ETV Bharat / sports

ମୋ ଅଧିନାୟକତ୍ବରେ କ୍ରିକେଟ ଖେଳିଛନ୍ତି କୋହଲି: ତେଜସ୍ବୀ - Tejashwi On Kohli

author img

By ETV Bharat Odisha Team

Published : Sep 16, 2024, 8:40 AM IST

Updated : Sep 16, 2024, 10:01 AM IST

Tejashwi Yadav on Virat Kohli : ରାଜନେତା ହେବା ସହ ଜଣେ କ୍ରିକେଟର ଥିଲେ ତେଜସ୍ବୀ ଯାଦବ । ଘରୋଇ ମ୍ୟାଚରେ ତାଙ୍କ ଅଧିନାୟକତ୍ବରେ ବିରାଟ କୋହଲି ଖେଳିଥିବା ସେ ବୟାନ ଦେଇଛନ୍ତି ।

Etv Bharat
Etv Bharat (AFP and ANI Photo)

ନୂଆଦିଲ୍ଲୀ: ଏକାଠି କ୍ରିକେଟ ଖେଳୁଥିଲେ ବିରାଟ କୋହଲି ଓ ବିହାରର ପୂର୍ବତନ ଡେପୁଟି ସିଏମ ତଥା ଆରଜେଡି ନେତା ତେଜସ୍ବୀ ଯାଦବ । ତେଜସ୍ବୀ ଅଧିନାୟକତ୍ବରେ ବିରାଟ କୋହଲି ଘରୋଇ ମ୍ୟାଚ ଖେଳିଥିବା ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି ସେ । ଏଥିସହ ଅନେକ ଭାରତୀୟ ଦଳର ଖେଳାଳି ତାଙ୍କର ସାଥି ବୋଲି ଦାବି କରିଛନ୍ତି ତେଜସ୍ବୀ ।

'ବିରାଟ କୋହଲି ମୋର ଅଧିନାୟକତ୍ୱରେ କ୍ରିକେଟ ଖେଳିଛନ୍ତି': ତେଜସ୍ୱୀ ଯାଦବ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଜଣେ କ୍ରିକେଟର ଥିଲି ଏବଂ ଏହା ବିଷୟରେ କେହି ଜାଣନ୍ତି ନାହିଁ । ବିରାଟ କୋହଲି ମୋର ଅଧିନାୟକତ୍ୱରେ ଘରୋଇ ମ୍ୟାଚ ଖେଳିଥିଲେ । ଏହା ବିଷୟରେ କେହି କେବେ ଆଲୋଚନା କରିଛନ୍ତି କି ? ମୁଁ ଜଣେ ଭଲ କ୍ରିକେଟର । ଭାରତୀୟ କ୍ରିକେଟ ଦଳର ଅନେକ ଖେଳାଳି ମୋର ବ୍ୟାଚ୍‌ ମେଣ୍ଟ । ଅଧାରୁ ମୋତେ କ୍ରିକେଟ୍ ଛାଡିବାକୁ ପଡିଲା କାରଣ ମୋର ଉଭୟ ଲିଗାମେଣ୍ଟ ଭାଙ୍ଗି ଯାଇଥିଲା'।

ଏହା ମଧ୍ୟ ପଢନ୍ତୁ-ଆରେ ବାପ୍‌ରେ ! ବର୍ଷକୁ ଏତେ ଟଙ୍କା ରୋଜଗାର କରୁଛନ୍ତି କୋହଲି; କ୍ରିକେଟ ସହ ଟଙ୍କା ରୋଜଗାରରେ ବି ଭାଙ୍ଗୁଛନ୍ତି ରେକର୍ଡ - Virat Kohli Income

ତେଜସ୍ବୀଙ୍କ ଏହି ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ୍ରୀଡା ପ୍ରେମୀ ମାନେ ଏଥରେ ମଜାଳିଆ କମେଣ୍ଟ ଦେଉଛନ୍ତି । ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି, ''ହଁ ସେ ସେ ଭୁଲ କହୁନାହାନ୍ତି । ସେ ତାଙ୍କ ଡ୍ରିମ୍ 11 କ୍ରିକେଟ୍ ବିଷୟରେ କହୁଛନ୍ତି ।'' ଅନ୍ୟ ଜଣେ ଲେଖିଛନ୍ତି, '' ସେ ଦିଲ୍ଲୀ କ୍ୟାପିଟାଲ୍ସର ଜୀବନ ଥିଲେ । ବର୍ତ୍ତମାନ ମୁଁ ଜାଣି ପାରୁଛି କାହିଁକି ଡିସି ଏପର୍ଯ୍ୟନ୍ତ ଟ୍ରଫି ଜିତି ନାହିଁ । ''

ଏହା ମଧ୍ୟ ପଢନ୍ତୁ-କ୍ରିକେଟରେ ଦାମି ବ୍ୟାଟ ବ୍ୟବହାର କରନ୍ତି ଏହି ଖେଳାଳି, ଦାମ୍‌ ଶୁଣିଲେ ଉଡିଯିବ ହୋସ୍‌ - Expensive Bats Used By Cricketers

ତେଜସ୍ବୀଙ୍କ କ୍ରିକେଟ କ୍ୟାରିୟର: ଆମେ ଆପଣଙ୍କୁ କହି ରଖୁଛୁ ଯେ, ତେଜସ୍ୱୀ ତାଙ୍କ କ୍ୟାରିୟରରେ ମୋଟ ଗୋଟିଏ ପ୍ରଥମ ଶ୍ରେଣୀ, 2ଟି ଲିଷ୍ଟ ଏ ମ୍ୟାଚ, 4 ଟି -20 ମ୍ୟାଚ୍ ଖେଳିଛନ୍ତି । ଘରୋଇ କ୍ରିକେଟରେ ସେ ଝାଡଖଣ୍ଡ ଦଳର ପ୍ରତିନିଧିତ୍ୱ କରିଥିଲେ। ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2008 ସିଜନରେ ଦିଲ୍ଲୀ ଡେୟାରଡେଭିଲ୍ସ ( ଦିଲ୍ଲୀ କ୍ୟାପିଟାଲ୍ସ) ତେଜସ୍ୱୀଙ୍କୁ ଖେଳାଳି ଭାବେ ଚୟନ କରାଯାଇଥିଲା । ସେ 2008 ରୁ 2012 ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ୍ ପାଇଁ ଚୟନ ହୋଇଥିଲେ । କିନ୍ତୁ ଗୋଟିଏ ବି ମ୍ୟାଚ୍ ଖେଳି ନଥିଲେ। ସେ ନଭେମ୍ବର 2009 ରେ ବିଦର୍ଭଙ୍କ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚରେ ଡେବ୍ୟୁ କରିଥିଲେ।

ଏହା ମଧ୍ୟ ପଢନ୍ତୁ-ଭାରତ-ବାଂଲାଦେଶ ଟେଷ୍ଟ: କାହିଁକି ବୁମରାଙ୍କୁ ମିଳିଲାନି ଉପ ଅଧିନାୟକ ଦାୟିତ୍ବ ? - IND VS BAN FIRST TEST

Last Updated : Sep 16, 2024, 10:01 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.