ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍ ଅଲିମ୍ପିକ୍ସ 2024ର 4 ଦିନ ବିତିଗଲାଣି । ହେଲେ ଏହି ଅଭିଯାନରେ ଭାରତ ଏପର୍ଯ୍ୟନ୍ତ କେବଳ 2ଟି ପଦକ ଜିତିଛି । ମଙ୍ଗଳବାର ରାତିରେ ଏକାଧିକ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଭାରତୀୟ ବକ୍ସର ପ୍ରୀତି ପାୱାର ଓ ଜସ୍ମିନ ଲାମ୍ବୋରିଆଙ୍କ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ ହେଉ ହେଉ ଶେଷ ହୋଇଯାଇଛି । ସେହିଭଳି ତୀରନ୍ଦାଜୀ ଧିରଜ ବୋମ୍ମାଦେଓରା ମଧ୍ୟ ନିଜ ମ୍ୟାଚ୍ ହାରି ଅଲିମ୍ପିକ୍ସ 2024ରୁ ବାଦ ପଡ଼ିଛନ୍ତି । ପୂର୍ବ ଅଲିମ୍ପିକ୍ସର ପଦକ ସଂଖ୍ୟା ରେକର୍ଡ ଭାଙ୍ଗିବାର ଯେଉଁ ଆଶା ନେଇ ଭାରତୀୟ ଦଳ ପ୍ୟାରିସ ଯାଇଛି, ଏକାଧିକ ଇଭେଣ୍ଟରେ ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ସେହି ରେକର୍ଡ ଭାଙ୍ଗିବା ଏତେ ସହଜ ହେବନାହିଁ ।
2.4 ସେମି ଦୂରରେ ରହିଗଲେ ଧିରଜ:-
ମଙ୍ଗଳବାର ରାତିରେ ଭାରତୀୟ ତୀରନ୍ଦାଜ ଧିରଜ ବୋମାଦେଓରାଙ୍କୁ ରାଉଣ୍ଡ ଅଫ୍ 32 ଏଲିମିନେସନ୍ ମ୍ୟାଚ୍ର ପୁରୁଷ ଏକକ ଇଭେଣ୍ଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଚମତ୍କାର ପ୍ରଦର୍ଶନ ସତ୍ତ୍ବେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନିତ ହୋଇପାରିନାହାନ୍ତି ଧିରଜ । 22 ବର୍ଷୀୟ ଧିରଜ ବୋମାଦେଓରା ଏବଂ ତାଙ୍କର ପ୍ରତିଦ୍ବନ୍ଦ୍ବୀ କାନାଡାର ଏରିକ ପିଟର୍ସ 5 ସେଟ୍ ପରେ ମଧ୍ୟ ପ୍ରତ୍ୟେକ 5-5 ପଏଣ୍ଟରେ ବରାବର ସ୍ଥିତିରେ ଥିଲେ । ଭାରତର ଷ୍ଟାର ତୀରନ୍ଦାଜ ଧିରଜ ଶେଷ ତୀର ବିନ୍ଧି 10 ପଏଣ୍ଟ ସ୍କୋର କରିବା ପରେ ମଧ୍ୟ ବ୍ୟକ୍ତିଗତ ତୀରନ୍ଦାଜୀ ଇଭେଣ୍ଟରୁ ବାଦ ପଡିଥିଲେ । ଯଦିଓ ତାଙ୍କ ପ୍ରତିଦ୍ବନ୍ଦ୍ବୀ କାନାଡାର ଏରିକ ପିଟର୍ସ ମଧ୍ୟ 10 ପଏଣ୍ଟ ସ୍କୋର କରିଥିଲେ, ହେଲେ ଧିରଜଙ୍କ ତୀର ପ୍ରତିପକ୍ଷଙ୍କ ତୀର ତୁଳନାରେ ଲକ୍ଷ୍ୟକେନ୍ଦ୍ର ଠାରୁ 2.4 ସେମି ଦୂରରେ ରହିଯାଇଥିଲା । ଫଳରେ 10 ପଏଣ୍ଟ ସ୍କୋର କରି ଧିରଜ ଆଗକୁ ବଢ଼ିପାରିନଥିବାବେଳେ ସମାନ ପଏଣ୍ଟ ସହ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ ।
ଜସ୍ମିନ୍ ଲାମ୍ବୋରିଆଙ୍କ ଶୋଚନୀୟ ପରାଜୟ:-