କୋଲକାତା: ଦେଶରେ ଜାରି ରହିଛି ଆଇପିଏଲ ମହାସମର । ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ମଜା ନେଉଛନ୍ତି ଦର୍ଶକ । ଆସନ୍ତା 17 ତାରିଖରେ କୋଲକାତାର ଇଡେନ ଗାର୍ଡେନରେ କେକେଆର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ ଖେଳାଯିବାକୁ ଅଛି । ଏବେ ଏହି ମ୍ୟାଚର ତାରିଖ ପରିବର୍ତ୍ତନ କରିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ (CAB) ବିସିସିଆଇକୁ ଅନୁରୋଧ କରିଛି । ସମାନ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ରହିଥିବାରୁ ସୁରକ୍ଷା ଦେବାରେ ସ୍ଥାନୀୟ ପୋଲିସ ଅସମର୍ଥ ହେବ ବୋଲି କହିଛି ସିଏବି ।
କୋଲକାତା ପୋଲିସ CAB ସଭାପତି ସ୍ନେହାସିଶ ଗାଙ୍ଗୁଲିଙ୍କୁ ଏକ ଚିଠି ଲେଖି କହିଥଲା ଯେ, ଆସନ୍ତା ଏପ୍ରିଲ 19ରୁ ଏପ୍ରିଲ 1 ମଧ୍ୟରେ ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ମତଦାନର ଦିନକ ପୂର୍ବରୁ ରାମ ନବମୀ ରହିଛି, ସେହିଦିନ କୋଲକାତା ଓ ରାଜସ୍ଥାନର ମ୍ୟାଚ ମଧ୍ୟ ରହିଛି । ମ୍ୟାଚ ତାରିଖ ଓ ମତଦାନ ତାରିଖ ପାଖାପାଖି ରହିଛି । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ହୋଇସାରିଛି । ତେଣୁ ଏପ୍ରିଲ 17ରେ ହେବାକୁ ଥିବା ମ୍ୟାଚ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବା ଆମ ପକ୍ଷେ ସମ୍ଭବ ନୁହେଁ । କେକେଆର ଓ ଆରଆର ମ୍ୟାଚକୁ ଏପ୍ରିଲ 16 ନଚେତ 18 ତାରିଖକୁ ରିସିଡ୍ୟୁଲ କରାଯାଉ ।''