ETV Bharat / sports

ରାଜନୀତିରେ ଏଣ୍ଟ୍ରି ମାରିବେ ଧୋନି ! ଚର୍ଚ୍ଚା ବଢାଇଲା ରାଜୀବ ଶୁକ୍ଳାଙ୍କ ମନ୍ତବ୍ୟ - MAHENDRA SINGH DHONI

ଧୋନିଙ୍କର ଲୋକପ୍ରିୟତା ଅଛି କହିଲେ BCCI ଉପାଧ୍ୟକ୍ଷ ରାଜୀବ ଶୁକ୍ଳା । ମାହିଙ୍କ ରାଜନୀତି ଏଣ୍ଟ୍ରି ସମ୍ପର୍କରେ ଦେଲେ ଏମିତି ବୟାନ ।

MS Dhoni
MS Dhoni (IANS PHOTO)
author img

By ETV Bharat Odisha Team

Published : Feb 3, 2025, 7:32 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କର ଏକ ଭିନ୍ନ କ୍ରେଜ୍ ରହିଛି । ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରି କେବଳ ‘ଆଇପିଏଲ’ରେ ଖେଳୁଥିବା ସତ୍ତ୍ୱେ ମଧ୍ୟ ଧୋନିଙ୍କ କୋଟି କୋଟି ପ୍ରଶଂସକ ଅଛନ୍ତି । ‘ମିଷ୍ଟର କୁଲ’ ଭାବରେ ପରିଚିତ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ବକପ, ୨୦୧୧ ଦିନିକିଆ ବିଶ୍ବକପ ଏବଂ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଛି । ଭାରତୀୟ କ୍ରିକେଟ୍‌ରେ ୩ଟି ଟ୍ରଫି ଜିତିଥିବା ଏକମାତ୍ର ଏକମାତ୍ର ଅଧିନାୟକ ହେଉଛନ୍ତି ଧୋନି । ତେବେ ମାହି ରାଜନୀତିରେ ପ୍ରବେଶ କରୁଥିବା ନେଇ ଏବେ ଚର୍ଚ୍ଚା ହେଉଛି । ଏଥିରେ କେତେ ସତ୍ୟତା ଅଛି ? ସତରେ କ'ଣ ଧୋନି ରାଜନୀତିରେ ଏଣ୍ଟ୍ରି ମାରିବାକୁ ଯାଉଛନ୍ତି ? ସେ କେଉଁ ରାଜ୍ୟରୁ ନିର୍ବାଚନ ଲଢ଼ିବେ ?

  • ଧୋନିଙ୍କ ରାଜନୀତି ପ୍ରବେଶ ସମ୍ପର୍କରେ ଏଭଳି କହିଲେ ରାଜୀବ ଶୁକ୍ଳା:

ଏହି ଚର୍ଚ୍ଚା ମଧ୍ୟରେ ବଡ ବୟାନ ଦେଇଛନ୍ତି, ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା । ରାଜୀବ ଏକ ୟୁଟ୍ୟୁବ ଚ୍ୟାନେଲକୁ ଦେଇଥିବା ସଦ୍ୟତମ ସାକ୍ଷାତକାରରେ ଧୋନିଙ୍କ ରାଜନୀତିରେ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଅନୁମାନ କରାଯାଉଛି ଯେ, ଧୋନି ଜଣେ ଭଲ ରାଜନେତା ହେବେ ।

ଧୋନିଙ୍କ ଲୋକପ୍ରିୟତା ଅଧିକ: ରାଜୀବ

ରାଜୀବ ଶୁକ୍ଲା କହିଛନ୍ତି," ଜଣେ ରାଜନେତା ଭାବରେ ଆଗକୁ ବଢ଼ିବାର କ୍ଷମତା ଧୋନିଙ୍କ ପାଖରେ ଅଛି । କିନ୍ତୁ ସେ ରାଜନୀତିରେ ପ୍ରବେଶ କରିବେ, କି ନାହିଁ, ତାହା ସମ୍ପୂର୍ଣ୍ଣ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ସୌରଭ ଏବଂ ମୁଁ ଭାବୁଥିଲୁ ଯେ, ଧୋନି ବେଙ୍ଗଲ ରାଜନୀତିରେ ପ୍ରବେଶ କରିବେ । ସେ ରାଜନୀତିରେ ମଧ୍ୟ ଆଗକୁ ବଢ଼ିପାରିବେ । ସେ ସହଜରେ ଜିତିଯିବେ । ତାଙ୍କର ଭଲ ଫ୍ୟାନ୍‌ ବେସ୍‌ ଅଛି । ଲୋକପ୍ରିୟତା ଦୃଷ୍ଟିରୁ ଏହା ଏକ ବଡ଼ ସଫଳତା ।"

ଏହା ମଧ୍ୟ ପଢ଼ନ୍ତୁ...ଧୋନିଙ୍କୁ ନେଇ ହରଭଜନଙ୍କ ବଡ଼ ଖୁଲାସା, ୧୦ ବର୍ଷ ହେଲା ନାହିଁ କଥାବାର୍ତ୍ତା

ଏହା ମଧ୍ୟ ପଢ଼ନ୍ତୁ...IPL 2025 ଫ୍ରାଞ୍ଚାଇଜ ରିଟେନସନ ଲିଷ୍ଟ, ପୁଣି କମାଲ ଦେଖାଇବେ ଧୋନି-ରୋହିତ-ବିରାଟ

  • ଲୋକସଭା ନିର୍ବାଚନ ବେଳେ ମଧ୍ୟ ହୋଇଥିଲା ଚର୍ଚ୍ଚା

ରାଜୀବ ଶୁକ୍ଳା ଏହା ମଧ୍ୟ କହିଛନ୍ତି ଯେ, ଥରେ ସେ ଧୋନିଙ୍କ ସହ ରାଜନୀତିରେ ପ୍ରବେଶ କରିବା ବିଷୟରେ କଥା ହୋଇଥିଲେ । ଶୁକ୍ଳା କହିଛନ୍ତି, "ଥରେ ଏକ ଗୁଜବ ଶୁଣିବାକୁ ମିଳୁଥିଲା ​​ଯେ, ଧୋନି ଲୋକସଭା ନିର୍ବାଚନ ଲଢ଼ୁଛନ୍ତି । ମୁଁ ଏହାକୁ ସତ ବୋଲି ଭାବି ନେଇଥିଲି । ଏନେଇ ମୁଁ ମାହିଙ୍କ ସହ କଥା ହୋଇଥିଲି । ମାହି ଏ କଥା କେବଳ ଗୁଜବ ବୋଲି କହି ଏଡ଼ାଇ ଦେଇଥିଲେ । ବାସ୍ତବରେ, ଧୋନି ବାହାରେ ରହିବାକୁ ଅଧିକ ପସନ୍ଦ କରନ୍ତିନାହିଁ । ଲାଇମଲାଇଟରୁ ଦୂରରେ ରହିବାକୁ ସେ ପସନ୍ଦ କରନ୍ତି । ତାଙ୍କ ପାଖରେ ମୋବାଇଲ୍ ଫୋନ୍ ମଧ୍ୟ ନାହିଁ । ବିସିସିଆଇ ଚୟନକର୍ତ୍ତାମାନେ ତାଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ତାହା କେତେକ ସମୟରେ ସମ୍ଭବପର ହୋଇନଥାଏ । ଧୋନି କେବଳ ତାଙ୍କ କାମରେ ଧ୍ୟାନ ଦିଅନ୍ତି । ସେ ତାଙ୍କ କାମକୁ ଗମ୍ଭୀରତାର ସହ ନିଅନ୍ତି ।"

ଇଟିଭି ଭାରତ, ବ୍ୟୁରୋ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.