ହାଇଦ୍ରାବାଦ: ମୋବିଲିଟି କମ୍ପାନୀ ଓଲାର ପ୍ରତିଷ୍ଠାତା ଭବିଶ ଅଗ୍ରୱାଲ କୃତ୍ରିମ AI ଲ୍ୟାବ୍ ଲଞ୍ଚ କରିଥିବା ମଙ୍ଗଳବାର ଘୋଷଣା କରିଛନ୍ତି । ଭାରତ ପାଇଁ ସ୍ବତନ୍ତ୍ର ଭାବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ବିକଶିତ କରିବା ଲାଗି ଏହି ଲ୍ୟାବ୍ କାମ କରିବ । ଏହି ପଦକ୍ଷେପ ଲାଗି ଅଗ୍ରୱାଲ ପ୍ରାଥମିକ ଭାବେ 2ହଜାର କୋଟି ଟଙ୍କା ଓ ଆସନ୍ତା ବର୍ଷ ସୁଦ୍ଧା ମୋଟ 10 ହଜାର କୋଟି ଟଙ୍କା ନିବେଶ କରିବେ ବୋଲି ସୂଚନା ଦେଇଛନ୍ତି ।
ଭବିଶଙ୍କ ସୋସିଆଲ ମିଡିଆ ପୋଷ୍ଟ
ଏ ନେଇ ଭବିଶ ନିଜ X ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି, " ଭାରତୀୟ ଭାଷା, ତଥ୍ୟର ଅଭାବ ଓ ସାଂସ୍କୃତିକ ବିଷୟବସ୍ତୁ ସହ ସମ୍ବନ୍ଧିତ ଆହ୍ବାନର ସମାଧାନ କରିବ କୃତ୍ରିମ ଏଆଇ ଲ୍ୟାବ୍ ।" ସେ ଆହୁରି କହିଛନ୍ତି, "ଆମେ ଗତ 1ବର୍ଷ ଧରି ଏଆଇ ଉପରେ କାମ କରୁଛୁ, କିନ୍ତୁ ଆଜି ଆମ କାମକୁ ଓପନ ସୋର୍ସ କମ୍ୟୁନିଟି ଲାଗି ଜାରି କରିଛୁ ଓ ଏହାସହିତ ଅନେକ ଟେକନିକାଲ୍ ରିପୋର୍ଟ ମଧ୍ୟ ପ୍ରକାଶିତ କରିଛୁ । ଆମର ଉଦ୍ଦେଶ୍ୟ ହେଉଛି ଭାରତ ଲାଗି ସ୍ବତନ୍ତ୍ର ଉନ୍ନତମାନର AI ମଡେଲ ବିକଶିତ କରିବା ଯାହାକି ଭାରତୀୟ ଭାଷା, ତଥ୍ୟ ଓ ସାଂସ୍କୃତିକ ବିଷୟବସ୍ତୁ ଉପରେ ଅଧିକ ଭଲ କାମ କରିବ ।"
Really proud of the whole @Krutrim team! @navendu @chandra_pkhatri
— Bhavish Aggarwal (@bhash) February 4, 2025
If you want to join this mission, contact us! You also also DM me directly here. https://t.co/sSbeht8guc
1ବର୍ଷ ଭିତରେ 'କୃତ୍ରିମ'ର ଦ୍ରୁତ ଅଭିବୃଦ୍ଧି
ଅଗ୍ରୱାଲ କହିଛନ୍ତି ଯେ ଏଆଇ ଷ୍ଟାର୍ଟଅପ୍ କୃତ୍ରିମ ଗତ ବର୍ଷେ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି କରିଛି, ତଥାପି AI ଦୁନିଆରେ ଆହୁରି ଆଗକୁ ବଢିବାକୁ ଅଛି । ଆମେ ବୈଶ୍ବିକ ବେଞ୍ଚମାର୍କର ନିକଟତର ହୋଇନାହୁଁ, ହେଲେ ବହୁତ ଅଗ୍ରଗତି କରିଛୁ । ଆମ ମଡେଲକୁ ଓପନ ସୋର୍ସ କରି ଆଶା କରୁଛୁ ଯେ ପୂରା ଭାରତୀୟ ଏଆଇ ସମ୍ପ୍ରଦାୟ ଏକ ବିଶ୍ବସ୍ତରୀୟ ଭାରତୀୟ ଏଆଇ ଇକୋସିଷ୍ଟମ ତିଆରି କରିବାରେ ସହଯୋଗ କରିବ । ଆମେ ପ୍ରଥମେ ଦୌଡ଼ିବା ପୂର୍ବରୁ ଚାଲିବା ଶିଖୁଛୁ, 1ବର୍ଷ ମଧ୍ୟରେ ଆମେ ଦୌଡ଼ିବାରେ ସକ୍ଷମ ହେବୁ ବୋଲି ଆଶା ।"
'ଦେଶର ପ୍ରଥମ ସୁପରକମ୍ପ୍ୟୁଟର ବିକଶିତ କରୁଛି କୃତ୍ରିମ'
ଅଗ୍ରୱାଲ ଆହୁରି କହିଛନ୍ତି ଯେ କୃତ୍ରିମ ଆମେରିକୀୟ କମ୍ପାନୀ Nvidia ସହ ମିଳିତ ଉଦ୍ୟମରେ ଭାରତର ପ୍ରଥମ GB2000 AI ସୁପରକମ୍ପ୍ୟୁଟର (ସାଧାରଣ କମ୍ପ୍ୟୁଟରଠାରୁ ଅଧିକ ଜଟିଳ କାମ କରିପାରୁଥିବା କମ୍ପ୍ୟୁଟର) ବିକଶିତ କରୁଛି । ଏହି ସୁପରକମ୍ପ୍ୟୁଟର ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ୍ଣ ବିକଶିତ ହୋଇଯିବ ବୋଲି ଆଶା କରାଯାଉଛି । ଯାହାକି ଚଳିତ ବର୍ଷ ଶେଷ ସୁଦ୍ଧା ଭାରତର ସର୍ବବୃହତ ଏଆଇ ସୁପରକମ୍ପ୍ୟୁଟର ହେବ ।
India can’t be left behind in AI. @Krutrim has accelerated efforts to develop world class AI. As first step, our cloud now has DeepSeek models live, hosted on Indian servers. Pricing lowest in the world https://t.co/FJiy7Ut7k0
— Bhavish Aggarwal (@bhash) January 31, 2025
Details on our AI lab, SOTA model and research… pic.twitter.com/Fkz2jkxuX7
Krutrim AI କଣ ?
ଓଲାର କହିବାନୁସାରେ, କୃତ୍ରିମ ହେଉଛି ଏକ ଏଆଇ ଆସିଷ୍ଟାଣ୍ଟ, ଯାହାକି ବିଭିନ୍ନ ପ୍ରକାର କାମ କରି ୟୁଜରଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ଆହୁରି ସହଜ କରିପାରିବ । ବିଶେଷ କରି ଭାରତୀୟ ୟୁଜରଙ୍କ ବିବିଧତାକୁ ଦୃଷ୍ଟିରେ ରଖି ଏହି ଏଆଇ ମଡେଲକୁ ବିକଶିତ କରାୟାଇଛି । ଏହା ଅନ୍ୟ ଏଆଇ ମଡେଲରୁ ଭିନ୍ନ କାରଣ ଏହା ଇଂରାଜୀ, ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ, ମାଲାୟାଲାମ, ମରାଠୀ, କନ୍ନଡ, ବଙ୍ଗାଳୀ, ଗୁଜୁରାଟୀ ଓ ହିଙ୍ଗିଲ୍ସ (Hinglish)କୁ ବି ସପୋର୍ଟ କରିଥାଏ ।
ଯେତେବେଳେ ଆପଣ ଏହି ଚାଟବଟ୍କୁ ଖୋଲିବେ ସେତେବେଳେ ଏହା ପ୍ରତିକ୍ରିୟା ରଖି କହିଥାଏ, " ନମସ୍କାର ! ମୁଁ କୃତ୍ରିମ, ଓଲାର ଉତ୍ପାଦ । ମୁଁ ଏକ କମ୍ପ୍ୟୁଟର ପ୍ରୋଗ୍ରାମ ଯିଏକି କୃତ୍ରିମ ବୁଦ୍ଧିମତା ଏଆଇକୁ ବ୍ୟବହାର କରି ମନୁଷ୍ୟକ ପରି ଅବିକଳ ଟେକ୍ସଟ ଜେନେରେଟ୍ କରେ, ଯାହାକି ମୋ ଭିତରେ ଇନପୁଟ୍ କରାଯାଇଛି । ମୋର ସାମର୍ଥ୍ୟ ଅନୁଯାୟୀ ମୁଁ ଆପଣଙ୍କୁ ତଥ୍ୟ ପ୍ରଦାନ କରିବି । ମୁଁ ଆପଣଙ୍କୁ ଆଜି କିପରି ସହଯୋଗ କରିପାରିବି ?" ଏହି ଏଆଇ ଆସିଷ୍ଟାଣ୍ଟକୁ ବ୍ୟବହାର କରି ଆପଣ ଇମେଲ୍ ଲେଖିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶ୍ନର ଉତ୍ତର ପାଇବା ସହ ନୂଆ କଥା ଶିଖିପାରିବେ । ଏହାସହ ଭ୍ରମଣ ଆଇଡିଆ ଓ ନୂଆ ଖାଦ୍ୟ ପ୍ରସ୍ତୁତିର ପ୍ରଣାଳୀ ମଧ୍ୟ ଆପଣ ଜାଣିପାରିବେ ।