ETV Bharat / sports

ଆଉ କେତେଦିନ ଖେଳିବେ ରୋହିତ-କୋହଲି ? ଉତ୍ତର ରଖିଲେ ପୂର୍ବତନ ଅଧିନାୟକ - Virat Kohli Rohit Sharma Retirement

author img

By ETV Bharat Sports Team

Published : 2 hours ago

Kapil Dev on Virat Kohli and Rohit Sharma Retirement : ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର ବିରାଟ କୋହଲି ଆଉ କେତେ ଦିନ ଖେଳିବେ ? କେବେ ଏହି ଦୁଇଜଣ ଅବସର ନେବା ଉଚିତ ? ଉତ୍ତର ରଖିଲେ ପୂର୍ବତନ ଅଧିନାୟକ । ପଢ଼ନ୍ତୁ ପୂରା ଖବର

Virat Kohli and Rohit Sharma
Virat Kohli and Rohit Sharma (ETV Bharat Odisha)

ହାଇଦ୍ରାବାଦ : ଭାରତରେ କ୍ରିକେଟର କ୍ରେଜ୍‌ ବହୁତ ଅଧିକ । କିନ୍ତୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର ବ୍ୟାଟର କିଙ୍ଗ କୋହଲିଙ୍କ ଭଳି ଖେଳାଳିଙ୍କର କଥା ଯେତେବେଳେ ଆଲୋଚନାକୁ ଆସେ, ସେତେବେଳେ ଇଣ୍ଟରନେଟ୍‌ର ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଯାଏ । କାରଣ ଏହି କ୍ରିକେଟରଙ୍କ ଫ୍ୟାନ-ଫଲୋୟର୍ସଙ୍କ ସଂଖ୍ୟା ବହୁତ ଅଧିକ । କେବଳ ଭାରତ କାହିଁକି ? ବିଦେଶରେ ମଧ୍ୟ ଏହି ଷ୍ଟାର କ୍ରିକେଟରଙ୍କର ଅସଂଖ୍ୟ ପ୍ରଶଂସକ ରହିଛନ୍ତି । ତେବେ ଏହି ଦୁଇ କ୍ରିକେଟର ସେମାନଙ୍କ ଫିଟନେସ୍‌ ଅନୁଯାୟୀ ଆଉ କେତେ ଦିନ ଖେଳିବେ ? କେବେ ସେମାନେ ଅବସର ନେଇଯିବା ଉଚିତ ? ଏଭଳି ପ୍ରଶ୍ନର ପ୍ରତିକ୍ରିୟା ରଖିଛନ୍ତି ବିଶ୍ବ ବିଜୟୀ ପୂର୍ବତନ ଭାରତୀୟ ଅଧିନାୟକ କପିଲ ଦେବ ।

'ରୋହି-ରାଟ୍‌'ଙ୍କ ଫିଟ୍‌ନେସ୍‌ ନେଇ ପ୍ରତିକ୍ରିୟା ରଖିଲେ କପିଲ ଦେବ :-

ଖେଳାଳିମାନେ ମୁଖ୍ୟତଃ ସେମାନଙ୍କ କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସେମାନଙ୍କ ଶାରିରୀକ ଫିଟ୍‌ନେସ୍‌ ବହୁତ ଗୁରୁତ୍ବପୂର୍ଣ୍ଣ । ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କୁ ସମସ୍ତେ ବିଶ୍ବ କ୍ରିକେଟରେ ସବୁଠାରୁ ଫିଟ୍‌ କ୍ରିକେଟର ବୋଲି କୁହନ୍ତି । ଏପରିକି 35 ବର୍ଷ ବୟସରେ ସେ ଫିଟ୍‌ନେସ୍‌ ମାମଲାରେ ଯୁବ ଖେଳାଳିମାନଙ୍କୁ ମଧ୍ୟ ମାତ ଦେଇଦେବେ ବୋଲି କୁହାଯାଏ । ତେବେ ଏଭଳି ଖେଳାଳି ଆଉ କେତେ ଦିନ ଖେଳିବେ ଏବଂ କେବେ କୋହଲି ଓ ରୋହିତ ଅବସର ନେବା ଉଚିତ, ସେନେଇ 'myKhel' ସହ ଏକ ସାକ୍ଷାତକାର ସମୟରେ ଖୋଲାଖୋଲି ଆଲୋଚନା କରିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ କପିଲ ଦେବ । ଏହି ଇଣ୍ଟର୍ଭ୍ୟୁରେ କପିଲ ଦେବଙ୍କ କହିବ ଅନୁଯାୟୀ ଶରୀର 26ରୁ 34 ବର୍ଷ ବୟସ ପର୍ଯ୍ୟନ୍ତ ଏହାର ଚାହିଦା ସୂଚାଇଥାଏ ।

ଫିଟ୍‌ନେସ୍‌-ଶୃଙ୍ଖଳା-କାର୍ଯ୍ୟଭାର ପରିଚାଳନା ଦର୍ଶାଏ କ୍ୟାରିୟର ଅବଧି :-

ରୋହିତ ଶର୍ମା ଓ ବିରାଟ କୋହଲିଙ୍କ କ୍ରିକେଟର ଭବିଷ୍ୟତ ନେଇ ପ୍ରଶ୍ନରେ ଖେଳ କପିଲ ଦେବ କହିଛନ୍ତି, "26ରୁ 34 ବର୍ଷ ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଏହାପରେ ଖେଳାଳିଙ୍କ ଫିଟନେସ୍‌ ସେମାନଙ୍କ କ୍ୟାରିୟର କେତେ ଲମ୍ବା ହେବା ଉଚିତ, ତାହା ସୂଚିତ କରିଥାଏ । ରବି ଶାସ୍ତ୍ରୀ ଖୁବଶୀଘ୍ର ଅବସର ନେଇଯାଇଥିଲେ । ହେଲେ ସଚିନ ତେନ୍ଦୁଲକର ଦୀର୍ଘ ସମୟ ପର୍ଯ୍ୟନ୍ତ ଖେଳିଥିଲେ । ତେଣୁ ନିଜ ଜୀବନର ଉପାୟ ଧାର୍ଯ୍ୟ କରିବା ବ୍ୟକ୍ତି ଉପରେ ନର୍ଭର କରିଥାଏ । ମୋ ହିସାବରେ ଯେପର୍ଯ୍ୟନ୍ତ ଆପଣ ନିଜକୁ ଫିଟ୍‌ ରଖିଛନ୍ତି ଓ ଖେଳର ଆନନ୍ଦ ନେଉଛନ୍ତି, ସେହି ପର୍ଯ୍ୟନ୍ତ ଆପଣ ଖେଳିବା ଉଚିତ ।" ତେଣୁ ଖେଳାଳିଙ୍କ ଫିଟ୍‌ନେସ୍‌, ଶୃଙ୍ଖଳା ଓ କାର୍ଯ୍ୟଭାର ପରିଚାଳନା କ୍ଷମତା ଉପରେ ହିଁ ତାଙ୍କର ସନ୍ୟାସ ଏବଂ କ୍ୟାରିୟର ଅବଧି ନିର୍ଭର ବୋଲି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.