ହାଇଦ୍ରାବାଦ:ଚଳିତ ମାସ 24 ଓ 25 ତାରିଖରେ ଆଇପିଏଲ (IPL- 2025)ର ମେଗା ଅକ୍ସନ କାର୍ଯ୍ୟକ୍ରମ ରହିଛି । ସାଉଦି ଆରବ ରିୟାଦ ସହରରେ ମେଗା ଅକ୍ସନ ହେବା ନେଇ କୁହାଯାଉଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏନେଇ ବିସିସିଆଇ(BCCI) ପକ୍ଷରୁ ଅଫିସିଆଲ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ତେବେ ଏଥର ଅକ୍ସନ ବେଶ ରୋମାଞ୍ଚକର ହେବ । କାହିଁକି ନା ଏଥର କିଛି ଦଳର ଅଧିନାୟକଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଦେଇଛି । ତେବେ କେଉଁ କେଉଁ ଖେଳାଳିଙ୍କୁ କେଉଁ ପ୍ରାଞ୍ଚାଇଜ କେତେ ଟଙ୍କାର କିଣୁଛି ତାଉପରେ ସମସ୍ତଙ୍କ ନଜର ରହିଛି । ଏହାରି ମଧ୍ୟରେ ଅକ୍ସନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଆଇପିଏଲରେ ସର୍ବାଧିକ ବେସ ପ୍ରାଇସ 2 କୋଟି ଟଙ୍କା ମୂଲ୍ୟର ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି ।
2 କୋଟି ବେସ ପ୍ରାଇସ ଥିବା ଭାରତୀୟ ଖେଳାଳି:
ଇଏସପିଏନ୍ କ୍ରିକିନଫୋ ରିପୋର୍ଟ ଅନୁଯାୟୀ, 2 କୋଟି ଟଙ୍କା ବେସ ଫ୍ରାଇସ ଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି, କେ.ଏଲ୍ ରାହୁଲ, ଋଷଭ ପନ୍ତ, ଶ୍ରେୟସ୍ ଆୟର୍, ଇଶାନ କିଶାନ, ଦେବଦତ୍ତ ପାଦିକଲ, ଟି. ନଜରାଜନ, କୃଣାଲ ପାଣ୍ଡେ, ହର୍ଷ ପଟେଲ, ଅର୍ଶଦୀର ସିଂ, ଓ୍ବାସିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ମହମ୍ମଦ ଶାମୀ, ଦୀପକ ଚହର, ଖଲିଲ ଅହମ୍ମଦ, ଉମେଶ ୟାଦବ, ଭେଙ୍କଟେଶ ଆୟର, ଅଭେଶ ଖାନ, ଭୁବନେଶ୍ୱର କୁମାର, ମୁକେଶ କୁମାର, ପ୍ରସାଦ କୃଷ୍ଣ ।
- ୨ କୋଟି ବେସ୍ ପ୍ରାଇସ ଖେଳାଳୀ
- କେ.ଏଲ୍ ରାହୁଲ
- ଋଷଭ ପନ୍ତ
- ଶ୍ରେୟସ ଆୟର୍
- ଇଶାନ କିଶାନ
- ଦେବଦତ୍ତ ପାଦିକଲ
- ଟି. ନଜରାଜନ
- କୃଣାଲ ପାଣ୍ଡେ
- ହର୍ଷ ପଟେଲ
- ଅର୍ଶଦୀର ସିଂ
- ଓ୍ବାସିଂଟନ ସୁନ୍ଦର
- ଶାର୍ଦ୍ଦୁଲ ଠାକୁର
- ମହମ୍ମଦ ସିରାଜ
- ମହମ୍ମଦ ଶାମୀ
- ଦୀପକ ଚହର
- ଖଲିଲ ଅହମ୍ମଦ
- ଉମେଶ ଯାଦବ
- ଭେଙ୍କଟେଶ ଆୟର
- ଅଭେଶ ଖାନ
- ଭୁବନେଶ୍ୱର କୁମାର
- ମୁକେଶ କୁମାର
- ପ୍ରସାଦ କୃଷ୍ଣ
|
ଏହା ମଧ୍ୟ ପଢନ୍ତୁ-IPL 2025; ନଭେମ୍ବର 24-25ରେ ମେଗା ଅକ୍ସନ ! ଏହି ଖେଳାଳିଙ୍କ ଉପରେ ନଜର
ଏହା ମଧ୍ୟ ପଢନ୍ତୁ-IND VS NZ Test: କ୍ଲିନ ସୁଇପ କଲା ଟିମ୍ ନ୍ୟୁଜିଲାଣ୍ଡ, ଭାରତର ଲଜ୍ଜାଜନକ ପରାଜୟ
୨ କୋଟି ବେସ ପ୍ରାଇସ ଥିବା ବିଦେଶୀ ଖେଳାଳି :
୨ କୋଟି ଟଙ୍କା ବେସ ଫ୍ରାଇସ ଥିବା ବିଦେଶୀ ଖେଳାଳି ହେଉଛନ୍ତି, ମିଚେଲ ଷ୍ଟାର୍କ, ଷ୍ଟିଭ ସ୍ମିଥ, ଜୋରୋଫା ଆର୍ଚର, ମାର୍କସ ଷ୍ଟୋଇନେସ, ଗ୍ଲେନ ମ୍ୟାକ୍ସୱେଲ, ନାଥାନ ଲିୟନ, ମିଚେଲ ମାର୍ଶ, ଜୋସ ବଟଲର, ଜନି ବେୟାରଷ୍ଟୋ, ଆଡାମ ଜାମ୍ପା, ମୋଇନ ଅଲି, ହ୍ୟାରି ବ୍ରୁକ୍, ସାମ୍ କୁରାନ ଟ୍ରେଣ୍ଡିଂ ବୋଲ୍ଟ, ମ୍ୟାଟ୍ ହେନେରୀ, କେନ୍ ୱିଲିୟମସନ, କଗିସୋ ରାବଡା, ଡେଭିଡ ୱାର୍ନର ।
ଏହି ଭାରତୀୟ ଏବଂ ବିଦେଶୀ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା:
ଆଇପିଏଲର ଅକ୍ସନର ମଜା ଉଠାଇଥାନ୍ତି କ୍ରିକେଟ ପ୍ରେମୀ । କେଉଁ ଖେଳାଳି କେତେ ଟଙ୍କାର କିଣା ହେଉଛନ୍ତି ତାହାକୁ ନେଇ ସମସ୍ତେ ଉତ୍ସାହିତ ଥାଆନ୍ତି । ଏଥରେ କିଛି ଭାରତୀୟ ଖେଳାଳିଙ୍କ ଉପରେ ଅକ୍ସନରେ ଟଙ୍କା ବର୍ଷା ହେବ । ଋଷଭ ପନ୍ତ, ଇଶାନ କିଶନ, କେ.ଏଲ୍ ରାହୁଲ, ଶ୍ରେୟସ ଆୟର, ମହମ୍ମଦ ସିରାଜ, ମହମ୍ମଦ ଶାମି, ୱାଶିଂଟନ୍ ସୁନ୍ଦର ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ବେସ ପ୍ରାଇସ 2 କୋଟି ରହିଥିଲେ ମଧ୍ୟ ଏହା ଠାରୁ ଅଧିକ ଟଙ୍କାରେ ନିଲାମ ହୋଇପାରନ୍ତି । ଏହି ଖେଳାଳିଙ୍କୁ ନେବାକୁ ଫ୍ରାଞ୍ଚାଇଜଙ୍କ ମଧ୍ୟରେ ପ୍ରତିଯୋଗିତା ଦେଖିବାକୁ ମିଳିବ । ବିଦେଶୀ ଖେଳାଳିଙ୍କ ମଧ୍ୟରେ ଫ୍ରାଞ୍ଚାଇଜ ଜୋସ୍ ବଟଲର, ଗ୍ଲେନ୍ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ଟ୍ରେଣ୍ଡ ବୋଲ୍ଟ, କାଗିସୋ ରାବଡା, ସାମ କୁରାନ, ମାର୍କସ ଷ୍ଟୋଇନିସ ଏବଂ ଆଡାମ ଜାମ୍ପାଙ୍କ ପରି ଖେଳାଳି ମଧ୍ୟ କୋଟି କୋଟି ଟଙ୍କାରେ ନିଲାମ ହେବେ ।
IPL 2025ର ମେଗା ଅକ୍ସନ କେବେ ?
ଆପଣଙ୍କୁ କହି ରଖୁଛୁ ଯେ, 24 ଏବଂ 25 ନଭେମ୍ବରରେ IPL 2025 ନିଲାମ ହେବାକୁ ଯାଉଛି । ଏହି ନିଲାମ ପାଇଁ 204 ସ୍ଲଟ୍ ଖାଲିଥିବା ବେଳେ 1,574 ଖେଳାଳି ନାମ ପଞ୍ଜିକୃତ ହୋଇଛନ୍ତି । ଯେଉଁଥିରେ 320 କ୍ୟାପ୍ଡ ଖେଳାଳୀ, 1,224 ଅନ୍-କ୍ୟାପ୍ଡ ଖେଳାଳୀ ଏବଂ ଆସୋସିଏଟ୍ ନେସନ୍ସ 30 ଖେଳାଳି ଅନ୍ତର୍ଭୁକ୍ତ ରହିଛନ୍ତି ।