ETV Bharat / state

ସବାଇଘାସରୁ ଘରକରଣା ସାମଗ୍ରୀ: ମହିଳାଙ୍କୁ କରୁଛନ୍ତି ସ୍ବାବଲମ୍ବୀ, ରୋଜଗାର ବାଟ ଦେଖାଉଛନ୍ତି - SABAI GRASS CRAFT

ପଲିଶ୍ରୀ ମେଳାରେ ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀର ବଢୁଛି ଚାହିଦା । ନିଜେ ସ୍ବାବଲମ୍ବୀ ହେବା ସହ ୧୫୦ ମହିଳାଙ୍କୁ ତାଲିମ ଦେଲେଣି ବାଲେଶ୍ବରର ସୁଶାନ୍ତି ।

SABAI GRASS CRAFT
SABAI GRASS CRAFT (ETV Bharat Odisha)
author img

By ETV Bharat Odisha Team

Published : Jan 15, 2025, 11:58 AM IST

ବାଲେଶ୍ବର: ଉତ୍ସବ, ମହୋତ୍ସବ କିମ୍ବା ମେଳା ଯେ ଖାଲି ଲୋକମାନଙ୍କୁ ଆନନ୍ଦ ଓ ମଜା ଦିଏ ତାହା ନୁହେଁ ବରଂ ଅନେକ ଲୋକଙ୍କ ପରିଶ୍ରମ ଓ ହସ୍ତକଳା ପ୍ରଦର୍ଶିତ ହୋଇଥାଏ । ଯାହାକି ଏକ ରୋଜଗାରର ମାଧ୍ୟମ ମଧ୍ୟ ସାଜିଥାଏ । ଏମିତି ଜଣେ ମହିଳା ହେଲେ ବାଲେଶ୍ବରର ସୁଶାନ୍ତି ବେହେରା । ଯିଏ ସବାଇ ଘାସରୁ ସୁନ୍ଦର ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି । ନିଜେ ସ୍ବାବଲମ୍ବୀ ହେବା ସହ 150 ମହିଳାଙ୍କୁ ଦେଇ ସାରିଲେଣି ତାଲିମ । ବାଲେଶ୍ବରରେ ଚାଲିଥିବା ପଲିଶ୍ରୀ ମେଳାରେ ଲାଗିଥିବା ତାଙ୍କ ଷ୍ଟଲ ସମସ୍ତଙ୍କୁ ଆକୃଷ୍ଟ କରୁଛି ।

କୋଶାମ୍ବ ମେଳାରେ ସବାଇ ଘାସ ସାମଗ୍ରୀ:

ବାଲେଶ୍ବର ଜିଲ୍ଲା ମହୋତ୍ସବ ଏବଂ ପଲ୍ଲିଶ୍ରୀ ମେଳା ‘କୋଶମ୍ୱ -୨୦୨୫’ ତଥା ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରୀକରଣ ମେଳାରେ ମହିଳାମାନଙ୍କ ହାତ ତିଆରି ସାମଗ୍ରୀ ସାଉଁଟୁଛି ପ୍ରଶଂସା । ମହିଳାମାନଙ୍କ ପରିଶ୍ରମ ତଥା ସେମାନଙ୍କ ରୋଜଗାରର ମାଧ୍ୟମ ସାଜିଥିବା ଏହି ମେଳାରେ ସେମାନେ ସେମାନଙ୍କ ସାମଗ୍ରୀର ପସରା ମେଲିଛନ୍ତି । ସେହିଭଳି ମେଳାରେ ସବାଇ ଘାସରେ ମହିଳାଙ୍କ ଦ୍ୱାରା ତିଆରି ସାମଗ୍ରୀର ଚମକ ରହିଛି । ସମୁଦାୟ 305ଟି ଷ୍ଟଲ ମଧ୍ୟରୁ 35ରୁ ଊର୍ଦ୍ଧ୍ଵ ମହିଳାଙ୍କ ହସ୍ତଶିଳ୍ପ କଳାର ଷ୍ଟଲ ମେଳାର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରୁଛି ।

SABAI GRASS CRAFT (ETV Bharat Odisha)

ସବାଇ ଘାସରୁ ଏସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା:

ସବାଇ ଘାସରେ ମହିଳାମାନେ କେବଳ ଯେ ସପ, ମଶିଣା କରୁଛନ୍ତି ତାହା ନୁହେଁ, ବରଂ ଏମିତି ସବୁ ସାମଗ୍ରୀ ତିଆରି କରୁଛନ୍ତି ଯାହା ଦୈନନ୍ଦିନ ଜୀବନରେ ମଧ୍ୟ ଆଵଶ୍ୟକତା ରହିଛି । ଯେମିତି କି ଫୁଲ ପାଛିଆ, ହଟକେଶ, ପେନ୍ ଷ୍ଟାଣ୍ଡ, ଡଲା, ଲେଟର ବକ୍ସ ମଧ୍ୟ ସବାଇ ଘାସରୁ ତିଆରି କରୁଛନ୍ତି । ସକାଳଠାରୁ ରାତି ପର୍ଯ୍ୟନ୍ତ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ତିଆରି କରି ମହିଳାମାନେ ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି । ଏଥିସହ ଭଲ ଦୁଇ ପଇସା ମଧ୍ୟ ରୋଜଗାର କରି ପାରୁଛନ୍ତି ।

SABAI GRASS CRAFT
SABAI GRASS CRAFT (ETV Bharat Odisha)

୩୦ ମହିଳାଙ୍କୁ ରୋଜଗାରକ୍ଷମ କରିଛନ୍ତି ସୁଶାନ୍ତି:
ବାଲେଶ୍ୱର ଜିଲ୍ଲା ବାଲିଆପାଳ ଜାମକୁଣ୍ଡା ଅଞ୍ଚଳର ସୁଶାନ୍ତି ବେହେରା । ଯିଏ କି ପ୍ରାୟ ୮ ବର୍ଷ ତଳେ ସବାଇ ଘାସରେ କେମିତି ସାମଗ୍ରୀ ତିଆରି କରିବେ ସେନେଇ ଓରମାସରୁ ତାଲିମ ନେଇଥିଲେ । ଆଉ ଏବେ ସେ ନିଜେ ପ୍ରାୟ 150 ମହିଳାଙ୍କୁ ତାଲିମ ଦେଇ ସାରିଛନ୍ତି । ନିଜେ ରୋଜଗାର କରିବା ସହ ତାଙ୍କ ପାଖରେ କାମ କରୁଥିବା ପ୍ରାୟ 30 ଜଣ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇ ପାରିଛନ୍ତି ।

SABAI GRASS CRAFT
SABAI GRASS CRAFT (ETV Bharat Odisha)

ମାସକୁ 4ରୁ5 ହଜାର ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି ମହିଳା:

ସୁଶାନ୍ତି ବେହେରା କହିଛନ୍ତି, "ଆମେ ସବାଇ ଘାସରେ 7 ବର୍ଷରୁ ଅଧିକ ହେଲାଣି କାମ କଲୁଣି । ଏଥିରେ ଆମେ 15ରୁ 17 ପ୍ରକାର ଡିଜାଇନ ତିଆରି କରୁଛୁ । ବେଶୀ ଚାହିଦା ରହିଛି ଆମର ଫୁଲ ପାଛିଆ, ହଟକେଶ, ପେନଷ୍ଟାଣ୍ଡ, ଡଲା ଏବେ ଚାଲିଛି ଆସନ ଏବଂ ଲେଟର ବକ୍ସ । ମାସକୁ ଆମର ଯେଉଁ 40ରୁ 50 ସଦସ୍ୟମାନେ କାମ କରୁଛନ୍ତି ସେମାନେ 4ରୁ 5 ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି । ମୁଁ ପ୍ରଥମେ ଓରମାସ ଦ୍ୱାରା ଏକ ତାଲିମ ନେଇଥିଲି, ମୁଁ ବର୍ତ୍ତମାନ ପାଖାପାଖି 150 ଲୋକଙ୍କୁ ତାଲିମ ଦେଇ ସାରିଲିଣି । ହଁ ଏଇଟା ରୋଜଗାରର ମାଧ୍ୟମ, ଯେଉଁ ମହିଳାମାନେ ଘରର ଚାରି କାନ୍ଥ ଭିତରେ ରହୁଥିଲେ, ବାହାରକୁ ବାହାରି ପାରୁ ନଥିଲେ ସେମାନେ ଏବେ ନିଜେ ଘର କାମ କରିବା ସହ ତାଙ୍କର ରୋଜଗାର କିଛି ହୋଇ ପାରୁଛି ।

SABAI GRASS CRAFT
SABAI GRASS CRAFT (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଆରମ୍ଭ ହେଲା ଜାତୀୟସ୍ତରୀୟ ପଲ୍ଲିଶ୍ରୀ ମେଳା, ଝଲସୁଛି ମହିଳାଙ୍କ ହାତତିଆରି ସାମଗ୍ରୀ

ବାଲେଶ୍ବର ବଜାରରେ ହାତ ତିଆରି ରାକ୍ଷୀର ସମ୍ଭାର, ‘ଓରମାସ’ ଷ୍ଟଲରେ ଗ୍ରାହକଙ୍କ ଭିଡ - ORMAS SPECIAL RAKHI IN MARKET

ସବାଇ ଘାସରୁ ସୌଖିନ ସାମଗ୍ରୀ ତାଲିମ ନେଇ ସ୍ୱାବଲମ୍ବୀ ହେବେ ଆଦିମ ଜନଜାତି

SABAI GRASS CRAFT
SABAI GRASS CRAFT (ETV Bharat Odisha)

ରୋଜଗାର କରି ଖୁସି ମହିଳା :

ସୁଶାନ୍ତି ବେହେରା ଆହୁରି କହିଛନ୍ତି,‘ ଘର କାମ ସହ ଏସବୁ ଜିନିଷ ବୁଣି ପାରୁଛନ୍ତି ଆଉ ମାସକୁ 5 ହଜାର ଟଙ୍କା ରୋଜଗାର କରି ପାରୁଛନ୍ତି । ସେମାନେ ବହୁତ ଖୁସି ମୁଁ ବି ବହୁତ ଖୁସି ଯେ ମୁଁ ତାଲିମ ନେଇ ମୋ ତରଫରୁ 150ରୁ 200 ଲୋକ ରୋଜଗାର ପାଉଛନ୍ତି, ସେଇଟା ମୋ ପାଇଁ ବହୁତ ଖୁସିର କଥା । ସବାଇ ଘାସ ବାରିପଦାରୁ ଆଣୁ, ସବାଇ ଘାସ କଟା ହେବାପରେ ଆମେ ଆଣିକି ସୁରକ୍ଷିତ ରଖିକି କାମ କରୁ । ପ୍ରସ୍ତୁତି ପାଇଁ ପ୍ରାୟ 10ରୁ 15 ଦିନ ଲାଗେ । ପାରିଶ୍ରମିକ ଅଧିକରୁ ଅଧିକ ଉଠି ଯାଉଛି । ଗାଁ ଗହଳିରେ ଯେଉଁ ମହିଳାମାନେ ମୋର କାମ କରୁଛନ୍ତି ସେମାନେ ବେଶ ଭଲ ଭାବେ ରୋଜଗାର କରି ପାରୁଛନ୍ତି ଆଉ ବେଶ ଖୁସି ମଧ୍ୟ ଅଛନ୍ତି ।"

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.