ETV Bharat / health

ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention

author img

By ETV Bharat Health Team

Published : 3 hours ago

Motion sickness prevention: ଗାଡିରେ ଗଲେ ମୁଣ୍ଡ ବୁଲାଉଛି ଓ ବାନ୍ତି ଲାଗୁଛି କି ? ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ କହିବୁ, ଯାହାକୁ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ଏବଂ ହସଖୁସିରେ ଭ୍ରମଣର ମଜା ନେଇପାରିବେ । ପଢନ୍ତୁ ପୁରା ଖବର

ଗାଡିରେ ଯାତ୍ରା କଲାବେଳେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ
ଗାଡିରେ ଯାତ୍ରା କଲାବେଳେ ବାନ୍ତି ହେଉଛି କି ? ଆପଣାନ୍ତୁ ଏହି ଘରୋଇ ଟିପ୍ସ (Getty Images)

Motion sickness: ଦର୍ଶନୀୟ ସ୍ଥାନ ଭ୍ରମଣ କରିବା କାହାକୁ ବା ଭଲ ଲାଗେନି । ହେଲେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏହାକୁ ଉପଭୋଗ କରିପାରନ୍ତି ନାହିଁ । କାରଣ ଗାଡିରେ ବସିବା କ୍ଷଣି ସେମାନଙ୍କ ମୁଣ୍ଡ ବୁଲାଇବା ଆରମ୍ଭ ହୁଏ । ବାନ୍ତି ଲାଗେ ଏବଂ ବାନ୍ତି ମଧ୍ୟ କରିଥାନ୍ତି । କାର୍‌ ହେଉକି କି ଟ୍ରେନ, ଯେକୌଣସି ଗାଡିରେ ଗଲେ ତାଙ୍କର ବାନ୍ତି ସମସ୍ୟା ହୁଏ । ଫଳରେ ଭ୍ରମଣର ଖୁସି ଫିକା ପଡିଯାଏ, ତାଙ୍କ ସହିତ ଯାତ୍ରା କରୁଥିବା ପରିବାର ଲୋକ ଓ ସାଙ୍ଗମାନଙ୍କ ମୁଡ୍ ମଧ୍ୟ ଖରାପ ହୋଇଥାଏ । ଯେଉଁଥିପାଇଁ ଏହି ଲୋକମାନେ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତି ନାହିଁ ।

ଗାଡିରେ ଯାତ୍ରା କରିବା ବେଳେ ଏମିତି ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବାକୁ ମୋସନ ସିକନେସ୍ (Motion sickness) ବା କାଇନେଟୋସିସ୍ (Kinetosis) କୁହାଯାଏ । ମୋସନ ସିକନେସ୍ ବା ଯାତ୍ରା ସମ୍ବନ୍ଧୀୟ ସମସ୍ୟା ଅତି ସାଧାରଣ ଅଟେ । ଏହା ସେତେବେଳେ ହୁଏ, ଯେତେବେଳେ ଆପଣଙ୍କ ଆଖି, କାନ, ଶରୀର ମସ୍ତିଷ୍କକୁ ଭିନ୍ନ ଭିନ୍ନ ସନ୍ଦେଶ ପଠାଏ । ଫଳରେ ମସ୍ତିଷ୍କରେ ଭ୍ରମ ସ୍ଥିତି ସୃଷ୍ଟି ହୁଏ । ଏହି କାରଣରୁ ମୋସନ ସିକନେସ୍‌ର ଲକ୍ଷଣ ଯେମିତି ବାନ୍ତି ହେବା, ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା, ଅଧିକ ଲାଳ ଆସିବା ପ୍ରଭୃତି ଦେଖାଯାଏ ।

ଗାଡିରେ ଯିବାବେଳେ ବାନ୍ତି ସମସ୍ୟା ଦୂରେଇବାର ଘରୋଇ ଉପାୟ:

ଅଦା: ଗାଡିରେ ଯିବାବେଳେ ବାନ୍ତି ହେଉଥିଲେ ଓ ମୁଣ୍ଡ ବୁଲାଉଥିଲେ ଅଦାର ଏକ ଛୋଟ ଖଣ୍ଡ ଚୋବାନ୍ତୁ । ଅଦା କ୍ୟାଣ୍ଡି ବି ମୁହଁରେ ରଖିପାରିବେ । ଜେନେରାଲ ଫିଜିସିଆନ ଡାକ୍ତର ପୂଜିତାଙ୍କ କହିବା କଥା, ଅଦା ଚା' ପିଇଲେ ମୁଣ୍ଡ ବୁଲାଇବା ସମସ୍ୟାରୁ ଆରାମ ମିଳିଥାଏ ।

ତୁଳସୀ: ଗାଡିରେ ବାନ୍ତି ସମସ୍ୟା ଥିବା ଲୋକଙ୍କ ପାଇଁ ତୁଳସୀ ପତ୍ର ଲାଭଦାୟକ ହୋଇପାରେ । ଦୁଇରୁ ତିନୋଟି ତୁଳସୀ ପତ୍ର ଚୋବାଇଲେ ବାନ୍ତି ଲାଗିବା କମ୍ ହୁଏ ।

ଲବଙ୍ଗ, ଗୁଜୁରାତି: ଯାତ୍ରା କରିବା ସମୟରେ ପାଖରେ ଲବଙ୍ଗ ରଖନ୍ତୁ । ଅଳ୍ପ କିଛି ଲବଙ୍ଗ ଚୋବାଇଲେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବା ବନ୍ଦ ହୋଇଯାଏ । ସେହିପରି ଗୁଜୁରାତି ମଧ୍ୟ ଚୋବାଇ ପାରିବେ । ଏହା ବାନ୍ତି ଲାଗିବା ଓ ଦେହ ବୁଲାଇବା ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ମୋସନ ସିକନେସ୍‌ରୁ ବଞ୍ଚିବା ପାଇଁ ଏହି ଟିପ୍ସ ଅନୁସରଣ କରନ୍ତୁ:

  • ଗାଡିରେ ଯାତ୍ରା କରିବାର ଏକ ଘଣ୍ଟା ପୂର୍ବରୁ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ ।
  • କାର୍ କିମ୍ବା ବସ‌୍‌ରେ ଯାତ୍ରା କରୁଥିଲେ ଆଗ ସିଟ୍‌ରେ ବସନ୍ତୁ ।
  • ଭଲ ଭାବେ ପବନ ଯିବାଆସିବା ପାଇଁ ଗାଡିର ଝରକା ଖୋଲନ୍ତୁ । ଝରକା ପାଖ ସିଟ୍‌ରେ ବସନ୍ତୁ ।
  • ଟ୍ରାଭେଲିଂ ପୂର୍ବରୁ ଅଧିକ ପାଣି ପିଅନ୍ତୁ ନାହିଁ ।
  • ଗାଡି ଭିତରେ ମୋବାଇଲ ଦେଖିବା ଓ ବହି ପଢିବାରୁ ଦୂରେଇ ରୁହନ୍ତୁ । ଏହା ବାନ୍ତି ସମସ୍ୟା ଆହୁରି ବଢାଇ ଦିଏ ।
  • ଗୀତ ଶୁଣନ୍ତୁ କିମ୍ବା ଅନ୍ୟମାନଙ୍କ ସହ ହାଲ୍‌କା କଥାବର୍ତ୍ତା କରନ୍ତୁ ।
  • ମୋସନ ସିକେନସରୁ ବଞ୍ଚିବା ପାଇଁ ଯାତ୍ରା ପୂର୍ବରୁ ଭଲ ନିଦରେ ଶୁଅନ୍ତୁ ।
  • ନିଜ ପାଖରେ ଛୋଟ ଅଦା ଖଣ୍ଡ ଓ ଅଦା କ୍ୟାଣ୍ଡି ରଖନ୍ତୁ ।
  • ଟ୍ରାଭେଲିଂ ପୂର୍ବରୁ କିମ୍ବା ଟ୍ରାଭେଲିଂ ସମୟରେ ଧୂମ୍ରପାନଠାରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଡାଇବେଟିସ୍‌ରୁ କୋଲେଷ୍ଟ୍ରଲ ଯାଏଁ, କଖାରୁ ମଞ୍ଜି ଖାଇଲେ ମିଳିପାରେ ଏସବୁ ଫାଇଦା - Pumpkin Seeds Benefits

ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

ଏହା ମଧ୍ୟ ପଢନ୍ତୁ: କମ୍ ବୟସରୁ ଚୁଟି ପାଚିଯାଉଥିଲେ କରନ୍ତୁ ଏହି କାମ - Solution for gray hair

Disclaimer- ଏଠାରେ ଦିଆଯାଇଥିବା ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.