ETV Bharat / state

ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

author img

By ETV Bharat Odisha Team

Published : Sep 17, 2024, 1:07 PM IST

Updated : Sep 17, 2024, 2:11 PM IST

PM Launches Subhadra Yojana: ଜନ୍ମଦିନରେ ଓଡ଼ିଶା ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଉପହାର । ଫ୍ଲାଗସିପ୍ ସ୍କିମ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ମୋଦି । ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି ।

Subhadra Scheme
Subhadra Scheme (X and ETV Bharat Odisha)

ଭୁବନେଶ୍ବର: ୭୪ତମ ଜନ୍ମଦିନରେ ଓଡ଼ିଶାର ମହିଳାମାନଙ୍କୁ ବଡ଼ ଭେଟି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବହୁ ପ୍ରତୀକ୍ଷିତ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ମୋଦି । ଆଜି ଓଡ଼ିଶା ଗସ୍ତରେ ଆସି ସୁଭଦ୍ରାର ପ୍ରଥମ କିସ୍ତି ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି । ସୁଭଦ୍ରା ଲଞ୍ଚ ହେବା ପରେ ହିତାଧିକାରୀଙ୍କ ଆକାଉଣ୍ଟ ସୁଭଦ୍ରା ଟଙ୍କା ପଠାଯାଇଛି । ଯୋଗ୍ୟ ହିତାଧିକାରୀମାନଙ୍କ ଆକାଉଣ୍ଟକୁ ପ୍ରଥମ ସୁଭଦ୍ରା କିସ୍ତି ଯାଇଛି । 25 ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଯାଇଛି 1 ହଜାର 250 କୋଟି ଟଙ୍କା ।

PM Speech (ETV Bharat Odisha)

ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା:

ଏହା Direct Benefits Transfer (DBT) ଜରିଆରେ ହିତାଧିକାରୀମାନଙ୍କ ଜମାଖାତାରେ ଜମା ହୋଇଛି । ପ୍ରତି ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଥମ କିସ୍ତିରେ ୫୦୦୦ ଟଙ୍କା ଯାଇଛି । ଏହି ଯୋଜନାରେ ପ୍ରତି ହିତାଧିକାରୀ ମହିଳାଙ୍କୁ ପାଞ୍ଚ ବର୍ଷରେ ମୋଟ ୫୦,୦୦୦ ଟଙ୍କା ମିଳିବ । ସେହିପରି ବର୍ଷକୁ ଦୁଇଟି କିସ୍ତିରେ ୧୦,୦୦୦ ଟଙ୍କା ମିଳିବ ।

Subhadra Scheme
Subhadra Scheme (CM Mohan Majhi(X))

ହିତାଧିକାରୀଙ୍କୁ ଗୃହ ପ୍ରବେଶ:

ଏହା ପୂର୍ବରୁ ପିଏମ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ଗାଡ଼କଣ ଯାଇଥିଲେ ପ୍ରଧାନମନ୍ତ୍ରୀ । ପିଏମ ଆବାସ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ହିତାଧିକାରୀଙ୍କ ଘରେ ଉଭୟ ଖିରି ଖାଇଥିଲେ । ଆଉ ଖିରି ପାଇବା ପରେ ନିଜ ମାଆଙ୍କୁ ମନେ ପକାଇଥିଲେ ମୋଦି । "ଆଜି ଜଣେ ଆଦିବାସୀ ମାଆ ମତେ ଖିରି ଖୁଆଇ ଜନ୍ମଦିନରେ ଆଶୀର୍ବାଦ ଦେଲେ, ଏହା ମୋର ଜୀବନ ଯାକର ଅର୍ଜିତ ପୁଞ୍ଜି" ବୋଲି କହିଛନ୍ତି ମୋଦି ।

'ଇନ୍ଦ୍ର ଦେବତା ଆଶୀର୍ବାଦ ଦେଉଛନ୍ତି'

ଦେଶବାସୀଙ୍କୁ ବିଶ୍ବକର୍ମା ଜୟନ୍ତୀର ଶୁଭକାମନା ଜଣାଇଲେ ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, "ଏହି ପବିତ୍ର ଦିନରେ ଓଡ଼ିଶାର ମାଆ ଭଉଣୀଙ୍କ ପାଇଁ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବାର ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି । ମହାପ୍ରଭୁଙ୍କ କ୍ରୁପାରୁ ମାଆ ସୁଭଦ୍ରାଙ୍କ ନାଁରୁ ଯୋଜନାର ଆରମ୍ଭ ହୋଇଛି ।" ଅନ୍ୟପଟେ ଭୁବନେଶ୍ବରରେ ବର୍ଷା ଜାରି ରହିଥିବାରୁ ସ୍ବୟଂ ଇନ୍ଦ୍ର ଦେବତା ଆଶୀର୍ବାଦ ଦେଉଥିବା କହିଛନ୍ତି ମୋଦି ।

'ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି'

"ଦେଶର ବିଭିନ୍ନ ସହରରେ ଲକ୍ଷ ଲକ୍ଷ ପରିବାରକୁ ପକ୍କା ଘର ପ୍ରଦାନ କରାଯାଇଛି । ଓଡ଼ିଶାର ବିକାଶ ପାଇଁ ହଜାର ହଜାର କୋଟି ମୂଲ୍ୟର ଯୋଜନାର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓଡ଼ିଶାର ସମସ୍ତଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ଶପଥ ଗ୍ରହଣ ବେଳେ ମୁଁ ଆସିଥିଲି । ଏହାପରେ ଏହା ମୋର ପ୍ରଥମ ଯାତ୍ରା । ନିର୍ବାଚନ ବେଳେ ମୁଁ କହିଥିଲି, ଭାଜପା ସରକାର ହେଲେ ବିକାଶ କରିବ ଡବଲ ଇଞ୍ଜିନ ସରକାର । ଯେଉଁ ସ୍ବପ୍ନ ଗରିବ, ଦଳିତ, ମାଆ ଭଉଣୀ, ଯୁବ ବର୍ଗ ଦେଖିଛନ୍ତି ସମସ୍ତଙ୍କ ସ୍ବପ୍ନ ପୂରଣ ହେବ ବୋଲି ମୋର ବିଶ୍ବାସ ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ରହିଛି" ବୋଲି ଅଭିଭାଷଣରେ କହିଛନ୍ତି ପ୍ରଧାନମନ୍ତ୍ରୀ ।

‘ସୁଭଦ୍ରା’ ଟଙ୍କା ପାଇବାର ଯୋଗ୍ୟତା:

  • 21ରୁ 60 ବର୍ଷ ବୟସ୍କ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନାରେ ଆର୍ଥିକ ସହାୟତା
  • ଆର୍ଥିକ ବର୍ଷ 2024-25ରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ମିଳିବ ସହାୟତା
  • ବାର୍ଷିକ 10000 ଟଙ୍କା ମିଳିବ, ଦୁଇଟି କିସ୍ତିରେ 5 ହଜାର ଲେଖାଏଁ ମିଳିବ
  • ଆଧାର-ଲିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା
  • 5 ବର୍ଷରେ ମିଳିବ 50 ହଜାର ଟଙ୍କା
  • ଭାରତରେ କ୍ରମବର୍ଦ୍ଧିଷ୍ଣୁ ମହିଳା-କୈନ୍ଦ୍ରିକ ଯୋଜନାରେ ସାମିଲ ହେବ ‘ସୁଭଦ୍ରା’

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 17, 2024, 2:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.