ETV Bharat / sports

କୋରିଆକୁ 4-1 ଗୋଲରେ ହରାଇ ଫାଇନାଲରେ ଭାରତ, କାଲି ଚୀନ ସହ ମହାମୁକାବିଲା - Asian Hockey Champions Trophy 2024

author img

By ETV Bharat Odisha Team

Published : Sep 16, 2024, 7:40 PM IST

India vs South Korea 2nd Semifinal: ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି ଫାଇନାଲ 2024ରେ ଭାରତର ଶାନଦାର ଏଣ୍ଟ୍ରି । କୋରିଆକୁ 4-1 ଗୋଲରେ ହରାଇଲା ଡିଫେଣ୍ଡିଂ ଚାମ୍ପିଆନ୍ ଭାରତ । ସେମିଫାଇନାଲରେ ଧମାକାଦାର ପ୍ରଦର୍ଶନ ସହ ଲଗାତାର ଦ୍ବିତୀୟ ଥର ପାଇଁ ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି ଫାଇନାଲ 2024ରେ ଭାରତ ପ୍ରବେଶ କରିଛି । ଅଧିକ ପଢନ୍ତୁ

ଭାରତୀୟ ପୁରୁଷ ହକି ଟିମ୍
ଭାରତୀୟ ପୁରୁଷ ହକି ଟିମ୍ (IANS Photo)

ମୌକି (ଚୀନ): ଭାରତୀୟ ପୁରୁଷ ହକି ଟିମ୍ ଏବଂ କୋରିଆ ମଧ୍ୟରେ ଏଠାରେ ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି 2024ର ଦ୍ବିତୀୟ ସେମି ଫାଇନାଲ ଖେଳାଯାଇଥିଲା । ଏହି ରୋମାଞ୍ଚକର ମୁକାବିଲାରେ ବିଶ୍ବର ଟପ୍-5 ଦଳ ଭାରତ ଦୁନିଆର 14 ତମ ଟିମ୍ କୋରିଆକୁ 4-1 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି । ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି ଫାଇନାଲ 2024ରେ ଭାରତର ଶାନଦାର ଏଣ୍ଟ୍ରି । କୋରିଆକୁ 4-1 ଗୋଲରେ ହରାଇଲା ଡିଫେଣ୍ଡିଂ ଚାମ୍ପିଆନ୍ ଭାରତ । ସେମିଫାଇନାଲରେ ଧମାକାଦାର ପ୍ରଦର୍ଶନ ସହ ଲଗାତାର ଦ୍ବିତୀୟ ଥର ପାଇଁ ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି ଫାଇନାଲ 2024ରେ ଭାରତ ପ୍ରବେଶ କରିଛି ।

ଏହା ବି ପଢନ୍ତୁ- ଦକ୍ଷିଣ କୋରିଆକୁ 3-1ରେ ହରାଇଲା ଭାରତ, 200 ଗୋଲ ପୂରଣ କଲେ ହର୍ମନପ୍ରୀତ, ଶନିବାର ପାକ୍‌-ଇଣ୍ଡିଆ ମୁକାବିଲା - Asian Champions Trophy hockey 2024

କୋରିଆକୁ 4-1 ଗୋଲରେ ପରାଜିତ କରି ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି 2024 ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଆନ୍ ଭାରତ । ଭାରତୀୟ ପୁରୁଷ ହକି ଦଳ ସେମିଫାଇନାଲରେ କୋରିଆକୁ ପରାସ୍ତ କରି ଫାଇନାଲ ଟିକଟ ହାତେଇଛି । ଏଠାରେ ଚାଲିଥିବା ଏସିଆନ୍ ପୁରୁଷ ହକି ଚାମ୍ପିଆନ୍ସ ଟ୍ରଫି 2024 ଫାଇନାଲରେ ଚୀନ ବିପକ୍ଷରେ କାଲି (ମଙ୍ଗଳବାର) ମହାମୁକାବିଲା ଖେଳିବ ଭାରତ ।

ଏହା ବି ପଢନ୍ତୁ- ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି; ହ୍ୟାଟ୍ରିକ ବିଜୟ ସହ ସେମିରେ ଭାରତ, ରାଜକୁମାରଙ୍କ ଗୋଲ ବର୍ଷା - Asian Champions Trophy hockey

ଉତ୍ତମ ସିଂ (ଗୋଟିଏ), କ୍ୟାପଟେନ୍ ହରମନପ୍ରୀତ୍ ସିଂ (2) ଏବଂ ଜାରମାନପ୍ରୀତ୍ ସିଂ (ଗୋଟିଏ) ସ୍କୋର କରିଥିଲେ ଭାରତ ପାଇଁ । ଏପଟେ କୋରିଆ ପାଇଁ 33 ବର୍ଷୀୟ ୟାଙ୍ଗ ଜି-ହୁନ୍ ଗୋଟିଏ ଗୋଲ ସ୍କୋର କରିଥିଲେ । ତେବେ ମଙ୍ଗଳବାର ଆୟୋଜନ ଚୀନକୁ ଫାଇନାଲ ଟକ୍କରରେ ଭେଟିବ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ଟିମ୍ ଭାରତ ।

ଏହା ବି ପଢନ୍ତୁ- ପାକିସ୍ତାନକୁ ଧୂଳି ଚଟାଇଲା ଭାରତୀୟ ହକି ଟିମ, ହିରୋ ସାଜିଲେ ଅଧିନାୟକ - India Hockey Team Beat Pakistan

ମ୍ୟାଚ୍ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିଥିଲା ଭାରତ । ବାରମ୍ବାର ଆକ୍ରମଣାତ୍ମକ ଖେଳ ପାଇଁ କୋରିଆର ପ୍ରତିରକ୍ଷା ଟେନସନକୁ ଆସିଥିଲା । ମ୍ୟାଚର ମାତ୍ର 13 ମିନିଟରେ ପ୍ରଥମ ଗୋଲ କରିଥିଲା ଭାରତ । ଉତ୍ତମ ସିଂ ଏହି ଗୋଲ ସ୍କୋର କରି ଭାରତକୁ 1-0ରେ ଆଗେଇ ନେଇଥିଲେ । ପରେ ଅଧିନାୟକ ହରମନପ୍ରୀତ୍ ସିଂ ମ୍ୟାଚର 19 ତମ ମିନିଟରେ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ 2-0ରେ ଆଗେଇଥିଲେ । ପରେ ଜାରମାନପ୍ରୀତ୍ ସିଂ ମ୍ୟାଚର 32 ତମ ମିନିଟରେ ଆଉ ଗୋଟିଏ ଗୋଲ ସ୍କୋର କରିଥିଲେ । ଏହା ପରେ 45 ମିନିଟରେ ପୁଣି କ୍ୟାପଟେନ ହରମନପ୍ରୀତ୍ ସିଂ ପେନାଲ୍ଟି କର୍ଣ୍ଣରରୁ ଗୋଲ ସ୍କୋର କରିଥିଲେ ।

ଏହା ବି ପଢନ୍ତୁ- କୋହଲିଙ୍କ ବିରାଟ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ, ଭିଡିଓ ଭାଇରାଲ - virat kohli broke stadium wall

ଏପଟେ ପ୍ରଥମ ସେମିଫାଇନାଲରେ ପାକିସ୍ତାନକୁ ଚକମା ଦେଇଥିଲା ଆୟୋଜକ ଚୀନ । ସୁଟ୍ ଆଉଟରେ 2-0 ରେ ପାକିସ୍ତାନକୁ ହରାଇ ଫାଇନାଲ ଖେଳିବାକୁ ଉର୍ଣ୍ଣୀତ ହୋଇଛି ଚୀନ । ତେବେ ମ୍ୟାଚର ନିର୍ଦ୍ଧାରିତ ସମୟରେ 1-1ରେ ଅମିମାସିଂତ ରହିଥିଲା ମ୍ୟାଚ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.