ETV Bharat / state

ମହାମାରୀରୁ ରକ୍ଷା ପାଇଁ ମଣ୍ଡା ପିଠା ପୂଜା, କନ୍ତିଆ ଗାଁର ଅନନ୍ୟ ପରମ୍ପରା - UNIQUE TRADITION OF KANTIA

ମହାମାରୀରୁ ରକ୍ଷା ପାଇବା ପାଇଁ ମା'କ୍ଷେତ୍ରପାଳଙ୍କ ନିକଟରେ ପୂଜା ହୁଏ ମଣ୍ଡା ପିଠା । ଦୀର୍ଘ ବର୍ଷର ପରମ୍ପରାକୁ ପାଳନ କରିଆସୁଛନ୍ତି କନ୍ତିଆ ଗ୍ରାମବାସୀ ।

MAGHA SAPTAMI OSA CELEBRATION
MAGHA SAPTAMI OSA CELEBRATION (ETV Bharat Odisha)
author img

By ETV Bharat Odisha Team

Published : Feb 7, 2025, 10:01 PM IST

Updated : Feb 7, 2025, 10:29 PM IST

କେନ୍ଦ୍ରାପଡ଼ା: ଉତ୍କଳୀୟ ସଂସ୍କୃତି,ପରମ୍ପରା ଏବଂ ଈଶ୍ୱରଙ୍କ ଉପରେ ଆସ୍ଥା ଓଡ଼ିଶାର ଗ୍ରାମ୍ୟ ଜୀବନକୁ ବେଶ ପ୍ରଭାବିତ କରିଥାଏ । ଆଜି ମହାମାରୀ କଥା କହିଲେ 'କୋଭିଡ' ଭଳି ଜୀବନ ନେଉଥିବା ରୋଗ କଥା ମନେ ପଡ଼ୁଛି । ହେଲ ଦୀର୍ଘବର୍ଷ ପୂର୍ବରୁ 'ହଇଜା' ନାମକ ଜଳବାହିତ ରୋଗକୁ ମହାମାରୀ ଆଖ୍ୟା ଦିଆଯାଇଥିଲା । ତେବେ ସେହି ସମୟରେ ଉନ୍ନତମାନର ଚିକିତ୍ସା ସୁବିଧା ନଥିଲା । ଯାହାଫଳରେ ଲୋକେ ହଇଜାକୁ ଦୂରୀକରଣ କରିବା ପାଇଁ ଭଗବାନଙ୍କ ପାଖରେ ଓଷା କରିବା ସହ ବିଭିନ୍ନ ଭୋଗ ଲଗାଉଥିଲେ । ଏବେବି ସେହି ପରମ୍ପରାକୁ ବଞ୍ଚାଇ ରଖିଛନ୍ତି କେନ୍ଦ୍ରାପଡା ଜିଲ୍ଲା କନ୍ତିଆ ଓ ନଳପାରି ଗ୍ରାମବାସୀ । ଏଠାରେ ହଇଜାକୁ ଦୂରେଇବା ପାଇଁ ଗ୍ରାମଦେବୀଙ୍କ ପଖରେ ମଣ୍ଡାପିଠା ଭୋଗ କରାଯାଏ ।

MAGHA SAPTAMI OSA CELEBRATION (ETV Bharat Odisha)

ମାଘ ସପ୍ତମୀ ଓଷା ?

ସ୍ଥାନୀୟ ଲୋକମାନଙ୍କ ବିଶ୍ୱାସ, ପରମ୍ପରା ଓ ଲୋକକଥା ଅନୁଯାୟୀ, ଏହି ଓଷାକୁ ମାଘ ସପ୍ତମୀ ଓଷା କୁହାଯାଏ । କେନ୍ଦ୍ରାପଡା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଢୋଲ ପଞ୍ଚାୟତର କନ୍ତିଆ ଓ ନଳପାରି ନାମକ ଦୁଇଟି ଗାଁରେ ଏହି ଓଷା ଶ୍ରୀପଞ୍ଚମୀ ଠାରୁ ସାତଦିନ ମଧ୍ୟରେ ପଡୁଥିବା ଗୁରୁବାର ଦିନ ପାଳନ କରାଯାଏ । ଏହା ମାଘ ମାସରେ ପଡୁଥିବାରୁ ମାଘ ସପ୍ତମୀ ଓଷା ବୋଲି କୁହାଯାଏ ।

MAGHA SAPTAMI OSA CELEBRATION
MAGHA SAPTAMI OSA CELEBRATION (ETV Bharat Odisha)

କାହିଁକି ଭୋଗ ଲାଗେ ମଣ୍ଡାପିଠା ?

ଏ ସମ୍ପର୍କରେ କନ୍ତିଆ ଗ୍ରାମବାସୀ ବାବାଜୀ ଚରଣ ସାହୁ କହିଛନ୍ତି,"ଏହାକୁ ଆମର ପୂର୍ବ ପୁରୁଷ ପାଳନ କରୁଥିଲେ । ଚଣ୍ଡୀ ଦେବୀଙ୍କ ନିକଟରେ ହେଉଥିବା ଡାକମଣ୍ଡା ଓଷା ଭଳି ଏଠାରେ ମଣ୍ଡାପିଠା ଭୋଗ ଦେଇଥାଉ । ଆମ ଗ୍ରାମ ଦେବତୀ ଆମକୁ ରକ୍ଷା କରିଥାନ୍ତି । ଆମକୁ ମହାମାରୀ ହଇଜା ରୋଗରୁ ମା' ରକ୍ଷା କରିଥିଲେ । ସେହିଦିନ ଠାରୁ ଆମେ ମାଘ ମାସ ଶୁକ୍ଳ ପକ୍ଷରେ ପଡୁଥିବା ପ୍ରଥମ ଗୁରୁବାର ଅର୍ଥାତ ଶ୍ରୀପଞ୍ଚମୀ ପରର ଗୁରୁବାର ଦିନ ଆମେ ଏହି ଓଷା ପାଳନ କରୁଛୁ । ମା'କ୍ଷେତ୍ରପାଳଙ୍କ ନିକଟରେ ମଣ୍ଡା ପିଠା ତିଆରି ହୋଇ ଭୋଗ ଲଗାଯାଇଥାଏ । "

ଏହା ମଧ୍ୟ ପଢନ୍ତୁ...ଅନ୍ତର୍ଜାତୀୟ ଐର ଖାରବେଳ ମହୋତ୍ସବ ଆରମ୍ଭ, ମନମୋହିଲା ଓଡି଼ଶୀ ସହ ପାଇକ ନୃତ୍ୟ - KHARAVELA MAHOTSAV

ଏହା ମଧ୍ୟ ପଢନ୍ତୁ...କାଲିଠୁ ଯଯାତି ମହୋତ୍ସବ-୨୦୨୫ ଓ ପଲ୍ଲିଶ୍ରୀମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - JAJATI 2025

ଏହା ମଧ୍ୟ ପଢନ୍ତୁ...ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ‘ଖଡ଼ିଆଳ ମହୋତ୍ସବ’ର ଉଦଘାଟନୀ ସଂଧ୍ୟା - KHADIAL MAHOTSAV 2025

ଏପରି କହିଲେ ଶ୍ରଦ୍ଧାଳୁ:

ଏନେଇ ଜଣେ ମହିଳା ଶ୍ରଦ୍ଧାଳୁ ନଳିନୀପ୍ରଭା ସାହୁ କହିଛନ୍ତି,"ଶ୍ରୀପଞ୍ଚମୀ ପରେ ଯେଉଁ ଗୁରୁବାର ଆସେ ସେଦିନ ମା' କ୍ଷେତ୍ରପାଳଙ୍କ ନିକଟରେ ମଣ୍ଡା ପିଠା ଅର୍ପଣ କରାଯାଏ । ଗୁରୁବାର ଲକ୍ଷ୍ମୀଙ୍କ ମାଣଓଷା ହୋଇଥାଏ । ସକାଳୁ ମହିଳାମାନେ ଘର ଦ୍ୱାର ପୋଛାପୋଛି କରି ନିଜ ହାତରେ ମଣ୍ଡା ପିଠା ତିଆରି କରନ୍ତି । ଏହି ଓଷାକୁ ଆମ ପୂର୍ବ ପୁରୁଷ ପାଳନ କରୁଥିଲେ, ଏବେ ଆମେ ପାଳନ କରୁଛୁ ।"

ଏପରି କହିଲେ ମନ୍ଦିର କମିଟି ସଦସ୍ୟ:

ସେହିପରି ମନ୍ଦିର କମିଟି ସଦସ୍ୟ ପ୍ରସନ୍ନ ବରାଳ କହିଛନ୍ତି,"ମୁଁ ୪୦ ବର୍ଷ ଧରି ମନ୍ଦିର ଦାୟିତ୍ୱରେ ଅଛି । ଏଠାରେ ଏହି ପରମ୍ପରା ଆଗରୁ ରହିଆସିଛି । ଆଗରୁ ହଇଜା ହେଉଥିଲା । ସେତେବେଳେ ମାଆଙ୍କ ସ୍ୱପ୍ନାଦେଶ ହୋଇଥିଲା ଯେ ମାଘ ମାସ ଶ୍ରୀପଞ୍ଚମୀ ପରେ ଯେଉଁ ଗୁରୁବାର ଆସିବ, ସେହିଦିନ ମାଆଙ୍କୁ ମଣ୍ଡା ପିଠା ଅର୍ପଣ କରିବା ପାଇଁ । ତେଣୁ ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ମା' କ୍ଷେତ୍ରପାଳଙ୍କ ପାଖରେ ଏହି ପୂଜା ହୋଇଆସୁଛି ।"

ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Feb 7, 2025, 10:29 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.