ପ୍ୟାରିସ (ଫ୍ରାନ୍ସ); ପ୍ୟାରିସ ପାରାଅଲିମ୍ପିକ୍ସ ମୈଦାନରେ ପହଞ୍ଚି ସାରିଛନ୍ତି 84 ଜଣିଆ ଭାରତୀୟ ପାରା ଅଲିମ୍ପିକ୍ସ ଖେଳାଳି । ଏପଟେ ପାରା ଅଲିମ୍ପିକ୍ସ କମିଟି ଅଧ୍ୟକ୍ଷ ଦେବେନ୍ଦ୍ର ଝାଝରିଆ କହିଛନ୍ତି ଏଥର 25 ମେଡାଲ ଜିତିବା ଆଶା ରହିଛି । ପ୍ୟାରିସରେ ଆରମ୍ଭ ହୋଇସାରିଛି ପାରା ଅଲିମ୍ପିକ୍ସ 2024 । ଭାରତ ପକ୍ଷରୁ ଏଥର 84 ଜଣ ଖେଳାଳି ଏଥରେ ଭାଗ ନେବେ । ଏହା ଭାରତୀୟ ପାରା ଅଲିମ୍ପିକ୍ସ ଇତିହାସରେ ସବୁଠୁ ଅଧିକ ଆଥଲେଟ ଟିମ୍ ।ତେବେ ଏହା ପୂର୍ବରୁ ଅନୁଷ୍ଠିତ ହୋଇଥିଲା ପ୍ୟାରିସ ଅଲିମ୍ପିକ୍ସ 2024 । ଏଥରେ ଭାରତୀୟ ଆଥଲେଟ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ତେଣୁ ବର୍ତ୍ତମାନ ପାରା ଅଲିମ୍ପିକ୍ସ ଟିମ୍ ଉପରେ ସମସ୍ତ ଦେଶବାସୀଙ୍କ ନଜର ରହିଛି । ଏପଟେ ପାରା ଅଲିମ୍ପିକ୍ସ କମିଟି କହିଛି ଏଥର ଖେଳାଳି କମାଲ କରି ଇତିହାସ ଲେଖିବେ ଏବଂ ଅଧିକ ପଦକ ଜିତିକି ଦେଶକୁ ଫେରିବେ ।
ପାରା ଅଲିମ୍ପିକ୍ସ କମିଟି ଅଧ୍ୟକ୍ଷ ଭାବେ ନୂଆ ପଦବୀ ଏବଂ ନୂଆ ଦାୟିତ୍ବ ଭାର ସହ ଭଆରତୀୟ ଆଥଲେଟଙ୍କ ସହିତ ପ୍ୟାରିସ ପହଞ୍ଚିଛନ୍ତି ପଦ୍ମଭୂଷଣ ଦେବେନ୍ଦ୍ର ଝାଝରିଆ । ସେ କହିଛନ୍ତି କି, "ଭାରତୀୟ ଟିମ୍ ଏଥର ସବୁଠୁ ଶ୍ରେଷ୍ଠ ପ୍ରଦର୍ଶନ ଦେବ । 25 ପଦକ ଜିତି ଟପ୍-20 ଦେଶ ମଧ୍ୟରେ ସାମଲ ହେବାର ଲକ୍ଷ୍ୟ ରହିଛି । ସମସ୍ତ ଖେଳାଳି ପାରା ଅଲିମ୍ପିକ୍ସ ପାଇଁ ଉତ୍ସାହିତ ଅଛନ୍ତି । ଆମକୁ ବିଶ୍ବାସ 145 କୋଟି ଦେଶବାସୀଙ୍କ ଆଶା ଆକଂକ୍ଷାକୁ ପୂରଣ କରିବୁ ।"