ETV Bharat / opinion

ଭାରତୀୟ ସହର ମ୍ୟୁନିସିପାଲିଟି ବଣ୍ଡ ପାଇଁ କିପରି ପ୍ରସ୍ତୁତ ହୋଇପାରିବ - MUNICIPAL BONDS IN INDIA

author img

By Soumyadip Chattopadhyay

Published : 2 hours ago

MUNICIPAL BONDS IN INDIA: ଭାରତରେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ ମ୍ୟୁନିସିପାଲିଟି ବଣ୍ଡ କେତେ ପ୍ରଭାବୀ । ଭାରତରେ ନୀତିଗତ ଭାବେ କ’ଣ ରହିଛି ପ୍ରତିବନ୍ଧକ ଓ କିପରି ଏହା ଅଧିକ ପ୍ରଭାବୀ ହୋଇପାରନ୍ତା । ପଢନ୍ତୁ ବିଶ୍ବଭାରତୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରାଧ୍ୟାପକ ସୌମ୍ୟଦୀପ ଚଟ୍ଟୋପାଧ୍ୟାୟଙ୍କ ଆଲେଖ୍ୟ...

ଭାରତୀୟ ସହର ମ୍ୟୁନିସିପାଲିଟି ବଣ୍ଡ ପାଇଁ କିପରି ପ୍ରସ୍ତୁତ ହୋଇପାରିବ
ଭାରତୀୟ ସହର ମ୍ୟୁନିସିପାଲିଟି ବଣ୍ଡ ପାଇଁ କିପରି ପ୍ରସ୍ତୁତ ହୋଇପାରିବ (ETV Bharat Odisha)

ହାଇଦ୍ରାବାଦ: ଭାରତରେ ସହରାଞ୍ଚଳ ଭିତ୍ତିଭୂମିର ବିକାଶ ପାଇଁ 2036 ମସିହା ସୁଦ୍ଧା ପ୍ରାୟ 840 ବିଲିୟନ ଡ଼ଲାରର ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଛି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ ଅନୁଦାନ ପୁଞ୍ଜି ବିନିଯୋଗ ଆବଶ୍ୟକତା ରାଶିର ମାତ୍ର ଏକ-ପଞ୍ଚମାଂଶ ପୂରଣ କରିବା ପାଇଁ ସମ୍ଭବ । ଯାହା ଦ୍ବାରା ସହରାଞ୍ଚଳ ଶାସନ ସଂସ୍ଥାମାନେ ଅନ୍ୟାନ୍ୟ ଆର୍ଥିକ ଉତ୍ସଗୁଡିକ ଅନୁସନ୍ଧାନ କରିବା ଆବଶ୍ୟକତା ଅନୁଭବ କରନ୍ତି । ମ୍ୟୁନିସିପାଲିଟି ଫାଇନାନ୍ସ ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରିପୋର୍ଟ (2022) ଓ ଚଳିତ ବଜେଟ୍ ଏବଂ ସରକାରୀ ନୀତି ଦଲିଲଗୁଡ଼ିକ ମ୍ୟୁନିସିପାଲିଟି ବଣ୍ଡ ଉପରେ ଗୁରୁତ୍ୱାରୋପ କରିଛନ୍ତି । ତଥାପି ଭାରତରେ ମ୍ୟୁନିସିପାଲିଟି ବଣ୍ଡ ବଜାରର ବିକାଶ ମାତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି । 2018 ରେ ମ୍ୟୁନିସିପାଲିଟି ବଣ୍ଡଗୁଡିକ ଭାରତୀୟ ସହରାଞ୍ଚଳ ପ୍ରଶାସନ ଦ୍ବାରା ଉଠାଯାଇଥିବା ମୋଟ ବାଣିଜ୍ୟିକ ଋଣର ମାତ୍ର ତିନି ପ୍ରତିଶତ ଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ସହରାଞ୍ଚଳ ଭିତ୍ତିଭୂମି ବିନିଯୋଗର ଦୁଇ ତୃତୀୟାଂଶ ଅର୍ଥ ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ କରୁଥିବା ବେଳେ ଏହାର ବିପରୀତ ସ୍ଥିତି ଭାରତରେ ଦେଖିବାକୁ ମିଳେ ।

ଭାରତରେ ପ୍ରଥମ ମ୍ୟୁନିସିପାଲିଟି ବଣ୍ଡ :-

1997 ମସିହାରେ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ ପ୍ରଥମେ ମ୍ୟୁନିସିପାଲିଟି ବଣ୍ଡ ଜାରି କରିଥିଲା । 2000 ଦଶକର ମଧ୍ୟଭାଗରେ ବଣ୍ଡ ବଜାରରେ ଅଭିବୃଦ୍ଧି ଘଟିଥିଲା ​। ପ୍ରାୟ 130 କୋଟି ଟଙ୍କା ହାରାହାରି ହାରରେ 9ଟି ପୌର ପ୍ରଶାସନ 1,200 କୋଟି ଟଙ୍କା ସଂଗ୍ରହ କରିଥିଲା । ବର୍ଷ 2000–2017 ମଧ୍ୟରେ ‘JNNURM’ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ରୀୟ ଏବଂ ରାଜ୍ୟ ଆର୍ଥିକ ସହାୟତା ବୃଦ୍ଧି ପ୍ରକ୍ରିୟା ମୁଖ୍ୟତଃ ବଣ୍ଡ ପ୍ରଦାନକୁ ଆଗେଇ ନେଇଥିଲା । ଘରୋଇ ଷ୍ଟକ-ଏକ୍ସଚେଞ୍ଜରେ ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ ଏବଂ ତାଲିକା ପାଇଁ ସେବି (SEBI) 2015ରେ ଏକ ନୂତନ ନିୟମ ପ୍ରଣୟନ କରିଛି । ଏହି ନିୟମାବଳୀ ସହରାଞ୍ଚଳ ପ୍ରଶାସନ ଦ୍ବାରା ସକରାତ୍ମକ ନେଟ ମୂଲ୍ୟର ରକ୍ଷଣାବେକ୍ଷଣ, ବିବିବି (BBB grade) ଗ୍ରେଡର ବିନିଯୋଗ କ୍ରେଡିଟ୍ ରେଟିଂ, ଋଣ ପରିଶୋଧ କାର୍ଯ୍ୟରେ ଖିଲାପକାରୀଙ୍କ ଅନୁପସ୍ଥିତି, ଋଣ ସେବା ପାଇଁ ରାଜସ୍ୱ ବୃଦ୍ଧି, ସହରାଞ୍ଚଳ ପ୍ରକଳ୍ପ ଚିହ୍ନଟ କରିବା ପାଇଁ ବଣ୍ଡ ଆୟର ବ୍ୟବହାର ଆଦି ପରି ଏକାଧିକ ସ୍ୱଚ୍ଛତା ପାଇଁ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଅଛି ।

ଭାରତରେ ମ୍ୟୁନିସିପାଲିଟି ବଣ୍ଡ ବଜାରକୁ ମଜବୁତ କରିବା

‘AMRUT’ କାର୍ଯ୍ୟକ୍ରମ ଅଧୀନରେ ଭାରତ ସରକାର ମଧ୍ୟ ବଣ୍ଡ ପାଇଁ 2% ସୁଧ ସବସିଡି ଆକାରରେ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । ଏହି ପଦକ୍ଷେପଗୁଡ଼ିକ ମ୍ୟୁନିସିପାଲିଟି ବଣ୍ଡ ଉପରେ ନୀତିଗତ ଗୁରୁତ୍ୱକୁ ପୁନଃଜୀବିତ କରିଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ 30 ଏପ୍ରିଲ 2024 ପର୍ଯ୍ୟନ୍ତ 16ଟି ମ୍ୟୁନିସିପାଲିଟି କର୍ପୋରେସନ ମ୍ୟୁନିସିପାଲିଟି ବଣ୍ଡ ଜାରି କରି ମୋଟ 2683.9 କୋଟି ଟଙ୍କା ସଂଗ୍ରହ କରିଛନ୍ତି ।

ରାଜ୍ୟ ମ୍ୟୁନିସିପାଲିଟି ଆକ୍ଟ ଭାରତରେ ପୌରପାଳିକା ପ୍ରଶାସନର ଋଣ କ୍ଷମତାର ପରିମାଣ ଏବଂ ମୋଡାଲିଟିକୁ ନିର୍ଦ୍ଦେଶିତ କରିଥାଏ । କେବଳ ବିହାର ଏବଂ ଓଡିଶାର ରାଜ୍ୟ ସରକାର ସେମାନଙ୍କ ସହରକୁ ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ କରିବାକୁ ଅନୁମତି ଦେଇଛନ୍ତି । ଭାରତର ବାର୍ଷିକ ସିଟି-ସିଷ୍ଟମ 2023 ସର୍ବେକ୍ଷଣର ରିପୋର୍ଟ ଅନୁଯାୟୀ, ପ୍ରାୟ ଦୁଇ-ତୃତୀୟାଂଶ ମ୍ୟୁନିସିପାଲିଟି ବଣ୍ଡ ଭାରତରେ ଜଳ ଯୋଗାଣ, ସ୍ୱେରେଜ୍, ଡ୍ରେନେଜ୍ ପ୍ରକଳ୍ପ ସହିତ ଅତ୍ୟାବଶ୍ୟକ ମ୍ୟୁନିସିପାଲିଟି ସେବାଗୁଡିକର ପୁଞ୍ଜିବ୍ୟୟ ପାଇଁ ବ୍ୟବହାର କରାଯାଇଛି ।

ଛୋଟ ସହର ଶାସନ ସଂସ୍ଥାରେ ପ୍ରଶାସନିକ ଏବଂ ବୈଷୟିକ ସାମର୍ଥ୍ୟର ଅଭାବ ରହିଛି । ଏହା ସହ ବଣ୍ଡ ପ୍ରଦାନ ଫି’ ଏବଂ କ୍ରେଡିଟ୍ ରେଟିଂ ଅଭ୍ୟାସ ସହିତ ଜଡିତ ବ୍ୟତିକ୍ରମ ଖର୍ଚ୍ଚ ଦ୍ୱାରା ମଧ୍ୟ ଏହା ପ୍ରାୟତଃ ବାଧିତ ହୋଇଥାଏ । ତାମିଲନାଡୁ ଏବଂ କର୍ଣ୍ଣାଟକର ରାଜ୍ୟ ସରକାର ୱାଟର ଆଣ୍ଡ ସାନିଟେସନ୍ ପୁଲ ପାଣ୍ଠି (WSPF) ପ୍ରତିଷ୍ଠା କରି ଛୋଟ ସହରଗୁଡ଼ିକୁ ପୁଞ୍ଜି ବଜାରରେ ପ୍ରବେଶ କରିବାରେ ସାହାଯ୍ୟ କରିଛନ୍ତି । କେତେକ ରାଜ୍ୟ ସରକାର ଯଥା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, କେରଳ ମଧ୍ୟ ଆର୍ଥିକ ସହାୟତା ପାଇଁ ନୋଡାଲ ଏଜେନ୍ସି ଭାବରେ ରାଜ୍ୟସ୍ତରୀୟ ପୁଲଡ ଫାଇନାନ୍ସ ୟୁନିଟ୍ (ଏସପିଏଫଏ) ପ୍ରତିଷ୍ଠା କରିଥିଲେ । ତଥାପି ‘JNNURM’ କାର୍ଯ୍ୟକ୍ରମରେ ରହିଥିବା ସର୍ତ୍ତାବଳି ଆର୍ଥିକ ଏବଂ ଶାସନ ସଂସ୍କାରକୁ କାର୍ଯ୍ୟକାରୀ କରିବାରେ ଅକ୍ଷମତା ହେତୁ ଏହି ରାଜ୍ୟମାନେ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସେହିପରି 8 ପ୍ରତିଶତ ସ୍ଥିର ସୁଧ ହାର କ୍ୟାପିଟାଲ ମ୍ୟୁନିସିପାଲିଟି ବଣ୍ଡକୁ ନିବେଶକମାନଙ୍କ ପାଇଁ ଆକର୍ଷିତ କରିପାରିବାରେ ସଫଳ ହୋଇନାହିଁ । ପରିଶେଷରେ PFDF ଯୋଜନା ଭାରତରେ ଏକତ୍ରିତ ଆର୍ଥିକ ଆନ୍ଦୋଳନକୁ ମଜବୁତ କରିବାରେ ବିଫଳ ହେବା ପରି ସ୍ଥିତି ସୃଷ୍ଟି ହୋଇଛି ।

  • ଏହି କ୍ଷେତ୍ରରେ ପ୍ରତିବନ୍ଧକଗୁଡ଼ିକୁ ଚିହ୍ନିତ କରିବା

ପୁଞ୍ଜି ବଜାରକୁ ପ୍ରବେଶ କରିବା ପାଇଁ ସହରାଞ୍ଚଳ ପ୍ରଶାସନଗୁଡିକର ଦୁର୍ବଳ ଆର୍ଥିକ ସ୍ଥିତି ହେଉଛି ସବୁଠାରୁ ବଡ଼ ପ୍ରତିବନ୍ଧକ । ସଫଳ ମ୍ୟୁନିସିପାଲିଟି ବଣ୍ଡ ମାର୍କେଟ ପଦକ୍ଷେପ (ଏଠାରେ ଯୁକ୍ତରାଷ୍ଟ୍ରର ଉଦାହରଣ ନିଆଯାଇପାରେ) ଆର୍ଥିକ ଦୃଷ୍ଟିରୁ ସକ୍ଷମ ପ୍ରକଳ୍ପ କିମ୍ବା ମ୍ୟୁନିସିପାଲିଟି ପ୍ରଶାସନ ଦ୍ବାରା ସୃଷ୍ଟି ହେଉଥିବା ରାଜସ୍ୱ ଋଣ ପରିଶୋଧ ପାଇଁ ବ୍ୟବହୃତ ହୁଏ । ତେବେ, ଭାରତରେ ସହରାଞ୍ଚଳ ଭିତ୍ତିଭୂମି ପ୍ରକଳ୍ପଗୁଡିକ ପାଇଁ କୌଣସି ରାଜସ୍ୱ ମଡେଲର କାର୍ଯ୍ୟକାରିତା ନାହିଁ । ଯାହାଫଳରେ ଋଣ ପାଣ୍ଠି ପାଇଁ ସହର ସରକାରଙ୍କ ପରିଶୋଧ କ୍ଷମତାକୁ ଗୁରୁତର ଭାବରେ ସୀମିତ କରିଥାଏ । ସାଧାରଣତଃ ଭାରତୀୟ ସହରଗୁଡିକରେ ଉପଭୋକ୍ତା ଶୁଳ୍କ ଏବଂ ଦେୟରୁ ହେଉଥିବା ଆୟ ସହରାଞ୍ଚଳ ସେବା ପରିଚାଳନା ଖର୍ଚ୍ଚ ବହନ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ବିଶେଷ ଭାବରେ, ସହର ସରକାରଗୁଡିକ ରାଜସ୍ୱ ସୃଷ୍ଟି କରୁଥିବା ସହରୀ ପ୍ରକଳ୍ପଗୁଡିକର ବିକାଶ ଏବଂ କାର୍ଯ୍ୟକାରୀ କରିବାର କ୍ଷମତାର ଅଭାବ ରହିଛି ।

ମ୍ୟୁନିସିପାଲିଟି ବଣ୍ଡରେ ବିନିଯୋଗ ସମ୍ପର୍କରେ ନିବେଶକଙ୍କ ନିଷ୍ପତ୍ତି ମ୍ୟୁନିସିପାଲିଟି ସରକାରଙ୍କ ଆର୍ଥିକ ସ୍ଥିତି ଉପରେ ନିର୍ଭର କରେ । ତେଣୁ ମ୍ୟୁନିସିପାଲିଟି ସମ୍ପତ୍ତି ଏବଂ ଦାୟିତ୍ବ ସମ୍ବନ୍ଧୀୟ ସୂଚନାଗୁଡିକର ଠିକ ସମୟରେ ଉପଲବ୍ଧତା ଏବଂ ସହରଗୁଡିକର ଅର୍ଥନୈତିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ସୂଚନାକୁ ଆଧାର କରି, କ୍ରେଡିଟ ରେଟିଂ ଏଜେନ୍ସିଗୁଡିକ ମ୍ୟୁନିସିପାଲିଟି ବଣ୍ଡ ପ୍ରଦାନ କରୁଥିବା ସହରଗୁଡିକର ମୂଲ୍ୟାଙ୍କନ କରନ୍ତି । କିନ୍ତୁ ଆଇନଗତ ଓ ପ୍ରଶାସନିକ ଢାଞ୍ଚା ଏହି କାର୍ଯ୍ୟକୁ ଅତ୍ୟନ୍ତ କଷ୍ଟସାଧ୍ୟ କରିଥାଏ ।

ଆଇନଗତ ବ୍ୟବସ୍ଥା ଅନୁଯାୟୀ, ରାଜ୍ୟ ସରକାରମାନେ ବଣ୍ଡ ପ୍ରଦାନକୁ ଅନୁମୋଦନ କରନ୍ତି ଏବଂ ଏହା ମଧ୍ୟ ଅତ୍ୟଧିକ ଅସ୍ପଷ୍ଟ ଏବଂ ସମୟ ସାପେକ୍ଷ ପ୍ରକ୍ରିୟା ମାଧ୍ୟମରେ ହୋଇଥାଏ । ମ୍ୟୁନିସିପାଲିଟି ପ୍ରଶାସନଠାରୁ ଅଡିଟ୍‌ ହୋଇଥିବା ଆର୍ଥିକ ସୂଚନାର ଉପଲବ୍ଧତା ସୀମିତ କାରଣ ସର୍ବସାଧାରଣରେ ପ୍ରକାଶର କୌଣସି ନିୟମ ନାହିଁ । ଭାରତର ବାର୍ଷିକ ସିଟି-ସିଷ୍ଟମ ସର୍ଭେ (2023) ରିପୋର୍ଟରେ ଦର୍ଶାଯାଇଛି ଯେ ଭାରତର 35ଟି ରାଜଧାନୀ ସହରର କେବଳ 28 ପ୍ରତିଶତ 2023 ମସିହାରେ ବାର୍ଷିକ ଅଡିଟ୍ ହୋଇଥିବା ଆର୍ଥିକ ବିବରଣୀ ପ୍ରଦାନ କରିଛନ୍ତି । ଏଥିସହ ଆର୍ଥିକ ସୂଚନା ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟଦକ୍ଷତା ସୂଚକାଙ୍କ ପ୍ରକାଶ କରିବା ଫର୍ମାଟ୍ ସମାନ ନୁହେଁ କ୍ରେଡିଟ୍ ମୂଲ୍ୟାୟନ ପ୍ରକ୍ରିୟା ଅଧିକ ଜଟିଳ ।

ମ୍ୟୁନିସିପାଲିଟି ବଣ୍ଡଗୁଡିକ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (IRDA) ଦ୍ୱାରା ଅଣ-ସରକାରୀ ସିକ୍ୟୁରିଟି ଭାବରେ ବର୍ଗୀକୃତ ହୋଇଛନ୍ତି । ‘ଆଇଆରଡିଏ’ ନିୟମାବଳୀ ଅନୁଯାୟୀ, ଅନୁଷ୍ଠାନିକ ନିବେଶକମାନେ, ଯେଉଁମାନେ ଭାରତରେ ମ୍ୟୁନିସିପାଲିଟି ବଣ୍ଡର ପ୍ରାଥମିକ କ୍ରେତା, ସେମାନଙ୍କ ନିବେଶ ପୋର୍ଟଫୋଲିଓରେ ଅତି କମରେ ଏ+ ରେଟିଂ ସହିତ ସିକ୍ୟୁରିଟି ଅନ୍ତର୍ଭୂକ୍ତ କରିବାକୁ ବାଧ୍ୟ ।

ସମ୍ପାଦକୀୟ ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.