ହାଇଦ୍ରାବାଦ:ଆଜି ସେହି ଐତିହାସିକ ଦିନକୁ ଏକ ମାସ ପୁରିଛି । ଟିମ୍ ଇଣ୍ଡିଆ ଟି-20 ବିଶ୍ବ ଚାମ୍ପିଅନକୁ ଏକ ମାସ ପୁରିଛି । ଫ୍ୟାନ୍ସଙ୍କ ଉତ୍ସାହ, ଉଦ୍ଦୀପନା, ଆବେଗ, ସେଲିବ୍ରେସନକୁ ଏକ ମାସ ପୁରିଛି । ଯେଉଁ ଦିନ ପୁରା ଭାରତ ଝୁମିଉଠିଲା । ମୁମ୍ବାଇରୁ ଗାଁ ଗଳି, ସହରରୁ ସଡକ ସବୁଠୁ ଶୁଭିଥିଲା ଇଣ୍ଡିଆ..ଇଣ୍ଡିଆ । 29 ଜୁନ 2024, ଠିକ୍ ଆଜକୁ ଏକ ମାସ ତଳେ ଭାରତ ଓ୍ବେଷ୍ଟଇଣ୍ଡିଜରେ ଦକ୍ଷିଣ ଆଫ୍ରିକାକୁ ହରାଇ ଟି-20 ବିଶ୍ବକପ ଚାମ୍ପିଆନ ହୋଇଥିଲା ।
ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ସ୍ପେଶାଲ ଭିଡିଓ ସେୟାର କରି ବିସିସିଆଇ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ପୁଣିଥରେ ଫ୍ଲାସବ୍ୟାକକୁ ନେଇଯାଇଛି । ଫାଇନାଲରେ ସୂର୍ଯ୍ୟକୁମାରଙ୍କ ‘ଲାଇଫ୍ ଟାଇମ୍ ବେଷ୍ଟ’ କ୍ୟାଚକୁ ମନେପକାଇ ଦେଇଛି ।
ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଟିମ୍ ଇଣ୍ଡିଆ ମାସେ ତଳେ ବିଶ୍ବଚାମ୍ପିଆନ ହୋଇଥିଲା । ଏହାପରେ ଭାରତୀୟ କ୍ରିକେଟରେ ଆସିଛି ନୂଆ ଯୁଗ । ରୋହିତ ଶର୍ମା, ବିରାଟ କୋହିଲ ଏବଂ ରବିନ୍ଦ୍ର ଜାଡେଜା ଟି-20ରେ ଅବସର ନେବା ପରେ ନୂଆ ରୂପରେ ଚମ୍ପିଆନ୍ ଟିମ୍ ଇଣ୍ଡିଆ । ତେବେ ଆଜିର ନୂଆ ଟିମ୍ ପଛରେ ସୂର୍ଯ୍ୟକୁମାରଙ୍କ ସେହି କ୍ୟାଚ ମଧ୍ୟ ରହିଛି । ତେବେ 30 ଦିନ ଭିତରେ ଅନେକ ପରିବର୍ତ୍ତନ ହୋଇଥିବା ବେଳେ ସୂର୍ଯ୍ୟକୁମାର ବର୍ତ୍ତମାନ ଖେଳାଳିଙ୍କୁ ଟି-20 ଦଳର ଅଧିନାୟକ ବନିସାରିଛନ୍ତି ।