ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲିଙ୍କ ଫ୍ୟାନ ଫଲୋଇଂଙ୍କ ପାଇଁ ଲୋକପ୍ରିୟ । ପ୍ରଶଂସକମାନେ କୋହିଲଙ୍କ ଗୋଟିଏ ଝଲକ ପାଇବା ପାଇଁ କିଛି ବି କରିପାରନ୍ତି । ଏହାର ଏକ ଝଲକ ସମ୍ପ୍ରତି ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା । କାରଣ ପ୍ରଶଂସକମାନେ କୋହଲିଙ୍କୁ ଭେଟିବା ପାଇଁ ଷ୍ଟାଡିୟମର ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆରେ ପହଞ୍ଚି ତାଙ୍କ ପାଦ ଛୁଇଁ ତାଙ୍କୁ ସ୍ୱାଗତ କରିଥିଲେ ।
ପ୍ରଶଂସକଙ୍କୁ ବଡ଼ ଉପହାର ଦେଲେ ବିରାଟ -
ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ଯାହାଙ୍କର ସୋସିଆଲ ମିଡିଆରେ ସର୍ବାଧିକ ଫଲୋଅର୍ସ ରହିଛନ୍ତି । ତେଣୁ ତାଙ୍କୁ ସୋସିଆଲ ମିଡିଆରେ ମଧ୍ୟ ବହୁତ ଭଲ ପାଆନ୍ତି। କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ପିଲାମାନଙ୍କ ସହିତ ଦୀର୍ଘ ଦିନ ଧରି ଲଣ୍ଡନରେ ରହୁଛନ୍ତି । ଏହା ପୂର୍ବରୁ ସେ ମୁମ୍ବାଇରେ ରହୁଥିଲେ । କିନ୍ତୁ ଏବେ ଯେତେବେଳେ କୋହଲି ରଣଜୀ ଟ୍ରଫି ଖେଳିବାକୁ ଆସି ଗୁରୁଗ୍ରାମରେ ତାଙ୍କ ଘରେ ରହିଥିଲେ । ଏହି ସମୟରେ ତାଙ୍କର ପାଗଳ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ ।