ରାଞ୍ଚି: ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ୨୦୨୫-୨୬ରେ ଇତିହାସ ରଚିଲା ଓଡ଼ିଶା ଓ୍ବାରିଅର୍ସ । ରବିବାର ଝାଡଖଣ୍ଡ ରାଜ୍ୟର ରାଞ୍ଚିସ୍ଥିତ ଜୟପାଲ ସିଂହ ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ୨-୧ ଗୋଲରେ ଜେଏସଡବ୍ଲ୍ୟୁ ସୁରମା ହକି କ୍ଲବକୁ ହରାଇ ଚାମ୍ପିୟନ ହୋଇଛି ଓଡ଼ିଶା ମହିଳା ଟିମ୍ ।
ମହିଳା ହକି ଇଣ୍ଡିଆ ଲିଗରେ ଇତିହାସ ରଚିଲା ଓଡ଼ିଶା ଓ୍ବାରିଅର୍ସ:
ହିରୋ ମହିଳା ହକି ଇଣ୍ଡିଆ ଲିଗର ଫାଇନାଲ ମ୍ୟାଚର ପ୍ରଥମ କ୍ୱାଟରରେ ଉଭୟ ପକ୍ଷରୁ କୌଣସି ଗୋଲ କରାଯାଇନଥିଲା । ଏହାପରେ ଓଡ଼ିଶା ଓ୍ବାରିଅର୍ସର ରୁତୁଜା ପିସାଲ ଦମଦାର ଖେଳ ଦେଖିବାକୁ ମିଳିଥିଲା । ଦ୍ୱିତୀୟ କ୍ୱାଟରରେ ସେ ୨୦ ମିନିଟରେ ଦଳ ପାଇଁ ପ୍ରଥମ ଗୋଲ ହାସଲ କରିଥିଲେ । ଏହାପରେ ୨୮ ମିନିଟରେ ସୁରମା ହକି କ୍ଲବର ପେନି ସ୍କ୍ବିବ ଗୋଟିଏ ଗୋଲ କରି ନିଜ ଟିମ ଖାତାରେ ୧-୧ ଯୋଡିଥିଲେ । ଶେଷ କ୍ୱାଟରର ୫୬ ମିନିଟରେେ ପୁଣି ଆକ୍ରମଣାତ୍ମକ ଢଙ୍ଗରେ ରୁତୁଜା ଆଉ ଏକ ଗୋଲ କରି ଓଡ଼ିଶା ଓ୍ବାରିଅର୍ସକୁ ବିଜୟ ବାଟକୁ କଢାଇ ନେଇଥିଲେ । ଏଥିସହ ୨-୧ ଗୋଲରେ ଟାଇଟଲ ହାସଲ କରିଛି ଓଡ଼ିଶା ଓ୍ବାରିଅର୍ସ ।
The legend @savitahockey is our Goalkeeper of the Season! 🫡#HeroHIL #HockeyKaJashn #HockeylndiaLeagueFinal #WomensHIL #HILFinal @SoormaHC @TheHockeyIndia pic.twitter.com/07w3Qy9bTg
— Hockey India League (@HockeyIndiaLeag) January 26, 2025
ଛୁଟିଲା ଶୁଭେଚ୍ଛାର ସୁଅ:
ଅନ୍ୟପଟେ ଏହି ଅବସରରେ ଟିମ ଓଡ଼ିଶା ଓ୍ବାରିଅର୍ସକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆରେ ଖେଳାଳିଙ୍କ ଫଟୋ ସେୟାର କରିବା ସହ ସେ ଲେଖିଛନ୍ତି," ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣରେ ଓଡ଼ିଶା ଓ୍ବାରିଅର୍ସର ଐତିହାସିକ ବିଜୟ ପାଇଁ ହୃଦୟରୁ ଅଭିନନ୍ଦନ । ତୁମର ଏହି ସାହସ ଓ ଆବେଗ ପାଇଁ ସମଗ୍ର ରାଜ୍ୟ ଗର୍ବିତ ।" ସେହିଭଳି କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ।
Heartfelt congratulations to the unstoppable Odisha Warriors for their historic triumph in the inaugural Women's #HeroHIL. Your grit and passion have made the entire state proud.
— Mohan Charan Majhi (@MohanMOdisha) January 26, 2025
#OdishaForHockey pic.twitter.com/5Qeh2ik5js
ପ୍ରଥମ ଥର ଆୟୋଜିତ ହେଲା ମହିଳା ହକି ଲିଗ୍:
ଏନେଇ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି, "ପ୍ରଥମ ଥର ଝାଡଖଣ୍ଡରେ ହକି ଇଣ୍ଡିଆ ଲିଗ ଆୟୋଜିତ ହୋଇଛି । ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଖେଳ ଉଦଯାପନ ହୋଇଛି । ଦେଶର ଭଲ ଭଲ ମହିଳା ହକି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ ।"
Congratulate #OdishaWarriors on being crowned as champions in the inaugural edition of Women’s Hockey India League with 2-1 victory over JSW Soorma Hockey Club in Ranchi. Wish the team best for future. #OdishaForHockey pic.twitter.com/GWBszACztA
— Naveen Patnaik (@Naveen_Odisha) January 26, 2025
ପ୍ରଥମ ଥର ପାଇଁ ଦେଶରେ ମହିଳା ହକି ଇଣ୍ଡିଆ ଲିଗ ଆୟୋଜିତ ହୋଇଛି । ବିଜେତା ଟିମକୁ ଏକ କୋଟି ପଚାଶ ଲକ୍ଷ ପୁରସ୍କାର ରାଶି ଦିଆଯାଇଛି । ତେବେ ମହିଳା ହକି ଇଣ୍ଡିଆ ଲିଗର ପ୍ରଥମ ସଂସ୍କରଣ ଜାନୁଆରୀ ୧୨ ତାରିଖରୁ ଆରମ୍ଭ ହୋଇଥିଲା । ଏହି ଲିଗରେ ୪ଟି ଟିମ ଅଂଶଗ୍ରହଣ କରିଥିଲେ ।
Heartiest congratulations to the #OdishaWarriors for clinching the inaugural Women’s Hockey India League title with a thrilling 2-1 victory over Soorma Hockey Club! This achievement showcases Odisha’s growing sports culture and unwavering determination of our athletes. A proud…
— Suryabanshi Suraj (@suryabanshibjp) January 26, 2025
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ