ETV Bharat / state

ନୀତି ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କରେ ଓଡ଼ିଶା ପ୍ରଥମ, ନବୀନଙ୍କ ସୁଶାସନକୁ ଶ୍ରେୟ ଦେଲା BJD - NITI AAYOG FISCAL HEALTH INDEX 2025

NITI ଆୟୋଗ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚକାଙ୍କକୁ ନେଇ ସନ୍ତୋଷ ବ୍ୟକ୍ତ କଲେ ନବୀନ, ବିଜେପିକୁ ଟାର୍ଗେଟ କଲା ବିଜେଡି

NITI Aayog fiscal health index 2025
NITI Aayog fiscal health index 2025 (ETV Bharat Odisha)
author img

By ETV Bharat Odisha Team

Published : Jan 26, 2025, 7:54 AM IST

ଭୁବନେଶ୍ୱର: ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ଓଡିଶା ପ୍ରଥମ ସ୍ଥାନ ଦଖଲ କରିଛି । ଏନେଇ ନୀତି ଆୟୋଗ ରିପୋର୍ଟ ଜାରୀ କରିବା ପରେ ସୋସିଆଲ ମିଡ଼ିଆରେ ସନ୍ତୋଷବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଏହି ସଫଳତା ନବୀନଙ୍କ ସୁଶାସନର ପ୍ରତିଫଳନ ବୋଲି କହିଛି ବିଜେଡି । ରାଜ୍ୟର ଋଣଭାର ହ୍ରାସ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜସ୍ୱ ବ୍ୟୟରେ 33.8 ପ୍ରତିଶତ ହାରରେ ବୃଦ୍ଧି ନବୀନଙ୍କ ସଫଳତା ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର । ତେଣୁ ରାଜ୍ୟ ବିଜେପିର ଚବିଶ ବର୍ଷରେ କିଛି ହୋଇନାହିଁ ଉକ୍ତି ଭୁଲ ପ୍ରମାଣିତ ବୋଲି ସେ କହିଛନ୍ତି ।

ଓଡିଶାର ଗର୍ବ ଓ ପ୍ରତିଷ୍ଠାକୁ ବଢ଼େଇଛି ରିପୋର୍ଟ :

BJD press meet On NITI Aayog fiscal health index 2025 (ETV Bharat Odisha)
ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି, "ଆର୍ଥିକ ସୂଚକାଙ୍କ 2025 ସଂକ୍ରାନ୍ତ ନୀତି ଆୟୋଗ ରିପୋର୍ଟ ଓଡିଶାର ଗର୍ବ ଓ ପ୍ରତିଷ୍ଠାକୁ ବଢ଼େଇ ଦେଇଛି । ଦେଶର ବିଭିନ୍ନ ରାଜ୍ୟର 2022/23 ଅର୍ଥନୈତିକ ପରିସ୍ଥିତିର ଅଧ୍ୟୟନ ପରେ ନୀତି ଆୟୋଗ ଏହି ସୂଚୀ ଜାରୀ କରିଛି । ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ପଛକୁ ଛାଡି ସମଗ୍ର ଦେଶରେ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅନ୍ୟାନ୍ୟ ବିକଶିତ ରାଜ୍ୟ ଓଡିଶା ପଛରେ ରହିଛନ୍ତି । ଏହି ସୂଚୀ ଅନୁଯାୟୀ ଯେଉଁ ରାଜ୍ୟ 50 ପଏଣ୍ଟରୁ ଅଧିକ ରଖିଛନ୍ତି, ସେମାନଙ୍କୁ ନୀତି ଆୟୋଗଙ୍କ ଦ୍ଵାରା ଆଚିଭର ଶ୍ରେଣୀରେ ରଖାଯାଇଛି । ଭାରତବର୍ଷର ମାତ୍ର 6ଟି ରାଜ୍ୟ ଆଚିଭର ଶ୍ରେଣୀରେ ଅଛନ୍ତି । ଓଡିଶା ସେହି 6 ରାଜ୍ୟ ମଧ୍ୟରୁ ଗୋଟେ । ଓଡିଶା ସବୁଠାରୁ ଆଗରେ ରହିଛି ।

ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନରେ ଓଡିଶା ଉଦାହରଣ:

ନୀତି ଆୟୋଗର ରିପୋର୍ଟ ଅନୁଯାୟୀ, 2014-15ରୁ 2021-22 ପର୍ଯ୍ୟନ୍ତ ଲଗାତର ଭାବେ ଓଡିଶା ପ୍ରଥମ ସ୍ଥାନ ହାସଲ କରିଆସୁଛି । ତେଣୁ ଦୀର୍ଘ ସମୟ ଧରି ବିତ୍ତୀୟ ଶୃଙ୍ଖଳା ପ୍ରଦର୍ଶନ କରିବାରେ ଓଡିଶା ଉଦାହରଣ ସୃଷ୍ଟି କରିଛି । ନୀତି ଆୟୋଗର ମୂଲ୍ୟାଙ୍କନ ଅନୁଯାୟୀ ଓଡିଶା 67.08 ପଏଣ୍ଟ ପାଇ ସବୁଠାରୁ ଆଗରେ ରହିଛି । ଓଡିଶା ପରେ 55.02 ପଏଣ୍ଟରେ ଛତିଶଗଡ଼ ଦ୍ଵିତୀୟ ଓ 53.06 ପଏଣ୍ଟ ପାଇ ଗୋଆ ତୃତୀୟ ସ୍ଥାନରେ ରହିଛି । ଓଡିଶା ଓ ଛତିଶଗଡ଼ ମଧ୍ୟରେ 12 ପଏଣ୍ଟ ବ୍ୟବଧାନ ରହିଛି । ଆର୍ଥିକବର୍ଷ 2022/23 ଅନୁସାରେ ଓଡିଶା ଅନ୍ୟ ରାଜ୍ୟମାନଙ୍କୁ ପଛରେ ଛାଡି ବହୁତ ଆଗକୁ ଯାଇଥିଲେ । ବିକାଶ ମାନଚିତ୍ରରେ ଓଡିଶାଠୁ ଆଗରେ ଥିବା ତାମିଲନାଡୁ, କର୍ଣ୍ଣାଟକ ଓ ହରିୟାଣା ବିତ୍ତୀୟ ଶୃଙ୍ଖଳା କ୍ଷେତ୍ରରେ ଓଡିଶାଠୁ ଢେର ପଛରେ ରହିଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଏହି କ୍ଷେତ୍ରରେ ସବୁଠାରୁ ପଛରେ ରହିଛନ୍ତି ।

ଲଗାତାର ଭାବେ ହ୍ରାସ ପାଇଛି ବିତ୍ତୀୟ ନିଅଣ୍ଟ:

ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ, ଓଡିଶା ଋଣ ସୂଚକାଙ୍କରେ 99 ପଏଣ୍ଟ ରହିଛି । ନିୟମିତ ଋଣ ପୈଠ ଓ ଉନ୍ନତ ଋଣ ସ୍ଥିତିରେ 64 ପଏଣ୍ଟ ସହିତ ପ୍ରଥମ ସ୍ଥାନରେ ରହିଛି । ସେହିପରି ଆର୍ଥିକ ଶୃଙ୍ଖଳା କ୍ଷେତ୍ରରେ ଓଡିଶା 54, ବ୍ୟୟର ଗୁଣାତ୍ମକ ମାନରେ 52 ଓ ରାଜସ୍ୱ ସଂଗ୍ରହରେ 69.9 ରହିଛି । ବିତ୍ତୀୟ ନିଅଣ୍ଟରେ ଓଡିଶା ସବୁଠାରୁ ଭଲ ପ୍ରଦର୍ଶନ କରିଛି । ଓଡ଼ିଶାର ବିତ୍ତୀୟ ନିଅଣ୍ଟ ଦେଶର ଅନ୍ୟ ରାଜ୍ୟଙ୍କ ତୁଳନାରେ ସର୍ବନିମ୍ନ ରହିଛି । 2000/01ରେ ଯେତେବେଳେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହୋଇଥିଲେ ସେତେବେଳେ ବିତ୍ତୀୟ ନିଅଣ୍ଟ ରାଜ୍ୟର ମୋଟ ଘରୋଇ ଉତ୍ପାଦର 6.9 ପ୍ରତିଶତ ଥିଲା । ଯାହା ବର୍ଷ 2022/23ରେ 2 ପ୍ରତିଶତରେ ଖସି ଆସିଛି । 2019/20 ଆର୍ଥିକ ବର୍ଷ ପରଠୁ ଲଗାତାର ଭାବେ ଓଡିଶାର ବିତ୍ତୀୟ ନିଅଣ୍ଟ ହ୍ରାସ ପାଇବାରେ ଲାଗିଛି ।

ଓଡ଼ିଶାର ଖଣି ରାଜସ୍ୱ ଚମକପ୍ରଦ ଭାବେ ବୃଦ୍ଧି :
ସେହିପରି ରାଜ୍ୟର ରାଜସ୍ୱ ସଂଗ୍ରହରେ ପ୍ରଗତି ଘଟିଛି । 2018/19ରୁ 2022/23 ମଧ୍ୟରେ ଓଡ଼ିଶାର ଖଣି ରାଜସ୍ୱ ଚମକପ୍ରଦ ଭାବେ ବୃଦ୍ଧି ପାଇଛି । 4 ବର୍ଷ ତଳେ ରାଜ୍ୟର ମୋଟ ଘରୋଇ ଉତ୍ପାଦନର ଏହି ଆୟ 2.9 ପ୍ରତିଶତ ଥିଲା । ଯାହା 2022-23 ବେଳକୁ 5.6 ପ୍ରତିଶତକୁ ବୃଦ୍ଧି ପାଇଛି । ସେହିପରି ବଜେଟର ଅର୍ଥ ଖର୍ଚ୍ଚ ମାନରେ ଓଡିଶା 52 ପଏଣ୍ଟ ସହ ପ୍ରଥମ 4ଟି ରାଜ୍ୟ ମଧ୍ୟରେ ରହିଛି । 2018/19ରୁ 2022/23 ମଧ୍ୟରେ ଓଡ଼ିଶାର ରାଜସ୍ୱ ବ୍ୟୟ 53.5 ପ୍ରତିଶତ ଓ ପୁଞ୍ଜି ବ୍ୟୟ 42 ପ୍ରତିଶତ ବୃଦ୍ଧି ପାଇଛି । ରାଜ୍ୟର ରାଜସ୍ୱ ବ୍ୟୟ ହାରାହାରି 9.2 ପ୍ରତିଶତ ହାରରେ ବୃଦ୍ଧି ପାଇଛି । 2020/22 ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ରାଜସ୍ୱ ବ୍ୟୟ 33.8 ପ୍ରତିଶତ ହାରରେ ବୃଦ୍ଧି ପାଇଛି । ଯାହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଢେର ଅଧିକ ।

ବିଜେପି ନେତାଙ୍କ ମନ୍ତବ୍ୟକୁ ଭୁଲ ପ୍ରମାଣିତ କରିଛି ରିପୋର୍ଟ:
ଏଫଆରବିଏମ ଆକ୍ଟ ଗାଇଡଲାଇନ ଅନୁଯାୟୀ, ରାଜ୍ୟର ଋଣ ପରିମାଣ ରାଜ୍ୟର ଜିଏସଡିପିର 25 ପ୍ରତିଶତ ଭିତରେ ରହିବା କଥା । ଯାହା 2018/19ରୁ 2022/23 ଭିତରେ ଓଡ଼ିଶାର 15ରୁ 24 ପ୍ରତିଶତ ଭିତରେ ରହିଛି । ନୀତି ଆୟୋଗଙ୍କ ଦ୍ୱାରା ପ୍ରକାଶିତ ଏହି ରିପୋର୍ଟକୁ ନେଇ ବିଜେଡି, ବିଜେପିକୁ ଟାର୍ଗେଟ କରିଛି । ବିଜେପିର ନେତା ଓ ମନ୍ତ୍ରୀଙ୍କ ଦ୍ୱାରା ବାରମ୍ୱାର ନବୀନଙ୍କ ଶାସନ କାଳରେ କିଛି ହୋଇନାହିଁ ବୋଲି ହେଉଥିବା ପ୍ରଚାର, କେନ୍ଦ୍ର ସରକାରଙ୍କ ସଂସ୍ଥା ନୀତି ଆୟୋଗ ରିପୋର୍ଟ ଭୁଲ ପ୍ରମାଣିତ କରିଛି ବୋଲି ସଂତୃପ୍ତ କହିଛନ୍ତି ।

ନବୀନଙ୍କ ନେତୃତ୍ୱରେ ବଦଳିଛି ଓଡ଼ିଶା ଅର୍ଥନୀତି :
ସଂତୃପ୍ତ ଆହୁରି ମଧ୍ୟ କହିଛନ୍ତି, "ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଦୟନୀୟ ଥିଲା । ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଓଭରଡ୍ରାଫ୍ଟର ସହାୟତା ନେବାକୁ ପଡୁଥିଲା । ପରେ ରିଜର୍ଭ ବ୍ୟାଙ୍କ ଓଭରଡ୍ରାଫ୍ଟ ଦେବାକୁ ମନା କରି ଦେଇଥିଲା । ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି । ନବୀନ ସରକାରଙ୍କ 24 ବର୍ଷର ଶାସନ କାଳରେ ଓଡ଼ିଶାର କିଛି ବିକାଶ ହୋଇନାହିଁ ବୋଲି ଦାବି କରୁଛି ବିଜେପି । ନବୀନ ସରକାରଙ୍କ କାମକୁ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବିଜେପି ସରକାର ଆଜିର ଏହି ଉପଲବ୍ଧିକୁ ଓଡିଶାବାସୀଙ୍କ ସମ୍ମୁଖରେ ସ୍ୱୀକାର କରିବାର ଆବଶ୍ୟକତା ଅଛି ।"

ଏହାମଧ୍ୟ ପଢନ୍ତୁ...

NITI ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କରେ ଶୀର୍ଷରେ ଓଡ଼ିଶା, ସ୍କୋର ୬୭.୮

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ସ୍ବାକ୍ଷରିତ ହେବ ଏମଓୟୁ

ନବୀନଙ୍କ ସଫଳତାକୁ ଗୌଣ କରିବାକୁ ଉଦ୍ୟମକୁ ଗ୍ରହଣ କରିବେନି ଲୋକେ :
ସେ ଆହୁରି ମଧ୍ୟ କହିଛନ୍ତି, "ନବୀନ ସରକାର ଦ୍ୱାରା ଆରମ୍ଭ ହୋଇଥିବା 'ମେକ ଇନ ଓଡିଶା' କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶା ବିଶ୍ୱର ପ୍ରତିଷ୍ଠିତ ଶିଳ୍ପ ସଂସ୍ଥାମାନଙ୍କର ଆକର୍ଷଣର କେନ୍ଦ୍ର ପାଲଟିଛି । ନବୀନଙ୍କ ଏହି ଦୂରଦର୍ଶୀ ଉଦ୍ୟମ ପାଇଁ ପୁଞ୍ଜି ନିବେଶ ହାସଲ କରିବା କ୍ଷେତ୍ରରେ ଓଡିଶା 2022ରେ ଦେଶର ତୃତୀୟ, 2023ରେ ଦ୍ୱିତୀୟ ଓ 2024ରେ ଦେଶର ଶ୍ରେଷ୍ଠ ରାଜ୍ୟର ସ୍ଥାନ ହାସଲ କରିଥିଲା । 'ମେକ ଇନ ଓଡିଶା' ନାଁ ପରିବର୍ତ୍ତନ ହୋଇ 'ଉତ୍କର୍ଷ ଓଡିଶା' ହୋଇଛି । ନବୀନଙ୍କ ସମୟରେ ଓଡିଶା ହାସଲ କରିଥିବା ସଫଳତାକୁ ରାଜନୀତି ଉଦ୍ଦେଶ୍ୟରେ ଗୌଣ କରିବା ପାଇଁ ବିଜେପିର ଉଦ୍ୟମକୁ ଓଡିଶାବାସୀ ଗ୍ରହଣ କରିବେ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.