ETV Bharat / bharat

ଟ୍ରେନରେ ବିଦେଶ ଯାତ୍ରା, କେଉଁ ରାଜ୍ୟରେ ଅଛି ଅନ୍ତର୍ଜାତୀୟ ରେଲୱେ ଷ୍ଟେସନ ? - Railway Station To Go Abroad - RAILWAY STATION TO GO ABROAD

Railway Stations To Go Abroad: ଟ୍ରେନରେ ବିଦେଶ ଯାତ୍ରା କରିବାକୁ ଭାବୁଛନ୍ତି କି ? କେଉଁ ରାଜ୍ୟରୁ, କେଉଁ ଅନ୍ତର୍ଜାତୀୟ ରେଲୱେ ଷ୍ଟେସନରୁ ବିଦେଶ ଯାତ୍ରା ସମ୍ଭବ ? ଅଧିକ ପଢନ୍ତୁ,

International Railway Station Of India
International Railway Station Of India (ETV BHARAT ODISHA)
author img

By ETV Bharat Odisha Team

Published : Sep 24, 2024, 12:59 PM IST

Updated : Sep 24, 2024, 1:39 PM IST

ହାଇଦ୍ରାବାଦ: ଭାରତୀୟ ରେଳବାଇ ବିଶ୍ବର ଚତୁର୍ଥ ସର୍ବବୃହତ ରେଲୱେ ନେଟଓ୍ବର୍କ । ପ୍ରତିଦିନ ସକାଳ ହେବା ମାତ୍ର ରେଳ ଷ୍ଟେସନରେ ଯାତ୍ରୀଙ୍କ ଭିଡ ଜମେ । ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ ହେଉ କିମ୍ବା ରାଜ୍ୟ ଭିତରେ ମଧ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ଟ୍ରେନକୁ ସମସ୍ତେ ପସନ୍ଦ କରିଥାନ୍ତି । କାରଣ ଅନ୍ୟ ଯାତ୍ରା ଅପେକ୍ଷା ରେଳ ଯାତ୍ରା କରିବା ଅଧିକ ସୁବିଧାଜନକ ଅଟେ । ବିଶେଷ ଭାବରେ କୌଣସି ଦୂର ସ୍ଥାନକୁ ଯିବାକୁ ହେଲେ ଯାତ୍ରୀ ମାନେ ଟ୍ରେନକୁ ସୁରକ୍ଷିତ ମନେ କରନ୍ତି । ସ୍ବଳ୍ପ ଦରରେ ଆରମ ଦାୟକ ଯାତ୍ରା କିଏ ବା ପସନ୍ଦ ନକରିବ । ସେଥିପାଇଁ ରେଳ ସମସ୍ତଙ୍କର ପ୍ରଥମ ପସନ୍ଦ । ଯଦି କେହି ଟ୍ରେନରେ ଭାରତରୁ ଅନ୍ୟ ଦେଶକୁ ଯାତ୍ରା କରିବାକୁ ଚାହୁଁଛନ୍ତି ତେବେ ସେ ସୁବିଧା ମଧ୍ୟ ଉପଲବ୍ଧ ରହିଛି । କେମିତି, କେଉଁ ଷ୍ଟେସନ ଓ କେଉଁ ଟ୍ରେନରେ ବିଦେଶ ଯାତ୍ରା କରିହେବ, ତାହା ଆସନ୍ତୁ ଜାଣିବା...

ଏହା ମଧ୍ୟ ପଢନ୍ତୁ-ବରିଷ୍ଠ ନାଗରିକଙ୍କ ପାଇଁ ଖୁସି ଖବର, ଏମିତି ଟିକେଟ ବୁକିଂ କଲେ ମିଳିବ ଲୋୟର ବର୍ଥ - Lower Berth For Senior Citizens

ଏହା ମଧ୍ୟ ପଢନ୍ତୁ-ଗଡିଲା ଆଉ ଏକ ‘ଭାରତ ଗୌରବ’ ଟ୍ରେନ, ଏବେ ବିଦେଶକୁ ତୀର୍ଥଯାତ୍ରା ହେଲା ସୁବିଧା - BHARAT GAURAV TRAIN

ଟ୍ରେନରେ କରିହେବ କି ବିଦେଶ ଯାତ୍ରା ?

TRAIN FOR ABROAD
TRAIN FOR ABROAD (ETV BHARAT ODISHA)

ଦେଶ ଭିତରେ ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟ ଟ୍ରେନ ଯାତ୍ରା କେତେ ସୁବିଧା ତାହା ତ ସମସ୍ତେ ଜାଣିଛନ୍ତି, କିନ୍ତୁ କେବେ ଟ୍ରେନରେ ବିଦେଶ ଯାତ୍ରା କରିଛନ୍ତି କି ? ଭାରତରୁ ଅନ୍ୟ ଦେଶକୁ ଯାତ୍ରା ପାଇଁ ଟ୍ରେନ ସେବା ମଧ୍ୟ ଉପଲବ୍ଧ ରହିଛି । ଦେଶରେ ୭ଟି ଅନ୍ତର୍ଜାତୀୟ ରେଳ ଷ୍ଟେସନ ରହିଛି, ଯେଉଁ ଷ୍ଟେସନରୁ ବିଦେଶକୁ ରେଳ ଚଳାଚଳ କରୁଛି । ତେବେ ସେହି ଷ୍ଟେସନ କେଉଁଠି ଅଛି ତାହା ଆସନ୍ତୁ ଜାଣିବା ।

ପଶ୍ଚିମବଙ୍ଗ ହଲଦିବାଡି ରେଳ ଷ୍ଟେସନ:

TRAIN FOR ABROAD
TRAIN FOR ABROAD (ETV BHARAT ODISHA)

ପଶ୍ଚିମବଙ୍ଗ ହଲଦିବାଡ଼ି ରେଳ ଷ୍ଟେସନ ପଡୋଶୀ ବାଂଲାଦେଶର ସୀମାଠାରୁ ମାତ୍ର 4 କିଲୋମିଟର ଦୂରରେ । ଏଠାରୁ ଟ୍ରେନ ବାଂଲାଦେଶ ଯାଏ ଏବଂ ସେଠାରୁ ଭାରତକୁ ମଧ୍ୟ ଆସେ । ଏହି ଷ୍ଟେସନରେ ଟ୍ରେନରେ ବସିଲେ ଆପଣ ବାଂଲାଦେଶ ଯାଇପାରିବେ ।

INDIAN RAILWAYS
INDIAN RAILWAYS (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-10ଟି ବନ୍ଦେ ଭାରତ ଭେଟି ଦେବେ ପ୍ରଧାନମନ୍ତ୍ରୀ: ଓଡିଶାକୁ ତିନି, ବ୍ରହ୍ମପୁରରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ - New Vande Bharat

ଏହା ମଧ୍ଯ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଉତ୍ତର ୨୪ ପର୍ଗଣା ପେଟ୍ରାପୋଲ୍ ରେଳ ଷ୍ଟେସନ୍:

INDIAN RAILWAYS
INDIAN RAILWAYS (ETV BHARAT ODISHA)

ପଶ୍ଚିମବଙ୍ଗର ଉତ୍ତର ୨୪ ପର୍ଗଣା ଜିଲ୍ଲାରେ ପେଟ୍ରାପୋଲ ରେଳ ଷ୍ଟେସନ ରହିଛି । ଏହି ଷ୍ଟେସନରୁ ଟ୍ରେନ ଯୋଗେ ଆପଣ ବାଂଲାଦେଶ ଯାତ୍ରା କରି ପାରିବେ । ଏଠାରେ ଉଭୟ ଦେଶର ବହୁ ସଂଖ୍ୟକ ଲୋକେ ସୀମା ପାର କରିଥାନ୍ତି ।

ରାଧିକାପୁର ରେଳ ଷ୍ଟେସନ:

INDIAN RAILWAYS
INDIAN RAILWAYS (ETV BHARAT ODISHA)

ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲାରେ ରହିଛି ରାଧିକାପୁର ରେଳ ଷ୍ଟେସନ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ବାଣିଜ୍ୟ ପାଇଁ ଏହି ଷ୍ଟେସନ ମାଧ୍ୟମ । ଏଠାରୁ ଆପଣ ଟ୍ରେନରେ ସହଜରେ ବାଂଲାଦେଶ ଯାତ୍ରା କରିପାରିବେ ।

ସିଙ୍ଗାବାଦ ରେଳ ଷ୍ଟେସନ:

ସେହିପରି ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ ସିଙ୍ଗାବାଦ ରେଳ ଷ୍ଟେସନ ରହିଛି । ଏଠାରୁ ଟ୍ରେନରେ ସିଧା ବାଂଲାଦେଶ ଯାତ୍ରା କରିପାରିବେ । ଏହା ହେଉଛି ରାଜ୍ୟର ତୃତୀୟ ରେଳ ଷ୍ଟେସନ ଯେଉଁଠାରୁ ଆପଣ ବାଂଲାଦେଶ ଯାତ୍ରା କରିପାରିବେ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଭଲ ସମ୍ପର୍କ ହେତୁ ଏହି ଷ୍ଟେସନଟି ବାଣିଜ୍ୟ ପାଇଁ ବ୍ୟବହୃତ ହୁଏ ।

ଜୟ ନଗର ରେଳ ଷ୍ଟେସନ:

ଜୟ ନଗର ରେଳ ଷ୍ଟେସନ ବିହାରର ମଧୁବନୀରେ ରହିଛି । ଏଠାରୁ ଟ୍ରେନ ଯୋଗେ ପଡୋଶୀ ଦେଶ ନେପାଳକୁ ଯାତ୍ରା କରିପାରବେ । ନେପାଳ ଯିବା ପାଇଁ ସ୍ଥାନୀୟ ଲୋକମାନେ ଏହି ଷ୍ଟେସନ ବ୍ୟବହାର କରନ୍ତି ।

ଜୋଗବନୀ ରେଳ ଷ୍ଟେସନ:

ବିଦେଶ ଯାତ୍ରା ପାଇଁ ଅନ୍ୟ ଏକ ରେଳ ଷ୍ଟେସନ ହେଉଛି ବିହାରର ଜୋଗବନି ରେଳ ଷ୍ଟେସନ । ଏଠାରୁ ନେପାଳକୁ ଟ୍ରେନ ଚଳାଚଳ କରୁଛି । ଯେଉଁମାନେ ନେପାଳ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ସେମାନେ ଏହି ଷ୍ଟେସନରୁ ଯାତ୍ରା ଆରମ୍ଭ କରିପାରିବେ ।

ଅଟାରି ରେଳ ଷ୍ଟେସନ:

ପଞ୍ଜାବରେ ରହିଛି ଅଟାରୀ ରେଳ ଷ୍ଟେସନ । ଏହି ଠାରୁ ଟ୍ରେନ ପାକିସ୍ତାନକୁ ଯାତାୟତ କରେ । ଯଦି କେହି ପାକିସ୍ତନ ଯିବାକୁ ଚାହାନ୍ତି ତେବେ ସମଝାଉତା ଏକ୍ସପ୍ରେସରେ ପାକିସ୍ତାନ ଯାଇପାରିବେ ।

Last Updated : Sep 24, 2024, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.