ନୂଆଦିଲ୍ଲୀ: ପାଖେଇ ଆସିଲାଣି ICC ଚାମ୍ପିଅନ୍ସ ଟ୍ରଫି ୨୦୨୫ । ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଛି । ମାର୍ଚ୍ଚ ୯ ତାରିଖରେ ଫାଇନାଲ ମ୍ୟାଚ୍ । ଏହା ଚାମ୍ପିଅନ୍ସ ଟ୍ରଫିର ୯ମ ସଂସ୍କରଣ, ଯାହା ଏକ ହାଇବ୍ରିଡ୍ ମଡେଲରେ ଖେଳାଯିବାକୁ ଯାଉଛି । ଭାରତୀୟ କ୍ରିକେଟ ଦଳ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନାହିଁ । ଭାରତ ତା’ର ମ୍ୟାଚ୍ଗୁଡ଼ିକ ଦୁବାଇରେ ଖେଳିବ । ଅନ୍ୟ ସମସ୍ତ ଦଳ ପାକିସ୍ତାନରେ ସେମାନଙ୍କର ମ୍ୟାଚ୍ ଖେଳିବେ ।
ବିଶ୍ବର ଶ୍ରେଷ୍ଠ ୮ଟି ଦିନିକିଆ ଦଳ ଏହି ମର୍ଯ୍ୟାଦାଜନକ ICC ଟ୍ରଫି ଜିତିବା ଲକ୍ଷ୍ୟରେ ଗ୍ରାଉଣ୍ଡକୁ ଓହ୍ଲାଇବେ । ଯେଉଁଥିରେ ପ୍ରଥମ ଥର ପାଇଁ ଖେଳୁଥିବା ଆଫଗାନିସ୍ତାନ ସାମିଲ ଅଛି । ଏହି ୮ଟି ଦଳକୁ ୨ଟି ଗ୍ରୁପରେ ରଖାଯାଇଛି । ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ ନେଇଥିବା ଶ୍ରେଷ୍ଠ ୧୦ ଖେଳାଳି କେଉଁମାନେ ଜାଣିଛନ୍ତି କି ? ଯେଉଁଥିରେ ଭାରତରରୁ ଅଛନ୍ତି ୩ ଖେଳାଳି ।
ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେଇଥିବା ୧୦ ଖେଳାଳି:
୧. ମହେଲା ଜୟବର୍ଦ୍ଧନେ:
ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ୍ ନେଇଥିବା ଖେଳାଳିଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ମହେଲା ଜୟବର୍ଦ୍ଧନେ । ୨୦୦୦ରୁ ୨୦୧୩ ପର୍ଯ୍ୟନ୍ତ ୨୨ଟି ମ୍ୟାଚ୍ରେ ମୋଟ ୧୫ଟି କ୍ୟାଚ୍ ନେଇଛନ୍ତି ମହେଲା । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି ।
୨. ରସ୍ ଟେଲର:
ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ କ୍ୟାଚ୍ ନେବା ମାମଲାରେ ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର ଦ୍ବିତୀୟ ସ୍ଥାନରେ ଅଛନ୍ତି । ଟେଲର ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୧୨ଟି କ୍ୟାଚ ନେଇଛନ୍ତି । ସେ ଗୋଟିଏ ମ୍ୟାଚରେ ସର୍ବାଧିକ 3ଟି କ୍ୟାଚ ନେଇଛନ୍ତି ।
୩. ସୌରଭ ଗାଙ୍ଗୁଲି:
ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟସମ୍ୟାନ୍ ଏବଂ ଅଧିନାୟକ ସୌରଭ ଗାଙ୍ଗୁଲି ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ ନେବାରେ ତୃତୀୟ ଖେଳାଳି । ଗାଙ୍ଗୁଲି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ୧୩ଟି ମ୍ୟାଚ୍ ଖେଳି ମୋଟ ୧୨ଟି କ୍ୟାଚ୍ ନେଇଛନ୍ତି । ସେ ଗୋଟିଏ ମ୍ୟାଚ୍ରେ ସର୍ବାଧିକ ୨ଟି କ୍ୟାଚ୍ ନେଇଛନ୍ତି ।
୪. ଡ୍ବେନ ବ୍ରାଭୋ:
ଚାମ୍ପିଅନ୍ସ ଟ୍ରଫି ଇତିହାସରେ ସର୍ବାଧିକ କ୍ୟାଚ୍ ନେଇଥିବା ଚତୁର୍ଥ ଖେଳାଳି ହେଉଛନ୍ତି ୱେଷ୍ଟଇଣ୍ଡିଜ୍ର ପୂର୍ବତନ ଅଲରାଉଣ୍ଡର ଡ୍ବେନ ବ୍ରାଭୋ । ସେ ୨୦୦୪ରୁ ୨୦୧୩ ପର୍ଯ୍ୟନ୍ତ ୧୫ଟି ମ୍ୟାଚ୍ ଖେଳି ୧୩ଟି କ୍ୟାଚ୍ ନେଇଛନ୍ତି । ବ୍ରାଭୋ ଗୋଟିଏ ମ୍ୟାଚ୍ରେ ସର୍ବାଧିକ 3ଟି କ୍ୟାଚ୍ ନେଇଛନ୍ତି ।
୫. ଜେପି ଡୁମିନି: