ହାଇଦ୍ରାବାଦ: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଖାଦ୍ୟପେୟକୁ ଅଣଦେଖା କରନ୍ତି । ନିରନ୍ତର ବାହାରେ ଖାଇବା, ଭୁଲ ଖାଦ୍ୟପେୟ, ଭୁଲ ଜୀବନଶୈଳୀ ଏବଂ ଶାରୀରିକ ପରିଶ୍ରମରେ ଅଭାବ ଯୋଗୁଁ ଲୋକମାନେ ଅନେକ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ଏବଂ ପାଚନ କ୍ରିୟାରେ ସମସ୍ୟା ଦେଖାଦେଇପାରେ । ଏହି କାରଣରୁ ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ । ଯାହାର ପ୍ରଭାବ ସିଧାସଳଖ ଆମ କିଡନୀ ଉପରେ ପଡ଼ିଥାଏ । ଏହା ସହିତ ଶରୀରରେ ୟୁରିକ ଏସିଡ୍ ବୃଦ୍ଧି, କିଡନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ବଢ଼ିଯାଏ । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର କ’ଣ ?
ତେବେ ଘରୋଇ ଉପଚାର ବିଷୟରେ ଜାଣିବା ପୂର୍ବରୁ, ମନେରଖନ୍ତୁ ସ୍ବାସ୍ଥ୍ୟ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି, ସମୟ ଅନୁସାରେ ଖାଇବା ଏବଂ ଯଥାସମ୍ଭବ ବାହାର ଖାଦ୍ୟ ଖାଇବାରୁ ଦୂରେଇ ରହିବା । ୟୁରିକ ଏସିଡ୍ ଏବଂ କିଡନୀ ସମସ୍ୟାର ସମାଧାନ ପାଇଁ ଆପଣ ଏକ ସ୍ବତନ୍ତ୍ର ଗ୍ରୀନ ଚଟଣି ତିଆରି କରି ଖାଇପାରିବେ । ଏହି ଚଟଣି କେବଳ ସ୍ବାଦିଷ୍ଟ ନୁହେଁ ବରଂ ସ୍ବାସ୍ଥ୍ୟକର ମଧ୍ୟ ।
- ଚଟଣି ତିଆରି ପାଇଁ ଆବଶ୍ୟକୀୟ ସାମଗ୍ରୀ:
ଏହି ଚଟଣି ପ୍ରସ୍ତୁତ ପାଇଁ ଦରକାର ଧନିଆ, ପୁଦିନା, ରସୁଣ, ଅଦା ଏବଂ ଲେମ୍ବୁ ଇତ୍ୟାଦି । ଗୋଟିଏ କପ୍ ଧନିଆ ପତ୍ର, ଅଧ କପ ପୁଦିନା ପତ୍ର, ୨ ରୁ ୩ ରସୁଣ ଖୋଲା, ଏକ ଇଞ୍ଚ ଖଣ୍ଡ ଅଦା, ଏକ ଚାମଚ ଲେମ୍ବୁ ରସ, ଅଧ ଚାମଚ ଜିରା ଗୁଣ୍ଡ, ସ୍ବାଦ ଅନୁସାରେ କଳା ଲୁଣ ଏବଂ ଗୋଟିଏ କଞ୍ଚା ଲଙ୍କା ।
- ଚଟଣି କିପରି ପ୍ରସ୍ତୁତ କରିବେ ?
ସବୁକିଛି ଭଲ ଭାବରେ ଧୋଇ ମିକ୍ସରରେ ପେଷିଦିଅ । ଭଲ ଭାବେ ପେଷ୍ଟ ତିଆରି ହୋଇଗଲେ, ଏଥିରେ ଲୁଣ ମିଶାନ୍ତୁ ଏବଂ ଲେମ୍ବୁ ଚିପୁଡ଼ି ଦିଅନ୍ତୁ । ତା’ପରେ ଏହି ଚଟଣୀକୁ ଏକ ଏୟାରଟାଇଟ୍ ପାତ୍ରରେ ଭର୍ତ୍ତି କରି ଫ୍ରିଜ୍ରେ ରଖନ୍ତୁ । ଆପଣ ପ୍ରତିଦିନ ଖାଦ୍ୟ ସହିତ ଏହି ଚଟଣିରୁ 1 ରୁ 2 ଚାମଚ ଖାଇପାରିବେ । ଏହି ଚଟଣି କେବଳ ଆପଣଙ୍କ ଖାଦ୍ୟର ସ୍ବାଦ ବଢ଼ାଇବ ନାହିଁ ବରଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହେବ ।
- ଚଟଣିର ଉପାଦେୟ :
ଏହି ଚଟଣିରେ ଥିବା ଉପାଦାନଗୁଡ଼ିକରେ ଡାଇୟୁରେଟିକ୍ ଗୁଣ ରହିଛି । ଯାହା ପରିସ୍ରା ମାଧ୍ୟମରେ ୟୁରିକ ଏସିଡ୍ ବାହାର କରିବାରେ ସାହାଯ୍ୟ କରେ । ଉଦାହରଣ ସ୍ବରୂପ, ଲେମ୍ବୁ ଏବଂ ଅଦା ବୃକକକୁ ବିଷମୁକ୍ତ କରିବାରେ ସାହାଯ୍ୟ କରେ । ରସୁଣ ଏବଂ ଅଦାରେ ଔଷଧୀୟ ଗୁଣ ଅଛି । ଯାହା ଶରୀରରେ ଫୁଲା ଏବଂ ଯନ୍ତ୍ରଣା କମ କରେ । ଏହା ପାଚନ କ୍ରିୟାକୁ ମଜବୁତ ରଖିବାରେ ସାହାଯ୍ୟ କରେ । ତେଣୁ ଯଦି ଆପଣ କିଡନୀ ସମସ୍ୟା ଏବଂ ୟୁରିକ ଏସିଡରୁ ମୁକ୍ତି ପାଇବାକୁ ଚାହାଁନ୍ତି । ତେବେ ପ୍ରତିଦିନ ଏହି ଚଟଣିକୁ ଅଳ୍ପ ପରିମାଣରେ ଖାଆନ୍ତୁ ।
- ଡାକ୍ତରଙ୍କ ପରାମର୍ଶ ଗୁରୁତ୍ବପୂର୍ଣ୍ଣ:
ଯଦି ଆପଣ ବହୁତ କଷ୍ଟ ପାଉଛନ୍ତି ତେବେ ଚଟଣି ଖାଆନ୍ତୁ କିନ୍ତୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ତାଙ୍କଠାରୁ ଉପଯୁକ୍ତ ଚିକିତ୍ସା ନିଅନ୍ତୁ । ଆପଣଙ୍କ ସ୍ବାସ୍ଥ୍ୟ ବିଷୟରେ ଅବଗତ ରହିବା ପାଇଁ ନିୟମିତ ଶାରୀରିକ ଯାଞ୍ଚ ଏବଂ ରକ୍ତ ପରୀକ୍ଷା କରନ୍ତୁ ।
ଏହାମଧ୍ୟ ପଢନ୍ତୁ... ଜାଣନ୍ତୁ ସୁପରଫୁଡ୍ ଅଁଳାର ଉପକାରିତା... ସପ୍ତାହରେ କେତେ ଥର ଶାଗ ଖାଇବା ଉଚିତ ? ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ.. କେଉଁ ସମୟରେ ଭାତ ଖାଇବେ ? ଓଜନ ବୃଦ୍ଧି କିମ୍ବା ହ୍ରାସ ସହ ଅଛି କି ସମ୍ପର୍କ ... |
Disclaimer: (ଏଠାରେ ଉଲ୍ଲେଖ କରାଯାଇଥିବା ସୂଚନା ନିର୍ଦ୍ଦିଷ୍ଟ ଗବେଷଣାରୁ ପ୍ରାପ୍ତ ହୋଇଛି । ଏହା ETV Bharatର ନିଜସ୍ବ ମତ ନୁହେଁ । ଦିଆଯାଇଥିବା କୌଣସି ପରାମର୍ଶ ପାଳନ କରିବା ପୂର୍ବରୁ, ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ । ଯଦି ଆପଣଙ୍କର ପୂର୍ବରୁ କୌଣସି ସ୍ୱାସ୍ଥ୍ୟ ସମସ୍ୟା ଅଛି, ତେବେ ଆପଣଙ୍କୁ ପ୍ରଥମେ ଡାକ୍ତରଙ୍କୁ ଜଣାଇବା ଜରରୀ ।)
ବ୍ୟୁରୋ ରିପୋର୍ଟ,ଇଟିଭି ଭରତ