥାନାକୁ ନେଇ ଚାରିଆଡେ ବେସ ଚର୍ଚ୍ଚା । ଥାନା ବିରୋଧରେ ଆସିଥିଲା ସାଙ୍ଘାତିକ ଅଭିଯୋଗ ହାଜତ ନିର୍ଯାତନା ଘଟଣା । ତେବେ ଯାହାକୁ ନେଇ ଓଡ଼ିଶା ପୋଲିସର ଛବି ଖରାପ ହୋଇଥିଲା । କ୍ରାଇମବ୍ରାଞ୍ଚ ତଦନ୍ତ ଠୁ ଆରମ୍ଭ କରି ଜୁଡିସିଆଲ ତଦନ୍ତ ଚାଲୁଛି । ଏବେ କିନ୍ତୁ ଚାଲିଛି ଥାନାରେ ପୂଜାର୍ଚ୍ଚନା । କାରଣ ଯୋଗ ଦେଇଛନ୍ତି ନୂତନ ଥାନାଧିକାରୀ ଆଉ ସିସିଟିଭି ଲାଗିବା ଆରମ୍ଭ ମଧ୍ୟ ହୋଇଛି ।

ଥାନାରେ ପଶୁ ପଶୁ ଝୁଲୁଛି ଲେମ୍ବୁ ଆଉ ଲଙ୍କା । ଥାନା ଭିତରେ ପୂଜାଅର୍ଚ୍ଚାର ମାହୋଲ । ଥାନାଧିକାରୀଙ୍କ ଚାମ୍ବର ଭିତରେ ଜୋରସୋର ପୂଜାର୍ଚ୍ଚନା।ଥାନା ଭିତରେ ଚାରିଆଡେ ବୁଲୁଛି ହୋମଧୂଆଁ । ଥାନା ବୁଲି ପୂଜକ ଭାଇନା ଛିଞ୍ଚୁଛନ୍ତି ମନ୍ତ୍ର ଉଚାରଣ କରି ପାଣି । ଥାନାଧିକାରୀଙ୍କ ଚାମ୍ବରରେ ମନ୍ତ୍ରଧ୍ବନିର ଜବରଦସ୍ତ ଉଚ୍ଚାରଣ । କର୍ତ୍ତାରେ ବସିଛନ୍ତି ଥାନା ବାବୁ ଆଉ ପୂଜକ କରୁଛନ୍ତି ପୂଜାବିଧି ଉପଚାର । ଭୋଗ ଓ ଫୁଲ ସହ ଠାକୁରଙ୍କୁ ଧୂପ ଦ୍ଵୀପରେ କରାଯାଇଛି ବନ୍ଦାପନା । ଥାନାଧିକାରୀଙ୍କ ମଥାରେ ଚନ୍ଦନ ସିନ୍ଦୁର ଲଗାଇ ପ୍ରଦୀପ ଜଳାଇ ପୂଜକ କରୁଛନ୍ତି ପୂଜାର୍ଚ୍ଚାନ । ଆଳତି କରି ଆଶୀର୍ବାଦ ନେଉଛନ୍ତି ଜଣକ ପରେ ଜଣେ ଥାନାର‌ ପୋଲିସ କର୍ମଚାରୀ ।

ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା (ETV Bharat Odisha)

ମନ୍ତ୍ର ଉଚରାଣ କରି ପୂଜକ ରବି ମିଶ୍ର କହିଛନ୍ତି, "ଏ ଶାନ୍ତି ପୂଜା, ଗ୍ରହ ମାନଙ୍କୁ ଶାନ୍ତି କରାଯାଏ । ପାପ ଶକ୍ତି ନିବାରଣ ପାଇଁ ଏଭଳି ଶକ୍ତି ପୁଜା କରାଯାଏ । ଏଇଟା ଆଗରୁ ପୂଜା ହୋଇନଥିଲା ତ । ଏବେ ଆସିଲେ ନୂଆ ଆଇଆଇସି ସାର । ପୂଜାରେ ଆଇଆଇସି କର୍ତ୍ତା ହୋଇ ବସିଥିଲେ ଆଇଆଇସି ଦୀପକ ବାବୁ । ନବଗ୍ରହ ଶାନ୍ତି ପୂଜା ପାଇଁ ପୂଜା କଲେ । ବାହାରରକୁ ଦୃଷ୍ଟି ପଡ଼ିବନି । ଲୋଭ ଶକ୍ତି ପଡିବନି । ଯାହା ହେଲେ ବି ଏଇଟା ନମ୍ବର ୧ ଥାନା । ନମ୍ବର ୧ ବିଲ୍ଡିଂ ଯେମିତି ନଜର ପଡିବନାଁହି । ନବଗ୍ରହ ଦୋଷ ଥିଲା ୩୩ କୋଟି ଦେବତାଙ୍କୁ ପୂଜା କରାଗଲା ।"

puja performed at Bharatpur police station
puja performed at Bharatpur police station (ETV Bharat Odisha)

ଆଇଆଇସି ଦୀପକ ଖଣ୍ଡାୟତରାୟ କହିଛନ୍ତି, "ଆଜି ମୁଁ ଚେୟାରରେ ବସିଲି ଥାନାରେ ବିଧିବଦ୍ଧ ଭାବେ ପtଜାଟେ କଲି । ସିସିଟିଭି ପୁରୁଣା ଥାନାରେ ଥିଲା । ନୂଆ ଥାନା ଗିଫ୍ଟ ହେବା ପରେ ସେସବୁ ସିସିଟିଭିକୁ ସିଫ୍ଟ କରାଗଲା । ସୁପ୍ରିମକୋର୍ଟଙ୍କୁ ନିୟମ ଅନୁସାରେ ଲଗାଯାଉଛି । ଥାନାର ପୁରା ପରିସର କଭର ରହିବ ସର୍ଭିଲାନସ । ହାଜତ ରହିବ ସିଷ୍ଟମ୍ ସବୁ ରହିବ ମାଲଖାନା ଯେଉଁଠି ମାଲ ଆଇଟମ ରହିବ । ସୁପ୍ରିମକୋର୍ଟଙ୍କ ଯାହା ଗାଇଡ ଲାଇନ ରହିଛି ସେନେଇ ଲଗାଯାଇଛି । ପୁରୁଣାରେ ଯେତେକ ସିସିଟିଭି ଥିଲା ସବୁ ଲଗାଯାଇଛି ।"

ଏହା ବି ପଢନ୍ତୁ-ଭରତପୁର ଥାନା ମାମଲା; ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ମେଜର ଓ ବାନ୍ଧବୀ, ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଲା ମହିଳା କଂଗ୍ରେସ - Major fiance meet Mohan Majhi

ଏହା ବି ପଢନ୍ତୁ- ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case

ଏହା ବି ପଢନ୍ତୁ- ଭୁବନେଶ୍ବର ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ୨୪ ଘଣ୍ଟା ଭିତରେ ବଦଳିଲା ନିଷ୍ପତ୍ତି - BJD Called off bandh

ଏହା ବି ପଢନ୍ତୁ- ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry

କାହିଁକି ଭରତପୁର ଥାନା ବିବାଦୀୟ ହୋଇଥିଲା ?

ଗତ ୧୫ତାରିଖ ରାତିରେ ଜଣେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀ ଆସି ଥାନାରେ ପହଂଚିଥିଲେ । ବାଟରେ ତାଙ୍କ ସହ କିଛି ଦୁର୍ବୁତ୍ତ ତାଙ୍କୁ ମାରପିଟ୍ ଓ ଦୁର୍ବ୍ୟବହାର କରିଥିବା ନେଇ ପୋଲିସକୁ ସାହାଯ୍ୟ ମାଗିଥିଲେ । ହେଲେ ଥାନାରେ ତାଙ୍କୁ ପୋଲିସ ସହଯୋଗ କରିନଥିଲା । ପରଦିନ ଅର୍ଥାତ୍ ୧୬ତାରିଖରେ ପୋଲିସକୁ ଦୁର୍ବ୍ୟବହାର କରିବା ଓ ଆକ୍ରମଣ ଅଭିଯୋଗରେ ନିଶାଶକ୍ତ ଅବସ୍ଥାରେ ଥାନାରେ ଭଙ୍ଗାରୁଜା ଭଳି ଘଟଣା ଘଟାଇଥିବା ନେଇ ପୀଡିତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଯାହାକୁ ନେଇ ପୋଲିସ ତାଙ୍କୁ ମାଡ଼ ମାରି ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ ପୀଡିତା । ଏନେଇ ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତନ ସେନା କର୍ମଚାରୀ ରାସ୍ତାକୁ ଓହ୍ଲାଇଥିଲା । ରାଜନୈତିକ ବିରୋଧ ହୋଇଥିଲା।ଘଟଣାକୁ ନେଇ ଥାନା ବିବାଦ ଘେରକୁ ଆସିଥିଲା ।

ନିଲମ୍ବିତ ହୋଇଥିଲେ ଥାନାର ୫ଜଣ ଷ୍ଟାଫ୍-
ଏନେଇ ଯେଉଁଦିନ ଏଭଳି ଥାନା ବିରୋଧରେ ଅଭିଯୋଗ ଆସିଲା । ତୁରନ୍ତ ସେହି ଘଟଣାରେ ଗତ 17 ତାରିଖରେ ଥାନାର ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଏସ ଆଇ ବୈଶାଳିନି ପଣ୍ଡା, ମହିଳା ଏଏସ ଆଇ ସଲିଳମୟୀ ସାହୁ ସହ ସାଗରିକା ରଥ ଓ ବଳରାମ ହାଁସଦାଙ୍କୁ ଥାନାରୁ ଅନ୍ୟତ୍ର ବଦଳି କରିଥିଲେ ପୋଲୀସ କମିସନର ସଞ୍ଜୀବ ପଣ୍ଡା । ଆଉ ତାର ପରଦିନ ଅର୍ଥାତ୍ 18 ତାରିଖରେ ସେହି ଟ୍ରାନସଫର ହୋଇଥିବା 5ଜଣ ଥାନାଷ୍ଟାଫଙ୍କୁ କାର୍ଯରୁ ନିଲମ୍ବିତ କରିଥିଲେ ପୋଲିସ ଡିଜିପି ଓ୍ବାଇବି ଖୁରାନିଆ । ପରେ‌ଏହି ଘଟଣାର‌ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିଲା । ପରେ ପରେ ମହିଳା କମିସନ ମଧ୍ୟ ଘଟଣାର ତଦନ୍ତ କରିଥିଲେ । ପରେ ଏବେ ସେହି ଘଟଣାର ଜୁଡିସିଆଲ ତଦନ୍ତ ନିର୍ଦେଶ ପରେ ଘଟଣାକୁ ରିଚାର୍ଡ ଜଜ ଚିତ୍ତରଞ୍ଜନ ଦାସଙ୍କ ନେତୃତ୍ବରେ ତଦନ୍ତ ହେବ ।

Bharatpur police station cc tv
Bharatpur police station cc tv (ETV Bharat Odisha)

ନିଲମ୍ବିତ ଆଇଆଇସିଙ୍କୁ ବର୍ଷେ ପୁରି ଥାନ୍ତା-
ଆଉ ଦୁଇ ଦିନ‌ପରେ ଏକ ବର୍ଷ ପୁରଣ ହୋଇଥାନ୍ତା ବିବାଦୀୟ ଆଇଆଇସି ତଥା ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ବର୍ଷେ ପୁରି ଥାନ୍ତା ଯୋଗଦାନକୁ । ଅର୍ଥାତ୍ ଗତ ବର୍ଷ 25ସେପ୍ଟେମ୍ବରରେ ସେ ଯୋଗଦେଇଥିଲେ ଭରତପୁର ଥାନାରେ । କିନ୍ତୁ ତାଙ୍କ ସମୟରେ ଅର୍ଥାତ୍ ନୂତନ ଥାନାର ଗତ ମାର୍ଚ୍ଚ 11 ତାରିଖରେ ନୂଆ ବିଲ୍ଡିଂ ଓ ନୂଆ ସ୍ଥାନକୁ ସ୍ଥାନାନ୍ତର ହୋଇ ଉଦଘାଟନୀ କରିଥିଲେ ତତ୍କାଳୀନ ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଯାହାକି ରାଜ୍ୟର ଓ ଭୁବନେଶ୍ୱର ସବୁଠୁ ଏକ ନମ୍ବର ଥାନା ହୋଇଥିଲା ଏହି ଥାନା।ଯେଉଁଠି ନୁତନ ଗ୍ୟାନକୋଷଳ ରେ ଥାନାର ଭିତିଭୁମି ନିର୍ମାଣ କରାଯାଇଥିଲା।

bharatpur ps
bharatpur ps (ETV Bharat Odisha)

ମାମଲାରେ ହାଇକୋର୍ଟଙ୍କ ବଡ଼ ରାୟ-

ଭରତପୁର ଥାନା ଅଭାବନୀୟ ଘଟଣାରେ ହାଇକୋର୍ଟଙ୍କ ବଡ ରାୟ । ଭରତପୁର ଥାନାରେ ଅଭାବନୀୟ ଘଟଣା ପ୍ରସଙ୍ଗରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଥାନାରେ ସିସିଟିଭି ଲଗାଇବାକୁ ଏଡିଜିଙ୍କୁ ହୋଇକୋର୍ଟଙ୍କ ନିର୍ଦ୍ଦେଶ । ରୋଡ ରୋମିଓଙ୍କ ପରିଚୟ ମଧ୍ୟ ସାର୍ବଜନୀନ କରାଯିବ ନାହିଁ । ମାମଲାର ତଦାରଖ କରିବାକୁ ମନା କଲେ ହାଇକୋର୍ଟ । ଅକ୍ଟୋବର ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ କୋର୍ଟ । ଜନସ୍ବାର୍ଥ ମାମଲାର ଶୁଣାଣି କରି ଏହି ରାୟ ଦେଇଛନ୍ତି ହାଇକୋର୍ଟ ।

Bharatpur police station new IIC
Bharatpur police station new IIC (ETV Bharat Odisha)

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମେଜର-ବାନ୍ଧବୀ-

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ଭରତପୁର ଥାନା ନିର୍ଯାତନା ମାମଲାର ପୀଡ଼ିତା । ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା । ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.