ଭୁବନେଶ୍ବର: ମାଘ ସରିନାହିଁ ହେଲେ ରାଜ୍ୟରେ ଅନୁଭବ ହେଲାଣି ଅସମ୍ଭାଳ ତାତି । ଯେଉଁ ମାସରେ ଶୀତରେ ସାରା ରାଜ୍ୟ ଥରିବା କଥା, ସେଠି ଦିନ ୧୧ଟାରୁ ଟାଇଁ-ଟାଇଁ ଖରା । ସତେ ଯେମିତି ଗ୍ରୀଷ୍ମର ପ୍ରଥମ ପ୍ରହାର । ଉପାନ୍ତରୁ - ଉପକୂଳ, ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ ସବୁ ଆଡେ ଖାଲି ରେକର୍ଡ ଭଙ୍ଗା ତାତି ।
ଜାନୁଆରୀରୁ ଭାଙ୍ଗିଲାଣି ରେକର୍ଡ:
ଦିନକୁ ଦିନ ତାତି ଅସମ୍ଭାଳ ହେଉଥିବା ବେଳେ ଜାନୁଆରୀରେ କୋରାପୁଟରେ ତାପମାତ୍ରା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ସେହିପରି ଜାନୁଆରୀ ୩୧ରେ ଭବାନୀପାଟଣା ଏବଂ ଝାରସୁଗୁଡାରେ ବି ସର୍ବକାଳୀନ ରେକର୍ଡରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତିକୁ ଦେଖିଲେ ଏହା ଆଗକୁ ଚିନ୍ତାର କାରଣ ପାଲଟିବ ବୋଲି ଆଭାସ ଦେଉଛି ।
![ODISHA WEATHER UPDATE](https://etvbharatimages.akamaized.net/etvbharat/prod-images/04-02-2025/od-bbs-avb-weather-od10039_04022025161545_0402f_1738665945_866.jpg)
ନଜର ପକାନ୍ତୁ ଗତ ୪ ବର୍ଷର ଜାନୁଆରୀ ଶେଷ ଏବଂ ଫେବୃଆରୀ ପ୍ରଥମ ୪ ଦିନର ତାପମାତ୍ରା ଉପରେ :
ଗତ ୪ ବର୍ଷ ମଧ୍ୟରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ କେବେ ବି ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡ଼ିଗ୍ରୀ ଛୁଇଁ ନଥିବାବେଳେ ଚଳିତ ବର୍ଷ ଏହା ୩୫ ଡ଼ିଗ୍ରୀ ନିକଟତର ସହ ୩୪.୯ ଡ଼ିଗ୍ରୀରେ ପହଞ୍ଚିଛି । ୨୦୨୨ ମସିହାରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୧.୨ ଡ଼ିଗ୍ରୀ ରହିଥିବାବେଳେ ୨୦୨୩ ମସିହାର ୧ ଫେବୃଆରୀରେ ୩୨.୩ ଡ଼ିଗ୍ରୀ , ୨୦୨୪ ମସିହାରେ ୩୧ ଜାନୁଆରୀରେ ୩୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ତେବେ ଚଳିତ ବର୍ଷ ସର୍ବୋଚ୍ଚ ତାପମାତ୍ରା ୫ ପାଦ ଆଗକୁ ବଢି ୨ ଫେବୃଆରୀରେ ୩୪.୯ ଡ଼ିଗ୍ରୀରେ ପହଞ୍ଚିଲାଣି ।
![ODISHA WEATHER UPDATE](https://etvbharatimages.akamaized.net/etvbharat/prod-images/04-02-2025/od-bbs-avb-weather-od10039_04022025161545_0402f_1738665945_488.jpg)
ଗତ ବର୍ଷ (୨୦୨୪) ଏପ୍ରିଲ ମାସରେ ଇତିହାସର ପ୍ରଥମ ଥର ପାଇଁ ରାଜଧାନୀରେ ଲଗାତାର ୧୬ ଦିନ ଧରି ୪୦ ଡ଼ିଗ୍ରୀ ଉପରେ ସର୍ବୋଚ୍ଚ ତାପମାତ୍ରା ସହ ୭୮ ବର୍ଷରେ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା । ହେଲେ ଚଳିତ ବର୍ଷ ମାଘ ମାସରେ ଏହି ବ୍ୟତିକ୍ରମ ଆଗାମୀ ଦିନରେ ପରିସ୍ଥିତି କ'ଣ ହେବ ? ତାହା ଚିନ୍ତାର କାରଣ ପାଲଟିଛି ।
୨୦୨୫ ମସିହା ଜାନୁଆରୀ ୩୦ରୁ ଫେବୃଆରୀ ୪ ତାରିଖ ଯାଏ ସକାଳ ଓ ସର୍ବୋଚ୍ଚ ତାପମାତ୍ରା :
୩୦ ତାରିଖରେ ସକାଳ ୮:୩୦ରେ ୨୨.୪ ଡିଗ୍ରୀ ସେଲସିୟସ ଏବଂ ଦିନର ସର୍ବୋଚ୍ଚ ତାପମାତ୍ରା ୩୦.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିଭଳି
- 31 ଜାନୁଆରୀ: 24°C (32.4°C)
- 1 ଫେବୃଆରୀ 23.6°C (33.6°C)
- 2 ଫେବୃଆରୀ 25.2°C (34.9°C)
- 3 ଫେବୃଆରୀ 23.6°C (32.4°C)
- 4 ଫେବୃଆରୀ 25°C (34.0°C)
ତାରିଖ | ସକାଳ ୮:୩୦ରେ ତାପମାତ୍ରା | ଦିନର ସର୍ବୋଚ୍ଚ ତାପମାତ୍ରା |
୩୦ ଜାନୁଆରୀ | ୨୨.୪°C | ୩୦.୭°C |
୩୧ ଜାନୁଆରୀ | ୨୪°C | ୩୨.୪°C |
୧ ଫେବୃଆରୀ | ୨୩.୬°C | ୩୩.୬°C |
୨ ଫେବୃଆରୀ | ୨୫.୨°C | ୩୪.୯°C |
୩ ଫେବୃଆରୀ | ୨୩.୬°C | ୩୨.୪°C |
୪ ଫେବୃଆରୀ | ୨୫°C | ୩୪°C |
ସେହିପରି ୨୦୨୪ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା
- ୩୦ ଜାନୁଆରୀ ୩୧ ଡ଼ିଗ୍ରୀ
- ୩୧ ଜାନୁଆରୀ ୩୧.୬ ଡ଼ିଗ୍ରୀ
- ୧ ଫେବୃଆରୀ ୩୧.୫ ଡ଼ିଗ୍ରୀ
- ୨ ଫେବୃଆରୀ ୩୦.୮ ଡ଼ିଗ୍ରୀ
- ୩ ଫେବୃଆରୀ ୩୦.୮ ଡ଼ିଗ୍ରୀ
- ୪ ଫେବୃଆରୀ ୩୧.୭ ଡ଼ିଗ୍ରୀ
୨୦୨୩ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା
- ୩୦ ଜାନୁଆରୀ ୩୨.୨ ଡ଼ିଗ୍ରୀ
- ୩୧ ଜାନୁଆରୀ ୩୧.୯ ଡ଼ିଗ୍ରୀ
- ୧ ଫେବୃଆରୀ ୩୨.୩ ଡ଼ିଗ୍ରୀ
- ୨ ଫେବୃଆରୀ ୩୨.୨ ଡ଼ିଗ୍ରୀ
- ୩ ଫେବୃଆରୀ ୩୧.୭ ଡ଼ିଗ୍ରୀ
- ୪ ଫେବୃଆରୀ ୩୨.୮ ଡ଼ିଗ୍ରୀ
୨୦୨୨ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା
- ୩୦ ଜାନୁଆରୀ ୨୭.୯ ଡ଼ିଗ୍ରୀ
- ୩୧ ଜାନୁଆରୀ ୩୦.୪ ଡ଼ିଗ୍ରୀ
- ୧ ଫେବୃଆରୀ ୩୦.୬ ଡ଼ିଗ୍ରୀ
- ୨ ଫେବୃଆରୀ ୩୧.୨ ଡ଼ିଗ୍ରୀ
- ୩ ଫେବୃଆରୀ ୩୦.୫ ଡ଼ିଗ୍ରୀ
- ୪ ଫେବୃଆରୀ ୨୯ ଡ଼ିଗ୍ରୀ
ଏହା ମଧ୍ୟ ପଢନ୍ତୁ...କଲବଲ କରିବ ତାତି, ଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA WEATHER ଏହା ମଧ୍ୟ ପଢନ୍ତୁ...କଲବଲ କରିବ ଖରା, ଘନକୁହୁଡି ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିିଂ - IMD ODISHA WEATHER UPDATE |
- ଆହୁରି ବଢିବ ତାତି :
ରାଜ୍ୟରେ ଦିନ ସହ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି । ଦିନର ତାପମାତ୍ରା ସ୍ବାଭାବିକଠାରୁ ୬.୨ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି । ଏନେଇ ପାଣିପାଗ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି," ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବା ସହ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପରମୁହାଁ ହୋଇଛି । ତାତି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।"
- ୨୪ ଘଣ୍ଟା ପାଇଁ ୱାର୍ଣ୍ଣି:
ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢେଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଯାଜପୁରରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି ।
- ଘନକୁହୁଡି ପାଇଁ ୱାର୍ଣ୍ଣି:
ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡା, କଟକ ଏବଂ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିପରି ୬ ତାରିଖରେ ୪ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା ଯାଜପୁର, ଭଦ୍ରକ ,କଟକ ଏବଂ କେନ୍ଦ୍ରାପଡ଼ା । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର