ETV Bharat / entertainment

ମୋଦି@74; ପୱନ କଲ୍ୟାଣ ଠୁ ଅନୁପମ ଖେର-ଅରିନ୍ଦମ ରୟ ଯାଏଁ...ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି - Celebs Birthday Wish To Pm Modi

author img

By ETV Bharat Entertainment Team

Published : Sep 17, 2024, 2:02 PM IST

Pm Narendra Modi Birthday: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି 17 ସେପ୍ଟେମ୍ବରରେ ତାଙ୍କର 74 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଉତ୍ସବରେ ବଲିଉଡରୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ପର୍ଯ୍ୟନ୍ତ ତାରକାମାନେ ପିଏମ ମୋଦୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି
ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି (Instagram)

ହାଇଦ୍ରାବାଦ: ଆଜି (17 ସେପ୍ଟେମ୍ବର)ରେ 74 ବର୍ଷରେ ପାଦ ଥାପିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ବିଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶ ତଥା ବିଦେଶରୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିମାନେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ସୋସିଆଲ ମିଡିଆ ଜରିଆରେ ମୋଦିଙ୍କ ସହ ଏକ ଫଟୋ ସେୟାର କରି ତାଙ୍କୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି । ଓଲିଉଡ ଅଭିନେତା ତଥା ରାଜନେତା ଅରିନ୍ଦମ ରୟଙ୍କ ଠାରୁ ଆରମ୍ଭ କରି ବଲିଉଡ ଅଭିନେତା ଅନୁପମ ଖେର, ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ଶିଳ୍ପା ସେଟ୍ଟୀ, ଜ୍ୟାକି ଶ୍ରଫ ଏବଂ ସାଉଥ ତାରକା ଚିରଞ୍ଜୀବୀ ଓ ଜନସେନା ପାର୍ଟି ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଅରିନ୍ଦମ ରୟ

ଅରିନ୍ଦମ ରୟ ନିଜ ଇନଷ୍ଟାଗ୍ରାମରେ ମୋଦିଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି, 'ଜାତିର ସେବା ପ୍ରତି ସମର୍ପିତ, କର୍ମଯୋଗୀ, ଦେଶର ଯଶସ୍ୱୀ, ପ୍ରଧାନମନ୍ତ୍ରୀ ଆଦରଣୀୟ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଅଶେଷ ଅଶେଷ ଶୁଭେଚ୍ଛା ।' ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, 'ଭାରତୀର ସୁଯୋଗ୍ୟ ସନ୍ତାନ ତଥା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଜୟ ଶ୍ରୀରାମ, ଜୟ ଜଗନ୍ନାଥ ।'

ଅନୁପମ ଖେରଙ୍କ ଶୁଭେଚ୍ଛା

ବଲିଉଡ ଅଭିନେତା ଅନୁପମ ଖେର ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କ ସହ ତାଙ୍କ ଫଟୋଗୁଡ଼ିକର ଏକ କୋଲାଜ ଭିଡିଓ ସେୟାର କରିଛନ୍ତି । ଅଭିନେତା ଏହି ଭିଡିଓକୁ 'ଆରମ୍ଭ ହେ ପ୍ରଚଣ୍ଡ' ଗୀତ ସହିତ ଯୋଡିଛନ୍ତି। ଏହି ଭିଡିଓରେ ଅନୁପମ ଖେର ଏବଂ ପିଏମ ମୋଦୀଙ୍କ ସ୍ୱତନ୍ତ୍ର ବୈଠକର ଝଲକ ଦେଖିବାକୁ ମିଳିଛି । ଭିଡିଓ ସେୟାର କରି ଅନୁପମ ଖେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, 'ଭଗବାନ ଆପଣଙ୍କୁ ଏକ ଦୀର୍ଘ ଏବଂ ସୁସ୍ଥ ଜୀବନ ଦିଅନ୍ତୁ । ଏବଂ ଆପଣ ଆଗାମୀ ଅନେକ ବର୍ଷ ପାଇଁ ଦେଶକୁ ଆଗେଇ ନେବା ଜାରି ରଖନ୍ତୁ । ଆପଣ ପ୍ରେରଣାଦାୟୀ ଏବଂ ଅସାଧାରଣ ମଧ୍ୟ । ବିଜୟୀ ହୁଅ । ଜୟ ହିନ୍ଦ୍ ।'

ସେଲିବ୍ରିଟିଙ୍କ ଶୁଭେଚ୍ଛା
ସେଲିବ୍ରିଟିଙ୍କ ଶୁଭେଚ୍ଛା (Instagram)

କଙ୍ଗନା ରାଣାୱତ-ଶିଳ୍ପା ସେଟ୍ଟୀ-ଜ୍ୟାକି ଶ୍ରଫଙ୍କ ଶୁଭେଚ୍ଛା

ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ମହାନ ନେତାଙ୍କୁ ଜନ୍ମଦିନର ଶୁଭେଚ୍ଛା'। ସେହିପରି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ ଶିଳ୍ପା ଶେଟ୍ଟୀ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଲେଖା ଅଛି, 'ଆମ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା । ଆପଣ ଶକ୍ତି ଏବଂ ଦୂରଦୃଷ୍ଟି ସହ ଆମ ଦେଶକୁ ପ୍ରେରଣା ଏବଂ ନେତୃତ୍ୱ ଦେବା ଜାରି ରଖନ୍ତୁ । ଏଥିସହ ଜ୍ୟାକି ଶ୍ରଫ ମଧ୍ୟ ତାଙ୍କ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ଚିରଞ୍ଜୀବୀ

ମେଗାଷ୍ଟାର ଚିରଞ୍ଜୀବୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ୍ସରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ପୋଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଲେଖିଛନ୍ତି, 'ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ଜନ୍ମଦିନର ଶୁଭେଚ୍ଛା। ଭଗବାନ ଆପଣଙ୍କୁ ଦୀର୍ଘ ଜୀବନ ଏବଂ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରନ୍ତୁ । ଆମ ଦେଶ ପାଇଁ ଅଧିକ ଗୌରବ ଆଣିବା ପାଇଁ ଭଗବାନ ଆପଣଙ୍କୁ ଅଧିକ ଶକ୍ତି ଦିଅନ୍ତୁ ।'

ଏହା ମଧ୍ୟ ପଢନ୍ତୁ: 74 ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି: ସଂଘର୍ଷରୁ ସଫଳ, ବିଭିନ୍ନ କ୍ଷେତ୍ରରେ କରିଛନ୍ତି ରେକର୍ଡ

ପୱନ କଲ୍ୟାଣଙ୍କ ଶୁଭେଚ୍ଛା

ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ତଥା ଅଭିନେତା ପୱନ କଲ୍ୟାଣ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଲମ୍ବା ନୋଟ୍ ସେୟାର କରି ଲେଖିଛନ୍ତି, ''ମୋର ପ୍ରେରଣା, ବିଶ୍ୱ ନେତା, ନିଃସ୍ୱାର୍ଥପର କର୍ମ ଯୋଗୀ, ତୁଳନାତ୍ମକ ମାଷ୍ଟର, ଭାରତର ସ୍ଥପତି, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କୁ ତାଙ୍କ ଜନ୍ମଦିନରେ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ମୁଁ ଭଗବାନ ଭେଙ୍କଟେଶ୍ୱରଙ୍କୁ ପ୍ରାର୍ଥନା କରୁଛି ଯେ ଆପଣ ସର୍ବଦା ସୁସ୍ଥ, ସୁରକ୍ଷିତ ରୁହନ୍ତୁ ଏବଂ ଦୀର୍ଘ ଜୀବନ ବଞ୍ଚନ୍ତୁ । ତୁମେ ଏହି ମହାନ ଦେଶର କୋଟି କୋଟି ପୁତ୍ରଙ୍କ ଆକାଂକ୍ଷା ଏବଂ ଦେଶପ୍ରେମର ପ୍ରତୀକ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.