ହାଇଦ୍ରାବାଦ: ସାଧାରଣତଃ ଅଣ୍ଡା ଅଧିକାଂଶ ଲୋକଙ୍କ ପାଇଁ ଏକ ଦୈନନ୍ଦିନ ଖାଦ୍ୟ । କିଛି ଲୋକ ଅଣ୍ଡାକୁ ଶାକାହାରୀ ଭାବି ଖାଉଥିବାବେଳେ ଆଉ କିଛି ଆମିଷ ଭାବି ଖାଆନ୍ତି । ଅଣ୍ଡା ପ୍ରୋଟିନର ଏକ ଭଲ ଉତ୍ସ ହୋଇଥିବାରୁ, ଜିମ୍ କରୁଥିବା ଲୋକଙ୍କର ଏହା ପ୍ରଥମ ପସନ୍ଦ । ହେଲେ ଅଣ୍ଡାର ହଳଦିଆ ଭାଗ ବା କେଶରକୁ ନେଇ ଅନେକ ଯୁକ୍ତି ହୋଇଥାଏ । କେହି ଏହାକୁ ଶରୀରର ପାଇଁ ଲାଭଦାୟକ କହୁଥିବା ବେଳେ ଆଉ କେହି ହାନିକାରକ କହିଥାନ୍ତି । ତେଣୁ ଅଣ୍ଡା କେଶର ଖାଇବା ଉଚିତ୍ କି ନୁହେଁ, ତାକୁ ନେଇ ଲୋକମାନେ ଦ୍ବନ୍ଦରେ ରହିଥାନ୍ତି । ସେହିପରି ଦିନକୁ କେତେ ଅଣ୍ଡା ଖାଇବା ଠିକ୍ ? ପ୍ରତିଦିନ ଦୁଇରୁ ଅଧିକ ଅଣ୍ଡା ଖାଇଲେ ଶରୀରର କିଛି କ୍ଷତି ହେବ କି ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଥାଏ ।
Will your blood cholesterol increase after consuming whole eggs (egg white + egg yolk)?
— Dr Sudhir Kumar MD DM (@hyderabaddoctor) August 6, 2024
How many eggs can be safely consumed?#egg #nutritionfacts #healthyfoods pic.twitter.com/hGuPvKsU4U
କାହିଁକି ଅଣ୍ଡା ଖାଇବେ ?
ଗୋଟିଏ ଅଣ୍ଡାରୁ 6 ଗ୍ରାମ ପ୍ରୋଟିନ ମିଳେ । ଏଥିସହ ଏଥିରେ ଭିଟାମିନ-ଏ, ଭିଟାମିନ-ଇ, ଭିଟାମିନ B12 ଓ ଭିଟାମିନ B9 ରହିଥାଏ । ଭିଟାମିନ-ଏ ଦୃଷ୍ଟିଶକ୍ତି ବଢାଏ । ଭିଟାମିନ B12 ଆପଣଙ୍କ ସ୍ନାୟୁକୋଷ ଓ ରକ୍ତକୋଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଭିଟାମିନ-ଇ ଆଣ୍ଟିଅକ୍ଟିଡାଣ୍ଟ ଭାବେ କାମ କରେ । ଭିଟାମିନ B9 ନୂତନ ରକ୍ତ କୋଷିକା ତିଆରି କରିବାରେ ସାହାଯ୍ୟ କରେ । ଏଥିସହ ଗର୍ଭାବସ୍ଥାରେ ଗର୍ଭସ୍ଥ ଶିଶୁର ଅଭିବୃଦ୍ଧିରେ ସହାୟକ ହୁଏ ।
ହାଇଦ୍ରାବାଦ ଆପୋଲୋ ହସ୍ପିଟାଲର ନ୍ୟୁରୋଲୋଜିଷ୍ଟ ଡ. ସୁଧୀର କୁମାର କହିଛନ୍ତି, ଅଣ୍ଡାରେ ପ୍ରଚୁର ପ୍ରୋଟିନ ଥାଏ । କିନ୍ତୁ କିଛି ଲୋକଙ୍କ ମନରେ ଡର ରହିଥାଏ କି, କେଶର ଖାଇବା ଦ୍ବାରା ତାଙ୍କର କୋଲେଷ୍ଟ୍ରୋଲ ବଢିଯିବ । ହେଲେ ଏହା ଠିକ୍ ନୁହେଁ । ଅଣ୍ଡାରେ କୋଲେଷ୍ଟ୍ରୋଲ ରହିଛି, ହେଲେ ଏହା ଡାଇଟ୍ରି କୋଲେଷ୍ଟ୍ରୋଲ, ଯାହା ବ୍ଲଡ କୋଲେଷ୍ଟ୍ରୋଲ ବଢାଏ ନାହିଁ ।
ସବୁଦିନ ଅଣ୍ଡା ଖାଇବା ଦେହ ପାଇଁ ଭଲ କି ?
ଅନେକ ସ୍ବାସ୍ଥ୍ୟ ଉପକାରିତା କାରଣରୁ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଭଲ । ଡାକ୍ତର ସୁଧୀରଙ୍କ କହିବା ଅନୁସାରେ, ଅଣ୍ଡା ଖାଇବା ଫଳରେ ଆପଣଙ୍କୁ ପ୍ରୋଟିନ ମିଳିବା ସହ ଶରୀର ପାଇଁ ଜରୁରୀ ନ୍ୟୁଟ୍ରିସନ ମଧ୍ୟ ମିଳେ । ହେଲ୍ଥଲାଇନ ରିପୋର୍ଟ ମୁତାବକ, ଯଦି ଆପଣଙ୍କ ଖାଦ୍ୟରେ କୋଲେଷ୍ଟ୍ରୋଲ କମ୍ ଅଛି, ତାହେଲେ ଆପଣ ଅଧିକ ଅଣ୍ଡା ଖାଇପାରିବେ । କିନ୍ତୁ ଯଦି ଆପଣଙ୍କ ଖାଦ୍ୟରେ ଅଧିକ କୋଲେଷ୍ଟ୍ରୋଲ ରହିଛି, ତାହେଲେ ସୀମିତ ମାତ୍ରାରେ ଅଣ୍ଡା ଖାଇବା ଉଚିତ୍ ।
କିଛି ରିସର୍ଚ୍ଚରେ କୁହାଯାଇଛି, ପ୍ରତିଦିନ ଗୋଟିରୁ ଦୁଇଟି ଅଣ୍ଡା ଖାଇବା ସୁରକ୍ଷିତ । ଏହାଦ୍ବାରା ହାର୍ଟ ସ୍ବାସ୍ଥ୍ୟକୁ ଲାଭ ମିଳିଥାଏ । ବିଶେଷଜ୍ଞ ଦୈନିକ 2ରୁ ଅଧିକ ଅଣ୍ଡା ନ ଖାଇବାକୁ ପରାମର୍ଶ ଦିଅନ୍ତି । କିଛି ଲୋକ ଦିନକୁ ଗୋଟିଏ ଅଣ୍ଡା ଖାଇବା ଶରୀର ପାଇଁ ହିତକର ବୋଲି ପରାମର୍ଶ ଦିଅନ୍ତି ।
ଏହା ମଧ୍ୟ ପଢନ୍ତୁ: ସବୁବେଳେ ଖୁସିରେ ରହିବାକୁ ଚାହୁଁଛନ୍ତି ? ପ୍ରତିଦିନ କରନ୍ତୁ ଏହି କାମ - Hobbies improve mental health
ଏହା ମଧ୍ୟ ପଢନ୍ତୁ: ଏସବୁ ଖାଦ୍ୟ ଖାଉଛନ୍ତି କି ? ବଢାଏ ମୃତ୍ୟୁ ଆଶଙ୍କା, ହୁଏ ମାରାତ୍ମକ ରୋଗ ! - Unhealthy food to avoid
Dsiclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।