ପ୍ୟାରିସ (ଫ୍ରାନ୍ସ): ଭାରତର ଷ୍ଟାର ତୀରନ୍ଦାଜୀ (ମିଶ୍ରିତ) ଦଳ ଧୀରଜ ବୋମ୍ମାଦେୱରା ଏବଂ ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ । ତୀରନ୍ଦାଜୀ ମିଶ୍ରିତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଏହି ଷ୍ଟାର ଭାରତୀୟ ତୀରନ୍ଦାଜୀ ମିଶ୍ରିତ ଦଳ । ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସ 2024ରେ ମିଶ୍ରିତ ଦଳ ତୀରନ୍ଦାଜୀ ଇଭେଣ୍ଟର ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚରେ ଭାରତୀୟ ଯୋଡ଼ି ଧୀରଜ ବୋମ୍ମାଦେୱରା ଏବଂ ଅଙ୍କିତା ଭକତ ଇଣ୍ଡୋନେସିଆ ବିପକ୍ଷରେ 5-1ରେ ଦମଦାର ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହିତ ଭାରତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।
ଧୀରଜ ଓ ଅଙ୍କିତାଙ୍କ ଦମଦାର ପ୍ରଦର୍ଶନ:-
ପ୍ୟାରିସ ଅଲିମ୍ପିକ୍ସ 2024 ତୀରନ୍ଦାଜୀ ମିଶ୍ରିତ ଇଭେଣ୍ଟରେ ରାଉଣ୍ଡ ଅଫ୍ 16 ମ୍ୟାଚରେ ଭାରତୀୟ ଯୋଡ଼ି ଅଙ୍କିତା ଭକତ ଏବଂ ଧୀରଜ ବୋମ୍ମାଦେୱରା ଦମଦାର ବିଜୟ ହାସଲ କରିଛନ୍ତି । ସେମାନେ ଇଣ୍ଡୋନେସିଆର ଦିୟାନନ୍ଦ ଚୋଇରୁନିସା ଏବଂ ଆରିଫ ପାଙ୍ଗେଷ୍ଟୁଙ୍କ ବିପକ୍ଷରେ 5-1 ସ୍କୋରରେ ବିଜୟ ହାସଲ କରି ଭାରତୀୟ ଯୋଡି କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।
ଏମିତି ଥିଲା ଆଜିର ମ୍ୟାଚ୍:-