ପ୍ୟାରିସ (ଫ୍ରାନ୍ସ):ପ୍ୟାରିସ ଅଲିମ୍ପିକ୍ସ 2024 ମେଡାଲ ଅଭିମୁଖେ ଭାରତୀୟ ହକି ଦଳ । କ୍ବାର୍ଟରଫାଇନାଲ୍ରେରବିବାର ଗ୍ରେଟ ବ୍ରିଟେନକୁ 4-2ରେ ମାତ ଦେଲେ ହରମନପ୍ରୀତ ସିଂହ ଆଣ୍ଡ କୋ । ଏକ ରୋମାଞ୍ଚକର ମ୍ୟାଚରେ ଭାରତ ଶୁଟଆଉଟରେ ଗ୍ରେଟ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ପୂର୍ଣ୍ଣ ସମୟ ପର୍ଯ୍ୟନ୍ତ ସ୍କୋର 1-1ରେ ବରାବାର ରହିଥିଲା । ଭାରତ ପାଇଁ ହରମାନପ୍ରୀତ ସିଂ (22 ତମ ମିନିଟ) ଗୋଟିଏ ଗୋଲ ସ୍କୋର କରିଥିଲେ । ଏଥି ସହିତ ଲି ମୋର୍ଟନ୍ (27 ତମ ମିନିଟ୍) ଗ୍ରେଟ୍ ବ୍ରିଟେନ ପାଇଁ ଗୋଲ୍ ସ୍କୋର କରିଥିଲେ । ଏହାପରେ ସମସ୍ତ କ୍ବାର୍ଚର ଗୋଲଶୂନ୍ୟ ରହିବାରୁ ମ୍ୟାଚ୍ ଶୁଟଆଉଟକୁ ଗଲା । ଏଥିରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ପ୍ରତିପକ୍ଷକୁ 4-2ରେ ମାତ ଦେଇଛନ୍ତି ।
ପ୍ରଥମ କ୍ବାର୍ଟର ଗୋଲଶୂନ୍ୟ :-
ଏହି ମ୍ୟାଚ୍ରେ ଗ୍ରେଟ ବ୍ରିଟେନ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । ଫଳସ୍ୱରୂପ, ମାତ୍ର 5ମ ମିନିଟରେ ସେମାନେ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲେ, ଯାହାକୁ ଭାରତ ଭଲ ଭାବରେ ରକ୍ଷା ମଧ୍ୟ କରିପାରଥିଲା । ପ୍ରଥମ କ୍ବାର୍ଟରରେ ବ୍ରିଟିଶ ଖେଳାଳିମାନେ ଅଧିକାଂଶ ସମୟ ବଲ୍କୁ ନିଜ କବଜାରେ ରଖିଥିଲେ । ଏହି କ୍ବାର୍ଟରରେ ଭାରତକୁ କିଛି ଛୋଟ ଛୋଟ ସୁଯୋଗ ମଧ୍ୟ ମିଳିଥିଲା, ଯାହାକୁ ଭାରତ ଉପଯୋଗ କରିପାରିଲା ନାହିଁ । ଏହି କ୍ବାର୍ଟରରେ ଭାରତ ରକ୍ଷଣାତ୍ମକ ଖେଳିଥିଲା ଏବଂ ଅଭିଜ୍ଞ ଗୋଲକିପର ପି.ଆର ଶ୍ରୀଜେଶ ଚମତ୍କାର ପ୍ରଦର୍ଶନ କରି କିଛି ଗୋଲ ମଧ୍ୟ ରକ୍ଷା କରିଥିଲେ । 13 ତମ ମିନିଟରେ ଭାରତ ଏକ ପେନାଲ୍ଟି କର୍ଣ୍ଣର ପାଇଥିଲା, ଯେଉଁଥିରେ ସରପଞ୍ଚ ହରମନପ୍ରୀତ ସିଂ ଗୋଲ କରିବାରେ ସକ୍ଷମ ହୋଇନଥିଲେ । ପ୍ରଥମ କ୍ୱାର୍ଟର ସ୍କୋର 0-0 ସହିତ ଶେଷ ହୋଇଥିଲା ।
ଅମିତ ରୋହିଦାସଙ୍କୁ ରେଡକାର୍ଡ ପରେ ଅଗ୍ନିମୁଖା ହୋଇଗଲା ଭାରତୀୟ ଦଳ :-
18ତମ ମିନିଟରେ ଭାରତର ଷ୍ଟାର ଡିଫେଣ୍ଡର ଅମିତ ରୋହିଦାସଙ୍କୁ ରେଡ କାର୍ଡ ଦେଖାଯାଇଥିଲା ଏବଂ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା । ଅର୍ଥାତ ଭାରତକୁ 11 ବଦଳରେ 10 ଖେଳାଳିଙ୍କ ସହ ପୁରା ମ୍ୟାଚ୍ ଖେଳିବାକୁ ପଡିଥିଲା । ଏହାପରେ ଭାରତୀୟ ଦଳ ଅଧିକ ଆକ୍ରମଣାତ୍ମକ ହୋଇ 22 ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏହି ସୁଯୋଗକୁ ହାତଛଡ଼ା କରିନଥିଲେ । ସେ ଏକ ଚମତ୍କାର ଗୋଲ ସ୍କୋର କରି ଭାରତକୁ ମ୍ୟାଚରେ 1-0ରେ ଅଗ୍ରଣୀ କରାଇଥିଲେ । ଏହାପରେ 27ତମ ମିନିଟରେ ବ୍ରିଟେନର ଲି ମୋର୍ଟନ୍ ଏକ ଚମତ୍କାର ଫିଲ୍ଡ ଗୋଲ୍ ସ୍କୋର କରି ଦଳକୁ 1-1 ରେ ବରାବର ସ୍ଥିତିକୁ ଆଣିଥିଲେ । ହାଫ୍ ଟାଇମ ପର୍ଯ୍ୟନ୍ତ ସ୍କୋର 1-1ରେ ବରାବର ରହିଲା ।
ତୃତୀୟ କ୍ବାର୍ଟର ଗୋଲଶୂନ୍ୟ :-