ETV Bharat / technology

ISROକୁ ବଡ଼ ଝଟକା: କାମ କରୁନି ଥ୍ରଷ୍ଟର, ଅଧାରେ ଅଟକିଛି NVS-02 ଉପଗ୍ରହ - ISRO NVS 02 SATELLITE

ପ୍ରଜ୍ଜଳିତ ହେଲାନି ଥ୍ରଷ୍ଟର । ପୃଥୀରର ଅଣ୍ଡାକୃତି କକ୍ଷରେ ଅଟକିଛି ଏହି ନାଭିଗେସନ୍‌ ସାଟେଲାଇଟ୍‌ ।

ISROକୁ ବଡ ଝଟକା: କାମ କରୁନି ଥ୍ରଷ୍ଟର, ଅଧାରେ ଅଟକିଛି NVS-02 ଉପଗ୍ରହ
ISROକୁ ବଡ ଝଟକା: କାମ କରୁନି ଥ୍ରଷ୍ଟର, ଅଧାରେ ଅଟକିଛି NVS-02 ଉପଗ୍ରହ (ETV Bharat Odisha)
author img

By ETV Bharat Odisha Team

Published : Feb 3, 2025, 8:24 AM IST

Updated : Feb 3, 2025, 8:34 AM IST

ହାଇଦ୍ରାବାଦ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)କୁ ବଡ଼ ଝଟକା ଲାଗିଛି । ସଂସ୍ଥା ନିଜର 100ତମ ତଥା ଚଳିତବର୍ଷର ପ୍ରଥମ ଉତକ୍ଷେପଣରେ ମହାକାଶକୁ ପଠାଇଥିବା ସ୍ବଦେଶୀ ନାଭିଗେସନ୍‌ ସାଟେଲାଇଟ୍‌ ‘NVS-02’ ଯନ୍ତ୍ରାଂଶରେ ତ୍ରୁଟି ସାମ୍ନାକୁ ଆସିଛି । ସାଟେଲାଇଟରେ ଲାଗିଥିବା ଥ୍ରଷ୍ଟର ଅଚଳ ହୋଇପଡିବାରୁ ଏହି ଉପଗ୍ରହକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯାଇପାରୁନି । ଏହା ଏବେ ପୃଥିବୀର ଅଣ୍ଡାକୃତି କକ୍ଷପଥରେ ଅଟକି ରହିଥିବା ଗତକାଲି ରାତିରେ ସଂସ୍ଥା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

  • 100ତମ ଉତକ୍ଷେପଣ ଏହି ଉପଗ୍ରହକୁ ପଠାଇଥିଲା ଇସ୍ରୋ:-

ଗତମାସ (ଜାନୁଆରୀ) 29 ତାରିଖରେ ଆନ୍ଧ୍ର ଉପକୂଳର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଏହି NVS-02 ସାଟେଲାଇଟକୁ ‘ଜିଏସଏଲଭି’ ରକେଟ୍‌ ସାହାଯ୍ୟରେ ଉତକ୍ଷେପଣ କରାଯାଇଥିଲା । ଏହା ଥିଲା ଇସ୍ରୋର 100ତମ ଓ ବର୍ଷ-2025 ପ୍ରଥମ ଭାରତୀୟ ମହାକାଶ ପ୍ରୋଗ୍ରାମ୍‌ । ଏହି ନାଭିଗେସନ୍‌ ଉପଗ୍ରହ କାର୍ଯ୍ୟକ୍ଷମ ହୋଇଥିଲେ, ଭାରତ ନିଜର ନାଭିଗେସନ୍‌ ପ୍ରଣାଳୀ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଥାଆନ୍ତା । ଫଳରେ ଆମେରିକା ଦ୍ବାରା ବିକଶିତ ଗ୍ଲୋବାଲ୍‌ ପୋଜିସନିଂ ସିଷ୍ଟମ୍‌ (GPS) ନାଭିଗେସନ୍‌ ପ୍ରଣାଳୀ ବ୍ୟବହାରର ବିକଳ୍ପ ଭାରତ ହାସଲ କରିପାରିଥାଆନ୍ତା ।

  • କଣ ଅପଡେଟ ଦେଲା ଇସ୍ରୋ:-

ନିଜ ଅଫିସିଆଲ୍‌ ସାଇଟରେ ‘GSLV-F15’ ମିଶନ୍‌ ସମ୍ପର୍କରେ ସୂଚନା ପ୍ରଦାନ କରି କହିଛି,‘‘ ସାଟେଲାଇଟକୁ ନିର୍ଦ୍ଦିଷ୍ଟ କକ୍ଷପଥରେ ଅବସ୍ଥାପିତ କରାଯାଇପାରିନି । କାରଣ ନିର୍ଦ୍ଧାରିତ କକ୍ଷପଥ ଅଭିମୁଖେ ଗତି କରିବା ପାଇଁ ସେଥିରେ ଲାଗିଥିବା ଥ୍ରଷ୍ଟର ପ୍ରଜ୍ଜଳିତ ହୋଇପାରିନି । ସାଟେଲାଇଟ୍‌ର ସିଷ୍ଟମଗୁଡ଼ିକ ସ୍ବାଭାବିକ ଅଛି ଏବଂ ଉପଗ୍ରହଟି ବର୍ତ୍ତମାନ ପୃଥିବୀର ଅଣ୍ଡାକାର କକ୍ଷପଥରେ ଅଛି । ସେହି ଅଣ୍ଡାକାର କକ୍ଷପଥରେ ଏହାର ନାଭିଗେସନ୍‌ ସିଷ୍ଟମକୁ କାର୍ଯ୍ୟକ୍ଷମ କରିବା ଦିଗରେ କାମ ଜାରି ରହିଛି ।

ଏହା ବି ପଢନ୍ତୁ
  1. ଶ୍ରୀହରିକୋଟାରୁ ଇସ୍ରୋର ସେଞ୍ଚୁରୀ; NVS-02 ସାଟେଲାଇଟ୍‌ର ସଫଳ ଉତକ୍ଷେପଣ - SRIHARIKOTA 100TH LAUNCH
  2. ଶ୍ରୀହରିକୋଟାରୁ 100ତମ ଲଞ୍ଚିଂ; ଜାଣନ୍ତୁ ସତୀଶ ଧୱନ ସ୍ପେଶ ଷ୍ଟେସନର ଐତିହାସିକ ଯାତ୍ରା
  3. ଐତିହାସିକ ସଫଳତା ହାସଲ କଲା ISRO; ସ୍ପେଶ୍‌ ଡକିଂ ସଫଳ, ଇସ୍ରୋକୁ ଛୁଟିଲା ଶୁଭେଚ୍ଛାର ସୁଅ

29 ତାରିଖରେ ଉତକ୍ଷେପଣ ହେବା ପରେ ‘ଜିଏସଏଲଭି’ ରକେଟ୍‌ ଏହି ଉପଗ୍ରହକୁ ସଫଳତାର ସହ ଭୁସ୍ଥିର ସ୍ଥାନାନ୍ତରଣ କକ୍ଷ (ଜିଟିଓ)ରେ ଅବସ୍ଥାପିତ କରିଥିଲା । ପରେ ଏହି ଉପଗ୍ରହକୁ ସେଠାରୁ ସ୍ବୟଂଚାଳିତ ଭାବେ ‘ଇସ୍ରା’ ଦ୍ବାରା ନିର୍ଦ୍ଧାରିତ କକ୍ଷପଥ ପର୍ଯ୍ୟନ୍ତ ଅଗ୍ରସର ହେବାର ଥିଲା । ‘ଜିଏସଏଲଭି’ରୁ ଅଲଗା ହୋଇ ପୃଥିବୀର ଅଣ୍ଡାକାର କକ୍ଷପଥରେ ସ୍ଥାପିତ ହେବା ପରେ ଉପଗ୍ରହରେ ଲାଗିଥିବା ଥ୍ରଷ୍ଟର ସାହାଯ୍ୟରେ ଉପଗ୍ରହଟି ନିର୍ଦ୍ଧାରିତ କକ୍ଷପଥ ଅଭିମୁଖେ ଯାତ୍ରା କରିଥାଆନ୍ତା । ମାତ୍ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଥ୍ରଷ୍ଟର ପ୍ରଜ୍ଜଳନ ନହେବା କାରଣରୁ ଉପଗ୍ରହଟି ପୃଥିବୀର ଅଣ୍ଡାକାର କକ୍ଷପଥରେ ଅଟକି ରହିଛି । ତାକୁ ସେଠାରୁ ହିଁ ସଞ୍ଚାଳିତ କରିବା ଦିଗରେ ‘ଇସ୍ରୋ’ ପ୍ରକ୍ରିୟା ଜାରି ରଖିଛି ।

ଇଟିଭି ଭାରତ, ବ୍ୟୁରୋ

Last Updated : Feb 3, 2025, 8:34 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.