ଓଡିଶା

odisha

ପୁଣି କେବେ ମୈଦାନକୁ ଓହ୍ଲାଇବେ ରୋହିତ-ବିରାଟ ? ଦେଖନ୍ତୁ ଟିମ୍‌ ଇଣ୍ଡିଆର ସେଡ୍ୟୁଲ - Indian Cricket Team Schedule

By ETV Bharat Sports Team

Published : Aug 11, 2024, 7:44 PM IST

Indian Cricket Team Schedule : ଶ୍ରୀଲଙ୍କାରେ 27 ବର୍ଷ ପରେ ଗୋଟିଏ ଦିନିକିଆ ସିରିଜ ହାରିବା ପରେ ବିଶ୍ରାମ ନେଉଛି ଟିମ୍‌ ଇଣ୍ଡିଆ । ଆଗକୁ ରହିଛି ଅନେକ ଦ୍ବିପାକ୍ଷିକ ସିରିଜ । ଦେଖନ୍ତୁ ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଟିମ୍‌ ଇଣ୍ଡିଆର ସେଡ୍ୟୁଲ,

Indian Cricket Team Schedule
Indian Cricket Team Schedule (IANS PHOTO)

ହାଇଦ୍ରାବାଦ : ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି20 ସିରିଜ ପରେ ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ବିଶ୍ରାମ ନେଇଛି । ଶାନ୍ତ ହୋଇଯାଇଛି ହିଟ୍‌ମ୍ୟାନଙ୍କ ବ୍ୟାଟ, କିଙ୍ଗ୍‌ କୋହଲିଙ୍କ ରେକର୍ଡ ବ୍ରେକରେ ଲାଗିଛି ବ୍ରେକ୍‌ । ଆସନ୍ତା ମାସ 18 ସେପ୍ଟେମ୍ବର ପର୍ଯ୍ୟନ୍ତ ଭାରତୀୟ ଦଳର କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ନାହିଁ । ଟି20 ବିଶ୍ୱକପ୍‌ ଜିତିବା ପରେ ଭାରତ ଜିମ୍ବାୱେ ଏବଂ ଶ୍ରୀଲଙ୍କା ଗସ୍ତ କରିଥିଲା । ଯେଉଁଠାରେ ଭାରତୀୟ ଦଳ 27 ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍ ହାରିବାର ଅନାବଶ୍ୟକ ରେକର୍ଡ କରିଛି । ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚମ୍ପିଆନ୍ସ ଟ୍ରଫି ପର୍ଯ୍ୟନ୍ତ ଭାରତକୁ କିଛି ଦ୍ବିପାକ୍ଷିକ ସିରିଜ୍ ଖେଳିବାକୁ ପଡିବ । ଦେଖନ୍ତୁ ଫେବୃଆରୀ ପର୍ଯ୍ୟନ୍ତ ଭାରତର ସମ୍ପୂର୍ଣ୍ଣ କ୍ରୀଡ଼ାସୂଚୀ,

ବାଂଲାଦେଶ ବିପକ୍ଷରେ ଟେଷ୍ଟ ଓ ଟି20 ସିରିଜ :-

ଭାରତୀୟ କ୍ରିକେଟ୍ ଦଳ 19 ସେପ୍ଟେମ୍ବରରୁ 12 ଅକ୍ଟୋବର ପର୍ଯ୍ୟନ୍ତ ବାଂଲାଦେଶ ବିପକ୍ଷରେ 2ଟି ଟେଷ୍ଟ ଏବଂ 3 ଟି20 ମ୍ୟାଚ୍‌ ଖେଳିବ । ଏହି ସମ୍ପୂର୍ଣ୍ଣ ସିରିଜ୍ ଭାରତରେ ହିଁ ଖେଳାଯିବ । ପ୍ରଥମ ଟେଷ୍ଟ 19 ସେପ୍ଟେମ୍ବରରେ ଏବଂ ଦ୍ବିତୀୟଟି 27 ସେପ୍ଟେମ୍ବରରେ ଖେଳାଯିବ । ଏହାପରେ ଅକ୍ଟୋବର 6ରୁ ଅକ୍ଟୋବର 12 ପର୍ଯ୍ୟନ୍ତ 3 ଟି20 ମ୍ୟାଚ୍ ଖେଳାଯିବ । ଏହାର ସିଧାପ୍ରସାରଣ ଜିଓ ସିନେମାରେ ହେବ ।

କ୍ର.ନଂ ତାରିଖ ମ୍ୟାଚ୍‌ ଫର୍ମାଟ ସମୟ ସ୍ଥାନ
1 19 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ଭାରତ ବନାମ ବାଂଲାଦେଶ ଟେଷ୍ଟ ସକାଳ 9.30 ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ, ଚେନ୍ନାଇ
2 27 ସେପ୍ଟେମ୍ବରରୁ 01 ଅକ୍ଟୋବର ଭାରତ ବନାମ ବାଂଲାଦେଶ ଟେଷ୍ଟ ସକାଳ 9.30 ଗ୍ରୀନ ପାର୍କ, କାନପୁର
3 06 ଅକ୍ଟୋବର ଭାରତ ବନାମ ବାଂଲାଦେଶ T20I ସନ୍ଧ୍ୟା 7.30 ଧର୍ମଶାଳା
4 9 ଅକ୍ଟୋବର ଭାରତ ବନାମ ବାଂଲାଦେଶ T20I ସନ୍ଧ୍ୟା 7.30 ଅରୁଣ ଜେଟଲୀ ଷ୍ଟାଡିୟମ, ଦିଲ୍ଲୀ
5 12 ଅକ୍ଟୋବର ଭାରତ ବନାମ ବାଂଲାଦେଶ T20I ସନ୍ଧ୍ୟା 7.30 ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ, ହାଇଦ୍ରାବାଦ

ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ :-

ବାଂଲାଦେଶ ବିପକ୍ଷ ସିରିଜ୍ ପରେ ଭାରତୀୟ ଦଳ ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ବିପକ୍ଷରେ 3ଟି ଟେଷ୍ଟ ମ୍ୟାଚ୍‌ ଖେଳିବ । ଏହି ମ୍ୟାଚଗୁଡିକ 16 ଅକ୍ଟୋବରରୁ 5 ନଭେମ୍ବର ପର୍ଯ୍ୟନ୍ତ ଖେଳାଯିବ । ଏହି ଟେଷ୍ଟ ମ୍ୟାଚ୍ ସିରିଜର 3ଦିନ ପରେ, ଅର୍ଥାତ 8 ନଭେମ୍ବରରୁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବ । ଯେଉଁଠାରେ 15 ନଭେମ୍ବର ପର୍ଯ୍ୟନ୍ତ ଘରୋଇ ଦଳ ବିପକ୍ଷରେ 4 ଟି20 ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ମଧ୍ଯ ଆପଣ ଜିଓ ସିନେମାରେ ଦେଖିପାରିବେ ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ :-

କ୍ର.ନଂ ତାରିଖ ମ୍ୟାଚ୍‌ ଫର୍ମାଟ ସମୟ ସ୍ଥାନ
1 ଅକ୍ଟୋବର 16- ଅକ୍ଟୋବର 20 ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ 9.30 AM ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ, ବେଙ୍ଗାଲୁରୁ
2 ଅକ୍ଟୋବର 24- ଅକ୍ଟୋବର 28 ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ 9.30 AM ମହାରାଷ୍ଟ୍ର କ୍ରିକେଟ ଆସୋସିଆସନ ଷ୍ଟାଡିୟମ, ପୁନେ
3 ନଭେମ୍ବର 01- ନଭେମ୍ବର 05 ଭାରତ ବନାମ ନ୍ୟୁଜିଲାଣ୍ଡ ଟେଷ୍ଟ 9.30 AM ୱାଙ୍ଖେଡେ ଷ୍ଟାଡିୟମ, ମୁମ୍ବାଇ

ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ :-

କ୍ର.ନଂ ତାରିଖ ମ୍ୟାଚ୍‌ ଫର୍ମାଟ ସମୟ ସ୍ଥାନ
1 08 ନଭେମ୍ବର ଭାରତ ବନାମ ଦ.ଆଫ୍ରିକା T20I - କିଙ୍ଗସମିଡ୍‌, ଡରବନ
2 10 ନଭେମ୍ବର ଭାରତ ବନାମ ଦ.ଆଫ୍ରିକା T20I - ସେଣ୍ଟ ଜର୍ଜ ପାର୍କ, ଗୋର୍ବାହ
3 13 ନଭେମ୍ବର ଭାରତ ବନାମ ଦ.ଆଫ୍ରିକା T20I - ସୁପର ସ୍ପୋର୍ଟ ପାର୍କ, ସେଞ୍ଚୁରିୟନ
3 15 ନଭେମ୍ବର ଭାରତ ବନାମ ଦ.ଆଫ୍ରିକା T20I - ୱାଣ୍ଡର୍ସ ଷ୍ଟାଡିୟମ, ଜୋହାନ୍ସବର୍ଗ

ନଭେମ୍ବରରୁ ଜାନୁଆରୀ ବର୍ଡର ଗାଭାସ୍କର ଟ୍ରଫି :-

22 ନଭେମ୍ବରରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସମ୍ମାନଜନକ ବର୍ଡର ଗାଭାସ୍କର ଟ୍ରଫି ଅଭିଯାନ ଆରମ୍ଭ କରିବ । ଚଳିତ ବର୍ଷ ବର୍ଡର ଗାଭାସ୍କର ଟ୍ରଫିରେ 5ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ । ଏହି ସିରିଜ ଅଷ୍ଟ୍ରେଲିଆରେ ଆୟୋଜନ କରାଯିବ । ଏହି ଟ୍ରଫି 22 ନଭେମ୍ବରରୁ 7 ଜାନୁଆରୀ ପର୍ଯ୍ୟନ୍ତ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଆପଣ ଜିଓ ସିନେମାରେ ଦେଖିପାରିବେ ।

କ୍ର.ନଂ ତାରିଖ ମ୍ୟାଚ୍‌ ଫର୍ମାଟ ସମୟ ସ୍ଥାନ
1 22 ନଭେମ୍ବର- 26 ନଭେମ୍ବର ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଦିନ 12:00 ପର୍ଥ ଷ୍ଟାଡିୟମ, ପର୍ଥ
2 06 ଡିସେମ୍ବର- 10 ଡିସେମ୍ବର ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଦିନ 12:00 ଆଡିଲେଡ ଓଭାଲ, ଆଡିଲେଡ
3 14 ଡିସେମ୍ବର- 18 ଡିସେମ୍ବର ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଦିନ 12:00 ଦି ଗବା, ବ୍ରିସବେନ
4 26 ଡିସେମ୍ବର- 30 ଡିସେମ୍ବର ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଦିନ 12:00 ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ, ସିଡ୍‌ନୀ
5 3 ଜାନୁଆରୀ- 7 ଜାନୁଆରୀ (2025) ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ଦିନ 12:00 ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ, ସିଡ୍‌ନୀ

ଜାନୁଆରୀ-ଫେବୃଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ :-

ବର୍ଡର ଗାଭାସ୍କର ଟ୍ରଫି ପରେ ଇଂଲଣ୍ଡ କ୍ରିକେଟ୍ ଦଳ ଭାରତ ଗସ୍ତରେ ଆସିବ । ଏହି ଗସ୍ତ ମଧ୍ୟରେ 22 ଜାନୁଆରୀରୁ 12 ଫେବୃଆରୀ ପର୍ଯ୍ୟନ୍ତ ଭାରତ ବିପକ୍ଷରେ 5 ଟି20 ଏବଂ 3ଟି ODI ମ୍ୟାଚ୍ ଖେଳିବ ଇଂଲଣ୍ଡ । 2 ଫେବୃଆରୀ ପର୍ଯ୍ୟନ୍ତ ଟି20 ମ୍ୟାଚ୍ ଖେଳାଯିବ, ଏହାପରେ ପ୍ରଥମ ଦିନିକିଆ 6 ଫେବୃଆରୀରେ ଏବଂ ଶେଷ ଦିନିକିଆ 12 ଫେବୃଆରୀରେ ଖେଳାଯିବା ନେଇ ଆଇସିସି ସେଡ୍ୟୁଲରେ ପୂର୍ବରୁ ନିର୍ଦ୍ଧାରିତ ହୋଇଛି । ଏହି ସିରିଜ୍ ପରେ ଭାରତ ଚମ୍ପିଅନ୍ସ ଟ୍ରଫି ଖେଳିବ ।

ଏହା ମଧ୍ୟ ପଢ଼ନ୍ତୁ...ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇପାରେ ଟିମ୍ ଇଣ୍ଡିଆ, ଏନେଇ ବଡ଼ ସର୍ତ୍ତ ରଖିଲେ BCCI ଉପସଭାପତି ରାଜୀବ ଶୁକ୍ଳା - Champions Trophy 2025

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details