ETV Bharat / entertainment

ରିଲିଜ ପୂର୍ବରୁ ଏହି ଦେଶରେ ବ୍ୟାନ ହେଲା କଙ୍ଗନାଙ୍କ ଫିଲ୍ମ 'ଏମରଜେନ୍ସି' - EMERGENCY BANNED

'ଏମର୍ଜେନ୍ସି' ରିଲିଜ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ଝଟକା । ଏହି ଫିଲ୍ମ ଏହି ଦେଶରେ ବ୍ୟାନ କରାଯାଇଛି । ଜାଣନ୍ତୁ କେଉଁ ଦେଶରେ ଓ କାହିଁକି ?

kangana ranaut starrer emergency banned in bangladesh
kangana ranaut starrer emergency banned in bangladesh (film poster)
author img

By ETV Bharat Entertainment Team

Published : Jan 15, 2025, 10:42 AM IST

ହାଇଦ୍ରାବାଦ: ଦୀର୍ଘ ଦିନର ଅପେକ୍ଷା ପରେ ପରଦାକୁ ଆସିବାକୁ ଯାଉଛି କଙ୍ଗନା ରାଣାୱତଙ୍କ ଫିଲ୍ମ 'ଏମରଜେନ୍ସି' । ଅନେକ ବାଦ ବିବାଦର ସମ୍ମୁଖୀନ ପରେ ଶେଷରେ ରିଲିଜ ହେବ 'ଏମରଜେନ୍ସି' । ଏହି ଫିଲ୍ମ ଜାନୁଆରୀ 17 ରେ ରିଲିଜ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ରିଲିଜ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ଝଟକା ମିଳିଛି । ଏହି ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଛି । ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାରୁ କଙ୍ଗନାଙ୍କ ଏହି ଫିଲ୍ମ ବାଂଲାଦେଶରେ ମୁକ୍ତିଲାଭ କରିବ ନାହିଁ ।

ଏହି କାରଣରୁ ବାଂଲାଦେଶରେ 'ଏମରଜେନ୍ସି' ବ୍ୟାନ୍

ଏହି ମାମଲା ସହ ଜଡିତ ଏକ ସୂତ୍ରରୁ ଜଣାପଡିଛି ଯେ, "ବାଂଲାଦେଶରେ 'ଏମରଜେନ୍ସି'ର ରିଲିଜ ଉପରେ ରୋକ୍ ଲଗାଇବାର ନିଷ୍ପତ୍ତି ଭାରତ ଏବଂ ବାଂଲାଦେଶ ମଧ୍ୟରେ ବର୍ତ୍ତମାନର ତିକ୍ତ ସମ୍ପର୍କ ସହିତ ଜଡିତ । ଏହି ଫିଲ୍ମ କଣ୍ଟେଣ୍ଟ କମ୍ ଏବଂ ଦୁଇ ଦେଶ ମଧ୍ୟରେ ଚାଲୁଥିବା ରାଜନୈତିକ ଉତ୍ତେଜନା ପରିସ୍ଥିତି ସହ ଅଧିକ ଜଡିତ । ଏଥିସହ ଏହି ଚଳଚ୍ଚିତ୍ରଟି ବାଂଲାଦେଶୀ ଉଗ୍ରବାଦୀମାନଙ୍କ ଦ୍ୱାରା ମୁଜିବୁରହମାନଙ୍କ ହତ୍ୟା ଚିତ୍ର ମଧ୍ୟ ଦର୍ଶାଯାଇଛି, ଯାହା କାରଣରୁ ଫିଲ୍ମକୁ ବାଂଲାଦେଶରେ ବ୍ୟାନ କରାଯାଇଛି ।''

ବାଂଲାଦେଶର ସ୍ୱାଧୀନତାରେ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ସୂଚନା ଥାଉ କି, ଇନ୍ଦିରା ଗାନ୍ଧୀ ପାକିସ୍ତାନଠାରୁ ବାଂଲାଦେଶର ସ୍ୱାଧୀନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯଦିଓ ଆମେରିକା ତାଙ୍କୁ ଉଭୟ ଦେଶର ବ୍ୟାପାରରେ ହସ୍ତକ୍ଷେପ ନକରିବାକୁ କହିଥିଲେ । ତଥାପି, ଇନ୍ଦିରା ଆଗକୁ ବଢ଼ିଲେ କାରଣ ସେ ଅନୁଭବ କଲେ ଯେ ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେବା ଅପେକ୍ଷା ଭାରତ ପାଇଁ ପାକିସ୍ତାନ ବିରୁଦ୍ଧରେ ଯୁଦ୍ଧ କରିବା ଆର୍ଥିକ ଦୃଷ୍ଟିରୁ ଭଲ ହେବ, ଯାହାର ପରିଣାମ ସ୍ୱରୂପ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । 'ଏମରଜେନ୍ସି' ୧୯୭୧ ବାଂଲାଦେଶ ସ୍ୱାଧୀନତା ଯୁଦ୍ଧରେ ଭାରତୀୟ ସେନା ଏବଂ ଇନ୍ଦିରା ଗାନ୍ଧୀ ସରକାରଙ୍କ ଭୂମିକା ଏବଂ ବାଂଲାଦେଶର ଜାତିର ପିତା ଭାବରେ ଜଣାଶୁଣା ଶେଖ ମୁଜିବୁର ରହମାନଙ୍କୁ ଦିଆଯାଇଥିବା ସମର୍ଥନକୁ ଆଲୋକପାତ କରେ । ସେ ହିଁ ଇନ୍ଦିରା ଗାନ୍ଧୀଙ୍କୁ ଦେବୀ ଦୁର୍ଗା ବୋଲି କହିଥିଲେ ।

ଏହା ମଧ୍ୟ ପଢନ୍ତୁ: 'ଏମରଜେନ୍ସି' ଦେଖିବାକୁ ପ୍ରିୟଙ୍କା ଗାନ୍ଧୀଙ୍କୁ ନିମନ୍ତ୍ରଣ କଲେ କଙ୍ଗନା

କହିରଖୁଛୁ କି, ଏହି ଚଳଚ୍ଚିତ୍ରଟି, 1975-1977 ଦୁଇ ବର୍ଷର ଭାରତର ଅନ୍ଧକାର ଅଧ୍ୟାୟ ଉପରେ ଆଧାରିତ । ଯେତେବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ 1975 ଜୁନ 25 ମଧ୍ୟରାତ୍ରିରୁ ଦେଶବ୍ୟାପୀ ଏମରଜେନ୍ସି ଘୋଷଣା କରିଥିଲେ । ତେବେ ଏହି ଫିଲ୍ମରେ କଙ୍ଗନା ରାଣାୱତ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ କଙ୍ଗନା ରାଣାୱତଙ୍କ ସମେତ ଅନୁପମ ଖେର, ଶ୍ରେୟସ ତଲପଡେ, ଦିବଙ୍ଗତ ଅଭିନେତା ସତୀଶ କୌଶିକ, ମିଲିନ୍ଦ ସୋମାନ, ମହିଲା ଚୌଧୁରୀ ଏବଂ ବିଶାକ ନାୟର ନଜର ଆସିବେ । ଏହି ଚଳଚ୍ଚିତ୍ରଟିରେ ଅଭିନୟ ସହ କଙ୍ଗନା ରାଣାୱତ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.