ETV Bharat / sports

କୋହଲିଙ୍କ ବିରାଟ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ, ଭିଡିଓ ଭାଇରାଲ - virat kohli broke stadium wall

author img

By ETV Bharat Odisha Team

Published : Sep 16, 2024, 2:23 PM IST

Virat Kohli broke chepauk stadium wall: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାରତୀୟ ଖେଳାଳି ପ୍ରାଟିସ ଜାରି ରଖିଛନ୍ତି । ଅଭ୍ୟାସ ସମୟରେ ଛକା ମାରି ଷ୍ଟାଡିୟମର କାନ୍ଥ ଭାଙ୍ଗି ଦେଲେ କୋହଲି । ଅଧିକ ପଢନ୍ତୁ

Etv Bharat
Etv Bharat (IANS PHOTOS)

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର 19 ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି 2ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ । ଏଥିପାଇଁ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ ଜାରି ରଖିଛି ଟିମ୍‌ ଇଣ୍ଡିଆ । ଏହାରି ମଧ୍ୟରେ ବିରାଟ କୋହଲିଙ୍କ ବ୍ୟାଟିଂ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୋହିଲଙ୍କ ଛକାରେ ଷ୍ଟାଡିୟମ କାନ୍ଥ କଣା ହୋଇଯାଇଥିବା ଦେଖିବାକୁ ମିଳିଛି ।

ଏହା ମଧ୍ୟ ପଢନ୍ତୁ-ମୋ ଅଧିନାୟକତ୍ବରେ କ୍ରିକେଟ ଖେଳିଛନ୍ତି କୋହଲି: ତେଜସ୍ବୀ - Tejashwi On Kohli

କୋହଲିଙ୍କ ଛକାରେ ଭାଙ୍ଗିଲା ଷ୍ଟାଡିୟମ କାନ୍ଥ:

ଭିଡିଓରେ ଦେଖିବାକୁ ମିଳିଛି ଯେ, କୋହଲି ଟେଷ୍ଟ ସିରିଜ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ବୋଲରଙ୍କ ବଲକୁ ବଡ ବଡ ସଟ ମାରୁଛନ୍ତି । କୋହଲିଙ୍କ ବ୍ୟାଟରୁ ଏକ ଛକା ମାଡ ହେବାରୁ ଏଥିରେ ଷ୍ଟାଡିମର ଡ୍ରେସିଂ ରୁମ୍‌ର କାନ୍ଥ କଣା ହୋଇଯାଇଥିଲା । କୋହଲିଙ୍କ ଏହି ଭାଇରଲ ଭିଡିଓଟିକୁ ଜଣେ ପ୍ରଶଂସକ ସେୟାର କରିଛନ୍ତି । ଭିଡିଓ ସେୟାର କରିବାବେଳେ ସେ ଲେଖିଛନ୍ତି, 'କୋହଲି କାନ୍ଥ ଭାଙ୍ଗିଦେଲେ' ।

ଫ୍ୟାନ୍ସଙ୍କୁ ଅଟୋଗ୍ରାଫ ଦେଲେ କୋହଲି:

ଏମଏ ଚିଦାମ୍ବରମ ଷ୍ଟାଡିୟମରେ ପ୍ରାଟିସ ସମୟରେ କୋହଲିଙ୍କୁ ତାଙ୍କ ଫ୍ୟାନ୍ସମାନେ ଭେଟିବାକୁ ଆସିଥିଲେ । କୋହଲି ସେମାନଙ୍କ ସହ ଫଟୋ ଉଠାଇଥିଲେ ଓ ଅଟୋଗ୍ରାଫ ମଧ୍ୟ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଆରେ ବାପ୍‌ରେ ! ବର୍ଷକୁ ଏତେ ଟଙ୍କା ରୋଜଗାର କରୁଛନ୍ତି କୋହଲି; କ୍ରିକେଟ ସହ ଟଙ୍କା ରୋଜଗାରରେ ବି ଭାଙ୍ଗୁଛନ୍ତି ରେକର୍ଡ - Virat Kohli Income

ଦୀର୍ଘ ସମୟ ପରେ ଟେଷ୍ଟ କ୍ରିକେଟକୁ ଫେରିବେ କୋହଲି:

ଲମ୍ବା ସମୟର ବ୍ରେକ ପରେ କୋହଲି ପୁଣି ଥରେ ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଜାନୁଆରୀ 2024ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ଶେଷ ଟେଷ୍ଟ ସିରିଜ ଖେଳିଥିଲେ । ତେବେ ଏହା ପରେ ହୋଇଥିବା ଟେଷ୍ଟ ସିରିଜରେ ଖେଳି ନଥିଲେ କୋହଲି । ଏବେ ବାଂଲାଦେଶ ବିପକ୍ଷ ସିରିଜରେ ବିରାଟ ଭଲ ପ୍ରଦର୍ଶନ କରିବା ନେଇ ଫ୍ୟାନ୍ସ ଆଶାବାଦୀ ।

ବାଂଲାଦେଶ ବିପକ୍ଷ ଟେଷ୍ଟ କେବେ ?

ସେପ୍ଟେମ୍ବର 19 ରୁ 23 ମଧ୍ୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ୍ ଷ୍ଟାଡିୟମରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯିବ । ଏହା ପରେ 27 ସେପ୍ଟେମ୍ବରରୁ ଅକ୍ଟୋବର 1 ତାରିଖ ପର୍ଯ୍ୟନ୍ତ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ ପାଇଁ ବିସିସିଆଇ 16 ଜଣିଆ ଦଳ ମଧ୍ୟ ଘୋଷଣା କରିଛି ।

  • ପ୍ରଥମ ଟେଷ୍ଟ: ସେପ୍ଟେମ୍ବର 19 ରୁ 23, ସ୍ଥାନ- ଏମ ଚିଦାମ୍ବରମ୍ ଷ୍ଟାଡିୟମ (ଚେନ୍ନାଇ, ତାମିଲନାଡ଼ୁ)
  • ଦ୍ବିତୀୟ ଟେଷ୍ଟ: 27 ସେପ୍ଟେମ୍ବରରୁ ଅକ୍ଟୋବର 1, ସ୍ଥାନ- ଗ୍ରୀନ ପାର୍କ (କାନପୁର, ଉତ୍ତରପ୍ରଦେଶ)

ଏହା ମଧ୍ୟ ପଢନ୍ତୁ-ଭାରତ-ବାଂଲାଦେଶ ଟେଷ୍ଟ: କାହିଁକି ବୁମରାଙ୍କୁ ମିଳିଲାନି ଉପ ଅଧିନାୟକ ଦାୟିତ୍ବ ? - IND VS BAN FIRST TEST

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.