ପ୍ୟାରିସ (ଫ୍ରାନ୍ସ):ଭାରତର ଷ୍ଟାର ସଟ୍ଲର ଲକ୍ଷ୍ୟ ସେନ୍ ପ୍ୟାରିସ୍ ଅଲିମ୍ପିକ୍ସରେ ନିଜର ଅଭିଯାନ ଦମଦାର ବିଜୟରୁ ଆରମ୍ଭ କରିଛନ୍ତି । ଶନିବାର ଖେଳାଯାଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଲକ୍ଷ୍ୟ ସେନ୍ ଗୁଆଟେମାଲା ଖେଳାଳି କର୍ଡନ୍ କେଭିନ୍ଙ୍କୁ ମାତ୍ ଦେଇଛନ୍ତି । ପ୍ରଥମ ସେଟ୍ 21-8ରେ ସହଜରେ ଜିତିବା ପରେ ସେନ୍ ଦ୍ବିତୀୟ ସେଟ୍ରେ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଶେଷରେ ସେନ୍ ଦ୍ବିତୀୟ ସେଟ୍ରେ 22-20 ସ୍କୋରରେ ମ୍ୟାଚ୍ ଜିତିଥିଲେ ।
ପ୍ରଥମ ସେଟ୍ରେ ଲକ୍ଷ୍ୟଙ୍କ ସହଜ ବିଜୟ:-
ପ୍ୟାରିସରେ ପଦକ ଦୌଡ଼ରେ ଥିବା 22 ବର୍ଷୀୟ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ୍ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍ର ପ୍ରଥମ ସେଟ୍ରେ ଦମଦାର ଆରମ୍ଭ କରିଥିଲେ । ପ୍ରଥମ ସେଟରେ ପ୍ରତିପକ୍ଷ ଗୁଆଟେମାଲା ଖେଳାଳି 37 ବର୍ଷୀୟ କର୍ଡନ୍ କେଭିନ୍ଙ୍କୁ କୌଣସି ସୁଯୋଗ ଦେଇନଥିଲେ । ସେନ୍ ଚମତ୍କାର ପ୍ରଦର୍ଶନ କରିବା ସହିତ ପ୍ରଥମ ସେଟ୍ର ମିଡ୍ବ୍ରେକ୍ ସହିତ 11-3 ଅଗ୍ରଣୀ ନେଇଥିଲେ । ଏହାପରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିଲେ ଏବଂ 21-8 ସ୍କୋରରେ ପ୍ରଥମ ସେଟ୍ ଜିତିଥିଲେ ।