ETV Bharat / sports

ମଦ ପିଇ ଡ୍ରାଇଭିଂ: ପାରାଅଲିମ୍ପିଆନ ପ୍ରମୋଦଙ୍କ ଗାଡି ସିଜ୍‌, ଚାଲାଣ କାଟିଲା ପୋଲିସ - Drunken Driving

author img

By ETV Bharat Odisha Team

Published : Sep 16, 2024, 11:32 AM IST

Updated : Sep 16, 2024, 5:17 PM IST

Paralympian Pramod's Car Seized: ଓଡ଼ିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କ ଗାଡି ସିଜ୍ । ଡ୍ରଙ୍କନ ଡ୍ରାଇଭିଂ ନେଇ ପ୍ରମୋଦଙ୍କ ନାମରେ ପୋଲିସ କାଟିଲା ଚାଲାଣ ।

Etv Bharat
Etv Bharat (Etv Bharat)

ଭୁବନେଶ୍ବର: ସେ୍ଫ ସିଟି ଡ୍ରାଇଭ ସମୟରେ ଧରାପଡିଲା ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କ ଗାଡି( CAR) । ଡ୍ରଙ୍କନ ଡ୍ରାଇଭିଂ ନେଇ ତାଙ୍କ ନାମରେ ଟ୍ରାଫିକ ପୋଲିସ ଚାଲାଣ କାଟିଛି । ଭୁବନେଶ୍ବର ଓମଫେଡ ଛକରେ ଚେକିଂ ବେଳେ ତାଙ୍କ ଗାଡିକୁ ଧରିଥିଲା ପୋଲିସ । ଅନ୍ୟପକ୍ଷରେ ସେ ଗାଡିରେ ନଥିବା କହିଛନ୍ତି ପ୍ରମୋଦ ।

ଏହା ମଧ୍ୟ ପଢନ୍ତୁ-ରାଜଧାନୀରେ 'ଡ୍ରଙ୍କନ ଡ୍ରାଇଭ', ମାସକରେ ୬୪୩ ଦାମୀ ଗାଡି ସିଜ୍ - Luxury Vehicles Seized

କଣ ଥିଲା ପୂରା ଘଟଣା:

କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଶନିବାର ରାତିରେ ସେ୍ଫ ସିଟି ଡ୍ରାଇଭ ଅଭିଯାନରେ ଭୁବନେଶ୍ୱରରେ ରାତ୍ରୀ କାଳୀନ ଚେକିଂ କରୁଥିଲା ପୋଲିସ । ସେହି ସମୟରେ ପ୍ରମୋଦ ଭଗତଙ୍କ ଗାଡିକୁ ଧରିଥିଲା ପୋଲିସ । ଡ୍ରାଇଭିଂ କରୁଥିବା ବ୍ୟକ୍ତି ମଦ୍ୟପାନ କରି ଗାଡି ଚଳାଉଥିବା ପୋଲିସ ଜାଣିବାକୁ ପାଇଥିଲା । ଆଲ୍କହଲ ଟେଷ୍ଟିଂ ଚେକିଂ ସମୟରେ ଉକ୍ତ ବ୍ୟକ୍ତି ଜଣକ .୪୭ ପ୍ରତିଶତ ମାତ୍ରା ମଦ୍ୟପାନ କରିଥିବା ଜଣାପଡିଥିଲା‌ । ଏହାପରେ ଗାଡିର ମାଲିକ ପ୍ରମୋଦଙ୍କ ନାମରେ ଚାଲାଣ କାଟି ଥିଲା ଟ୍ରାଫିକ ଥାନାର ୨ ପୋଲିସ । ନାଲକୋ ଛକରୁ କଳାରଙ୍ଗର ନେକ୍ସନ କାର ଯାହାର ନମ୍ବର OD 02AB8383 ଗାଡିକୁ ପୋଲିସ ଜବତ କରି ତମାଣ୍ଡୋକୁ ନେଥିଲା । ସେ କୋର୍ଟରେ ଫାଇନ ଦେବା ପରେ ଗାଡ଼ି ନେଇପାରିବେ । ପୋଲିସ କାଟିଥିବା ଚାଲାଣରେ ତାଙ୍କ ଫଟୋ ସହ ମୋବାଇଲ ନମ୍ବର ଓ ଡ୍ରାଇଭି୍ଂ ଲାଇସେନ୍ସ ମଧ୍ୟ ଉଲ୍ଲେଖ କରାଯାଇଛି ।

ଟ୍ରାଫିକ ପୋଲିସଙ୍କ ପ୍ରତିକ୍ରିୟା :

Pramod Bhagats car seized
Pramod Bhagats car seized (ETV BHARAT ODISHA)

ଏନେଇ ଟ୍ରାଫିକ ପୋିଲସ ଏସିପି ଜୟନ୍ତ ଦୋରା କହିଛନ୍ତି ଯେ, ''ଓମଫେଡ ଛକରେ ଚେକିଂ ବେଳେ ଡ୍ରଙ୍କନ ଡ୍ରାଇଭରେ ଧରାପଡିଥିଲେ ପ୍ରମୋଦ । ସେ ଗାଡିରେ ଥିଲେ । ପ୍ରମୋଦଙ୍କ ଗାଡିକୁ ଜବତ କରାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍‌ପେଣ୍ଡ; ୨୦୨୪ ପ୍ୟାରିସ୍‌ ପାରା ଅଲିମ୍ପିକ୍ସରେ ଭାଗ ନେଇପାରିବେନି, ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିଲେ - pramod bhagat to miss paralympics

ପ୍ରମୋଦଙ୍କ ଅସ୍ବୀକାର:

ଏନେଇ ଇଟିଭି ଭାରତ ପ୍ରତିନିଧିଙ୍କୁ ପ୍ରମୋଦ କହିଛନ୍ତି, '' ମୁଁ ଏବେ ଭୁବନେଶ୍ବରରେ ନାହିଁ । ଗାଡି ମୋ ନାମରେ ଅଛି ସେଥିପାଇଁ ମୋ ନାମରେ ଚାଲାଣ କଟାଯାଇ ଥାଇପାରେ । ମୋ ଭାଇ ଗାଡି ଚଲାଉ ଥାଇପାରେ । ଡ୍ରଙ୍କନ ଡ୍ରାଇଭରେ ଗାଡି ଧରାପଡିଛି ମୁଁ ଜାଣିନି । ଏ ବିଷୟରେ ଭାଇକୁ ପଚାରିବି । ତାପରେ ଘଟଣା ସମ୍ପର୍କରେ କହିବି । ମୁଁ କିନ୍ତୁ ଗାଡି ଚଲାଉନଥିଲି । ''

ଟ୍ରାଫିକ ପୋଲିସର ଅପରେସନ ଡ୍ରଙ୍କନ ଡ୍ରାଇଙିଂ:

ମଦ୍ୟପାନ କରି ଗାଡି ଚଲାଇବାକୁ ନେଇ କଠୋର ହୋଇଛି କମିଶନରେଟ ପୋଲିସ । ଯେଉଁମାନେ ମଦ୍ୟପାନ କରି ଗାଡି ଚଳାଉଛନ୍ତି ପୋଲିସ ସେମାନଙ୍କୁ କାବୁ କରି ଗାଡି ସିଜ କରି ମୋଟର ଭେଇକିଲ ଆକ୍ଟରେ କଡ଼ା ଫାଇନ ଲଗାଉଛି । ଗାଡି ରିଲିଜ ପାଇଁ କୋର୍ଟର ଚକ୍କର କାଟୁଛନ୍ତି ଉଲ୍ଲଂଘନକାରୀ । ପୋଲିସର ଏପରି କଡା ପଦକ୍ଷେପ ପରେ ମଧ୍ୟ ରାତି ସମୟରେ ମଦ୍ୟପାନ କରି ଗାଡି ଚଳାଉଥିବା ଲୋକ ଧରାପଡୁଛନ୍ତି । ମଦ୍ୟପାନ କରି ଗାଡି ଚଳାଇଲେ ନିଜ ସହ ଅନ୍ୟମାନଙ୍କ ପାଇଁ ଦୁର୍ଘଟଣା ଜନିତ ବିପଦ ଆଣିବାର ଆଶଙ୍କା ରହିଛି । ଏନେଇ ପୋଲିସ କମିଶନରଙ୍କ କଡ଼ା ନିର୍ଦ୍ଦେଶରେ ଭୁବନେଶ୍ୱରରେ ଡ୍ରଙ୍କନ ଡ୍ରାଇଭ ଚେକ୍ ଜୋରଦାର କରାଯାଉଛି ।

Paralympian Pramod'
Paralympian Pramod' (ETV BHARAT ODISHA)

ପ୍ରମୋଦ ଭଗତ କିଏ ?

ପ୍ରମୋଦ ଭଗତ ଜଣେ ପାରାଅଲମ୍ପିଆନ ତଥା ବିଶ୍ବ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟାଡମିଣ୍ଟନ ଖେଳାଳି । 2020 ଟୋକିଓ ପାରା ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ କମାଲ କରି ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ । ଡୋପ ଟେଷ୍ଟରେ ଧରାପଡିବାରୁ ଚଳିତ ଥର ପ୍ୟାରିସ ପାରାଅଲିମ୍ପିକ୍ସ-୨୦୨୪ରେ ଖେଳିପାରି ନଥିଲେ । ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ 18 ମାସ ପାଇଁ ନିଲମ୍ବିତ କରିଛି ବିଶ୍ବ ବ୍ୟାଡ୍‌ମିଣ୍ଟନ ଫେଡେରେସନ । ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବନାଦେଶ ଲାଗୁ କରାଯାଇଛି । ଗତ ମାର୍ଚ୍ଚ 1 ତାରିଖରେ ସିଏସ୍ (Court of Arbitration of Sport) ର ଆଣ୍ଟି- ଡୋପିଂ ଡିଭିଜନ ଡୋପିଂ- ଟେଷ୍ଟ କରି ଜାଣିପାରିଥିଲେ କି, ଏହି ବ୍ୟାଡମିଣ୍ଟନ ଖେଳାଳି ଆଣ୍ଟି-ଡୋପିଂ ଆଇନର ଉଲ୍ଲଂଘନ କରିଛନ୍ତି । ପାରା ଏସୀୟ କ୍ରୀଡ଼ା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦ ଘର ବରଗଡ଼ ଜିଲ୍ଲା ଅତାବିରା । ସେ ଭୁବନେଶ୍ୱର ଭିଆଇପି କଲୋନିରେ ରୁହନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 16, 2024, 5:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.