ETV Bharat / state

ଶିକ୍ଷାନୁଷ୍ଠାନରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ବ, 'ସବୁ କଲେଜ ଓ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବାଧ୍ୟତାମୂଳକ' - INTERNAL COMPLAINT COMMITTEE

author img

By ETV Bharat Odisha Team

Published : 2 hours ago

Internal complaint committees: ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ କର୍ମଜୀବୀ ମହିଳାଙ୍କ ସୁରକ୍ଷାକୁ ନେଇ ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ । ୭ ଦିନରେ କଲେଜ ଓ ବିଶ୍ବବିଦ୍ୟାଳୟରେ ‘ଆଭ୍ୟନ୍ତରୀଣ ଅଭିଯୋଗ କମିଟି’ ଗଠନ ପାଇଁ ନିର୍ଦ୍ଦେଶ ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅଧିକାଂଶ ଉଚ୍ଚ ଶିକ୍ଷାନୁଷ୍ଠାନରେ ନାହିଁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ଯୌନ ନିର୍ଯାତନା କିମ୍ବା ଅନ୍ୟ କୌଣସି ଅପ୍ରିତିକର ସ୍ଥିତିର ସମ୍ମୁଖୀନ ହେଲେ ଛାତ୍ରଛାତ୍ରୀ କିମ୍ବା ମହିଳା କର୍ମଜୀବୀଙ୍କ କ୍ଷେତ୍ରରେ ଅଭିଯୋଗ ଜଣାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡିକରେ ସେପରି କୌଣସି ନିର୍ଦ୍ଦିଷ୍ଟ ବ୍ୟବସ୍ଥା ନାହିଁ । ଏନେଇ ଆକ୍ସନମୋଡକୁ ଆସିଛି ଉଚ୍ଚଶିକ୍ଷା ବିଭାଗ । ଚଳିତମାସ (ସେପ୍ଟେମ୍ବର) ୩୦ ତାରିଖ ସୁଧା ସମସ୍ତ କଲେଜ, ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

  • କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ:

ଉଚ୍ଚଶିକ୍ଷା ବିଭାଗର ଅଧୀନରେ ଆସୁଥିବା ଅନେକ ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ କୌଣସି ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ । ଯାହାଫଳରେ କର୍ମସ୍ଥଳରେ ମହିଳା କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁମାନେ ନିଜ କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି, ସେମାନଙ୍କ ଅଭିଯୋଗକୁ ସିଧାସଳଖ ଭାବରେ ସରକାରଙ୍କ ନଜରକୁ ଅଣାଯାଇଛି । ଯାହା ସମାଧାନ ପାଇଁ ଦୀର୍ଘ ସମୟ ଲାଗୁଛି ବୋଲି କହିଛି ଉଚ୍ଚ ଶିକ୍ଷା ବିଭାଗ ।

ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ
ସମସ୍ତ ଶିକ୍ଷାନୁଷ୍ଠାନରେ ଗଠନ ହେବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ (ETV Bharat Odisha)
  • ୧୬ ୟୁନିଭର୍ସିଟି ଓ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ:

ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ପାଇଁ ୧୬ ବିଶ୍ଵବିଦ୍ୟାଳୟ ସମେତ ୮୨୨ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନୂଆ କମିଟି ଗଠନ ହେବା ସହ ଯେଉଁ କଲେଜରେ କମିଟି ରହିଛି ତାହା ପୁନର୍ବାର କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଚଳିତ ମାସ ୩୦ ତାରିଖ ସୁଦ୍ଧା ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ମହିଳା ଅଭିଯୋଗ କମିଟି ଗଠନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ମହାବିଦ୍ୟାଳୟର ଅଧକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅଧ୍ୟାପକ କିମ୍ବା ମହିଳା କର୍ମଚାରୀ ନୁହନ୍ତି, ଏପରିକି ଛାତ୍ରଛାତ୍ରୀ ମଧ୍ୟ ଆବଶ୍ୟକ ସ୍ଥଳେ ଏହି କମିଟିରେ ଅଭିଯୋଗ କରିପାରିବେ ବୋଲି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ :-ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ଦେଶରେ ପ୍ରଥମ, ସମ୍ବଲପୁର IIM ରେ ପାଠ ପଢେଇବ AI ପ୍ରଫେସର - AI professor

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

ଏହା ମଧ୍ୟ ପଢନ୍ତୁ :- ଦେଢ ମାସ ପରେ ମୁଖ୍ୟମନ୍ତ୍ରୀଙ୍କ ଜନତା ଦରବାର, ଅଭିଯୋଗ ଶୁଣାଣିକୁ ନେଇ ଏମିତି ଇଚ୍ଛା ପ୍ରକାଶ କଲେ ମୋହନ - CM Grievance Cell

  • ବାଣୀ ବିହାରରେ ଆସିଥିଲା ଛାତ୍ରୀ ନିର୍ଯାତନା ଅଭିଯୋଗ:-

ସୂଚନା ଅନୁଯାୟୀ, ନିକଟରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଜୈନିକ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଥିଲା । ବିଶ୍ଵବିଦ୍ୟାଳୟର ଜଣେ ଅଧ୍ୟାପକଙ୍କ ବିରୋଧରେ ଏହି ଅଭିଯୋଗ ଆସିଥିଲା । କେବଳ ଉତ୍କଳ ବିଶ୍ଵବିଦ୍ୟାଳୟ ନୁହେଁ ରାଜ୍ୟର ଅନେକ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ନାହିଁ । ତେବେ ବାରମ୍ବାର ଉଚ୍ଚଶିକ୍ଷା ବିଭାଗ ସମେତ ବିଶ୍ବବିଦ୍ୟାଳୟ ଅନୁଦାନ କମିଶନ(ୟୁଜିସି) ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମିଟି ଗଠନ କରିବାରେ ଶିକ୍ଷାନୁଷ୍ଠାନଗୁଡିକ ପଛଘୁଞ୍ଚା ଦେଉଥିବା ଦେଖାଯାଉଛି । ତେବେ ଏନେଇ ଉଚ୍ଚଶିକ୍ଷା ବିଭାଗ ପୁଣିଥରେ କମିଟି ଗଠନ କରିବାକୁ କଡା ନିର୍ଦ୍ଦେଶ ଦେବା ପରେ କମିଟି କାର୍ଯ୍ୟକ୍ଷମ ହେବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.