ହାଇଦ୍ରାବାଦ: ଭାଲେଣ୍ଟାଇନ୍ସ ଡେ ଅବସରରେ ମୁକ୍ତିଲାଭ କରିଥିବା ବିକି କୌଶଲଙ୍କ 'ଛାବା'କୁ ଦର୍ଶକଙ୍କ ମନ ଜିତୁଛି । ଛତ୍ରପତି ସମ୍ଭାଜୀ ମହାରାଜଙ୍କ ସାହସିକତାର କାହାଣୀ ଲୋକଙ୍କ ହୃଦୟକୁ କବଜା କରିଛି ଏବଂ ଫିଲ୍ମଟି ବକ୍ସ ଅଫିସରେ ଧୂଆଁଧାର ପ୍ରଦର୍ଶନ କରୁଛି । ରିଲିଜ ଦିନ ଠାରୁ ଫିଲ୍ମ ବିପୁଳ ରୋଜଗାର ମଧ୍ୟ କରୁଛି । ଦ୍ୱିତୀୟ ରବିବାର ପୂର୍ବରୁ ହିଁ ଫିଲ୍ମଟି ସାରା ବିଶ୍ୱରେ 300 କୋଟି ଆୟ କରିସାରିଛି ଏବଂ ଏବେ ସପ୍ତାହ ଶେଷ ସୁଦ୍ଧା ଫିଲ୍ମଟି 400 କୋଟି ପାର୍ କରିବ ବୋଲି ଆଶା କରାଯାଉଛି ।
'ଛାବା' କଲେକ୍ସନ
ବିକି କୌଶଳଙ୍କ ଫିଲ୍ମ 'ଛାବା' ରିଲିଜର 9ମ ଦିନରେ 87.23% ଅଭିବୃଦ୍ଧି ରେକର୍ଡ କରିଛି । ଏହି ଦିନ ଫିଲ୍ମ 44 କୋଟି ରୋଜଗାର କରିଛି । ଫିଲ୍ମଟି ନଅ ଦିନ ମଧ୍ୟରେ 286.75 କୋଟିର ଘରୋଇ କଲେକ୍ସନ କରିଛି । କେବଳ ଭାରତରେ ନୁହେଁ ବିଶ୍ୱରେ 'ଛାବା' କ୍ରେଜ ଦେଖିବାକୁ ମିଳିଛି । ଲୋକେ ଫିଲ୍ମକୁ ପସନ୍ଦ କରିବା ସହ ଭୂୟଂସୀ ପ୍ରଶଂସା କରୁଛନ୍ତି । ବିଶ୍ୱବ୍ୟାପୀ କଲେକ୍ସନ ବିଷୟରେ କହିବାକୁ ଗଲେ, 'ଛାଭା' 8 ଦିନରେ 338.75 କୋଟି ସଂଗ୍ରହ କରିଛି । ୯ମ ଦିନ ଫିଲ୍ମଟି ପ୍ରାୟ ୪୦୦ କୋଟି ଟଙ୍କା (ଆନୁମାନିକ) ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି ।
'ଛାବା' ବିକି କୌଶଲଙ୍କ ସର୍ବାଧିକ ଆୟକାରୀ ଫିଲ୍ମ
କହିରଖୁଛୁ କି, 'ଛାବା' 'ଉରି ଦ ସର୍ଜିକାଲ୍ ଷ୍ଟ୍ରାଇକ୍'କୁ ପଛରେ ପକାଇ ବିକି କୌଶଳଙ୍କ ସର୍ବାଧିକ ଆୟକାରୀ ଫିଲ୍ମ ପାଲଟିଛି । 'ଉରି'ର ଆଜୀବନ ସଂଗ୍ରହ 245.36 କୋଟି ଥିଲା ଯେତେବେଳେ ବିଶ୍ୱବ୍ୟାପୀ କଲେକ୍ସନ 342.06 କୋଟି ଥିଲା । ଏହି ଅନୁସାରେ, 'ଛାବା' ବିକିଙ୍କ କ୍ୟାରିଅରର ସବୁଠାରୁ ବଡ଼ ହିଟ୍ ହୋଇପାରିଛି ।
ଏହା ମଧ୍ୟ ପଢନ୍ତୁ: ସାଉଥରେ ଧମାକା କରିବ 'ଛାବା' ! ତେଲୁଗୁ ଭାଷାରେ ଫିଲ୍ମ ରିଲିଜ କରିବାକୁ ଦର୍ଶକଙ୍କ ଡିମାଣ୍ଡ୍
'ଛାବା' ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ ବିକି କୌଶଲ ମରାଠା ସାମ୍ରାଜ୍ୟର ପ୍ରତିଷ୍ଠାତା ଛତ୍ରପତି ଶିବାଜୀ ମହାରାଜଙ୍କ ଜ୍ୟେଷ୍ଠପୁତ୍ର ଛତ୍ରପତି ସମ୍ୱାଜୀ ମହାରାଜ ଭୂମିକାରେ ନଜର ଆସିଛନ୍ତି । ତାଙ୍କ ପତ୍ନୀ ୟଶୁଭାଇ ଭୂମିକାରେ ଅଭିନୟ କରିଛନ୍ତି ରଶ୍ମିକା । ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକର ଛାବା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକଙ୍କ ସହ ଏହା ବିକିଙ୍କ ଦ୍ୱିତୀୟ ଫିଲ୍ମ ହୋଇଥିବା ବେଳେ ଉଭୟଙ୍କ ସହ ରଶ୍ମିକାଙ୍କ ଏହା ପ୍ରଥମ ଫିଲ୍ମ । ଏହି ଚଳଚ୍ଚିତ୍ରରେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖନ୍ନା ନଜର ଆସିଛନ୍ତି । ଏହା ବ୍ୟତୀତ ଆଶୁତୋଷ ରାଣା, ବିନୀତ କୁମାର ସିଂହ, ଦିବ୍ୟା ଦତ୍ତା ଏବଂ ଡାଏନା ପେଣ୍ଟି ଭଳି କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ