ETV Bharat / state

ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

author img

By ETV Bharat Odisha Team

Published : 2 hours ago

Bharatpur police station case: ୩୦ରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ । କମିଶନ ମୁଖ୍ୟ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ଟର୍ମ ଅଫ ରେଫରେନ୍ସ ଦେଲେ ସରକାର । ଭୁବନେଶ୍ବରରେ ହେବ କମିଶନଙ୍କ ଅଫିସ । ଅଧିକ ପଢନ୍ତୁ

ଭରତପୁର ଥାନା କାଣ୍ଡ: ୩୦ରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ, ସରକାର ଦେଲେ ଟର୍ମ ଅଫ ରେଫରେନ୍ସ
ଭରତପୁର ଥାନା କାଣ୍ଡ: ୩୦ରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ, ସରକାର ଦେଲେ ଟର୍ମ ଅଫ ରେଫରେନ୍ସ (ETV BharatOdisha)

କଟକ: ବହୁଚର୍ଚ୍ଚିତ ଭରତପୁର ଥାନା କାଣ୍ଡ ମାମଲାରେ 30 ତାରିଖରୁ ଆରମ୍ଭ ହେବ ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ଏହି ତଦନ୍ତ ଆରମ୍ଭ କରିବ । ଗତକାଲି ମୋହନ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଭୁବନେଶ୍ବର ସର୍କିଟ ହାଉସରେ କମିଶନଙ୍କ କାର୍ଯ୍ୟାଳୟ ସ୍ଥାପିତ ହେବା ସହ ସତ୍ୟପାଠ ଗ୍ରହଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ।

  • କମିଶନଙ୍କୁ ‘ଟର୍ମ ଅଫ ରେଫରେନ୍ସ’ ଦେଲେ ସରକାର:-

ଗତକାଲି ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର "ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିଛନ୍ତି । ଏଥିରେ ତିନିଟି ବିଷୟ ସ୍ଥାନିତ ହୋଇଛି । ଏହି ସବୁ ବିନ୍ଦୁ ବା ଦିଗକୁ ନେଇ ଆୟୋଗ ମାମଲାର ତଦନ୍ତ କରିବେ । 60 ଦିନ ମଧ୍ୟରେ ତଦନ୍ତ ଶେଷ କରି ସରକାରଙ୍କୁ ରିପୋର୍ଟ ହସ୍ତାନ୍ତର କରିବ । ସେହି ଆଧାରରେ ସରକାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ
୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ (ETV Bharat Odisha)
  • ରେଫରେନ୍ସ ନମ୍ବର ୧
    କ. ଯୁବକଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଝଗଡା
    ଖ . ଅଭିଯୋଗ ଦାଖଲ ପାଇଁ ଥାନାକୁ ଆସିଥିବା ପୀଡ଼ିତାଙ୍କ ନାଁରେ ‘ଏଫଆଇଆର’
    ଗ. ଭରତପୁର ଥାନାରେ ଦାୟର ହୋଇଥିବା ମାମଲା
  • ରେଫରେନ୍ସ ନମ୍ବର ୨

ଘଟଣା ସମ୍ପର୍କିତ ଭିଡିଓ ଭାଇରାଲ ହେବା ଘଟଣା

  • ରେଫରେନ୍ସ ନମ୍ବର ୩

ସରକାରଙ୍କୁ କମିଶନଙ୍କ ସୁପାରିଶ

ଏହା ମଧ୍ୟ ପଢନ୍ତୁ :- ହାଇକୋର୍ଟଙ୍କ ବଡ଼ ରାୟ, ଭରତପୁର ମାମଲାରେ ସାର୍ବଜନୀନ ହେବ ନାହିଁ ମେଜର ଓ ବାନ୍ଧବୀଙ୍କ ପରିଚୟ - Orissa High Court on assault case

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନାରେ ଚାଲିଛି ନବଗ୍ରହ ଶାନ୍ତି ପୂଜା, ଗେଟ୍ ଆଗରେ ଝୁଲିଲା ଲେମ୍ବୁ-କଞ୍ଚାଲଙ୍କା - army major fiance assault case

ଏହା ମଧ୍ୟ ପଢନ୍ତୁ :- ଭରତପୁର ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, ୬୦ ଦିନରେ ରିପୋର୍ଟ - CM Ordered Judicial Inquiry

ଏମିତି କହିଥିଲେ ହାଇକୋର୍ଟ:-

ସାରା ରାଜ୍ୟରେ ଏହି ଘଟଣାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି । ଗତକାଲି ଦିନ ତମାମ ଚର୍ଚ୍ଚାରେ ଥିଲା ଏହି ପ୍ରସଙ୍ଗ । 22 ତାରିଖ ବିଳମ୍ବିତ ରାତିରେ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲା । ଏହାର କିଛି ଘଣ୍ଟା ମଧ୍ୟରେ ବିରୋଧୀ ବିଜେଡି ଆହୁତ କରିଥିବା 24 ତାରିଖ ରାଜଧାନୀ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲା । ପୂର୍ବାହ୍ନରେ ଆରମ୍ଭ ହୋଇଥିଲା ହାଇକୋର୍ଟରେ ଏହି ମାମଲାର ଶୁଣାଣି । କୋର୍ଟ ମାମଲାର କୌଣସି ଅଭିଯୁକ୍ତ ଓ ଅନ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ନାମ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ନକରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ରାଜ୍ୟର ସମସ୍ତ ଥାନାରେ ସିସିଟିଭି ଳାଗିବା ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଏଡିଜି (ଆଧୁନିକୀକରଣ) ଦୟାଲ ଗଙ୍ଗଓ୍ବାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହ ସରକାରଙ୍କ ଅନୁରୋଧ ଆଧାରରେ ମାମଲାର ପ୍ରତ୍ୟକ୍ଷ ତଦାରଖ କରିବାକୁ ମଧ୍ୟ କୋର୍ଟ ମନା କରିଥିଲେ । ଏଥିରେ କୋର୍ଟଙ୍କ ତଦାରଖ କରିବାର ଅବଶ୍ୟକତା ନଥିବା ଖଣ୍ଡପୀଠ କହିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.