ETV Bharat / entertainment

ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ, ମେଟାଲ୍ ଡ୍ରେସରେ ରାମ୍ପରେ ଲଗାଇଲେ ଚାର୍ ଚାନ୍ଦ୍ - Alia Bhatt In Paris Fashion Week

author img

By ETV Bharat Entertainment Team

Published : 2 hours ago

Alia Bhatt Debut In Paris Fashion Week: ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କରିଛନ୍ତି । ଏହି ସମୟରେ ସେ ନିଜ ଗ୍ଲାମର ଲୁକ ସହ ରାମ୍ପ ୱାର୍କରେ ଚାର୍ ଚାନ୍ଦ୍ ଲଗାଇଥିବା ବେଳେ ଅଭିନେତ୍ରୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ
ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କଲେ ଆଲିଆ (Getty images)

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ୟାରିସ୍ ଫ୍ୟାଶନ ୱିକରେ ଡେବ୍ୟୁ କରିଛନ୍ତି । 23 ସେପ୍ଟେମ୍ବର ସୋମବାର ଦିନ ପ୍ୟାରିସ ଫ୍ୟାଶନ ୱିକରେ ଆଲିଆ ଭଟ୍ଟ ନିଜର ଡେବ୍ୟୁ କରିଥିବା ବେଳେ ରାମ୍ପରେ ଦମଦାର ଲୁକ ସହ ଲୋକଙ୍କ ମନ ଜିତିଛନ୍ତି । ପ୍ୟାରିସ ଫ୍ୟାଶନ ୱିକରୁ ଆଲିଆ ଭଟ୍ଟଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପ୍ରତିବର୍ଷ ପ୍ୟାରିସ ଫ୍ୟାଶନ ୱିକର ଅଂଶ ରହିଆସିଥିବା ବେଳେ ଚଳିତ ବର୍ଷ ଆଲିଆ ଭଟ୍ଟ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ଏଥିରେ ଭାଗ ନେଇଛନ୍ତି ।

ନିକଟରେ ଆଲିଆଙ୍କୁ ଲୋରିଅଲ ପ୍ୟାରିସର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର କରାଯାଇଥିଲା । ତେବେ ଚଳିତ ବର୍ଷ ପ୍ୟାରିସ୍ ଫ୍ୟାଶନ ୱିକ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହେବାକୁ ସେ କିଛି ଦିନ ପୂର୍ବରୁ ପ୍ୟାରିସକୁ ଆସିଥିଲେ । ସେ ତାଙ୍କ ସ୍ୱାମୀ ରଣବୀର କପୁରଙ୍କ ସହ ପ୍ୟାରିସ ରାସ୍ତାରେ ଦେଖିବାକୁ ମିଳିଥିଲା । ଜଣେ ପ୍ରଶଂସକ ଉଭୟଙ୍କ ସହ ସେଲଫି କ୍ଲିକ୍ କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ଆଲିଆଙ୍କ ରାମ୍ପ ଚାଲିବାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଅଭିନେତ୍ରୀ ବ୍ଲାକ ଏବଂ ସିଲଭର ମେଟାଲ ଡ୍ରେସରେ ଗର୍ଜିୟସ ଲୁକରେ ରାମ୍ପରେ ଚାର୍ ଚାନ୍ଦ୍ ଲଗାଇଛନ୍ତି । ଏଥିସହ ସେ ଫ୍ଲାଇଂ କିସ୍ ଏବଂ ନମସ୍ତେ କରି ଅଭିଭାଦନ ଜଣାଇ ସମସ୍ତଙ୍କ ମନ ଜିତିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଆଲିଆ ଭଟ୍ଟଙ୍କ ସହ 'ଜିଗ୍ରା'ରେ ନଜର ଆସିବେ ବେଦାଙ୍ଗ ରାଇନା

ଆଲିଆଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ,

ଆଲିଆ 'ଜିଗ୍ରା' ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛନ୍ତି, ଯେଉଁଥିରେ ବେଦାଙ୍ଗ ରାଇନା ମଧ୍ୟ ଅଭିନୟ କରିଛନ୍ତି । ଭାସନ ବାଲାଙ୍କ ନିର୍ଦ୍ଦେଶିତ 'ଜିଗ୍ରା' ଅକ୍ଟୋବର 11 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଫେବୃଆରୀ 2024 ରେ, ଆଲିଆ ଧର୍ମ ପ୍ରଡକ୍ସନ୍ସ ଫିଲ୍ମର ସୁଟିଂ ଶେଷ କରିବା ପରେ ସେଟରୁ ଫଟୋ ସେୟାର କରିଥିଲେ । ଏହି ପୋଷ୍ଟ ସେୟାର କରିବାବେଳେ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, 'ଜିଗ୍ରା... ବର୍ତ୍ତମାନ ଏହା ତୁମର ବେଦଙ୍ଗ ରାଇନା ଏବଂ ଏହା ହେଉଛି ଜିଗ୍ରାର ସୁଟିଂ ସମାପ୍ତ ହୋଇଛି । ଶୀଘ୍ର ଦେଖା ହେବ । ଏଥିସହ ଶରଭରୀଙ୍କ ସହ ଫିଲ୍ମ 'ଆଲଫା'ରେ ମଧ୍ୟ ଆଲିଆଙ୍କୁ ଖୁବଶୀଘ୍ର ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ସଲମାନ-ଶାହାରୁଖଙ୍କ ପରେ ସ୍ପାଏ ୟୁନିଭର୍ସରେ ଆଲିଆଙ୍କ ଏଣ୍ଟ୍ରି, ଫିଲ୍ମ ଟାଇଟଲ ହେଲା ଘୋଷଣା

ବ୍ୟୁରୋ ରିପୋର୍ଟ, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.