ETV Bharat / health

କେତେ ବିପଦଜ୍ଜନକ ପେଟରେ ଅଲ୍‌ସର ? ଜାଣନ୍ତୁ ଏହି ରୋଗୀ କ'ଣ ଖାଇବା ଉଚିତ୍ - Meals for Ulcer patients

author img

By ETV Bharat Health Team

Published : 9 hours ago

Meals for ulcer patients: ପାକସ୍ଥଳୀ କିମ୍ବା କ୍ଷୁଦ୍ରାନ୍ତର ପ୍ରଥମ ଭାଗରେ ଯଦି ଘା' ହୋଇଯାଏ ତାକୁ ଅଲ୍‌ସର କୁହାଯାଏ । ଏହାକୁ ସାଧାରଣ ରୋଗ ଭାବି ଅଣଦେଖା କରିବା ଉଚିତ୍ ନୁହେଁ । ତେବେ କାହିଁକି ହୁଏ ଅଲ୍‌ସର ଏବଂ ଏହି ରୋଗୀ କ'ଣ ଖାଦ୍ୟ ଖାଇବା ଉଚିତ୍, ଜାଣନ୍ତୁ

ପେଟରେ କାହିଁକି ହୁଏ ଅଲ୍‌ସର ? ଏହି ରୋଗୀ କ'ଣ ଖାଦ୍ୟ ଖାଇବା ଉଚିତ୍
ପେଟରେ କାହିଁକି ହୁଏ ଅଲ୍‌ସର ? ଏହି ରୋଗୀ କ'ଣ ଖାଦ୍ୟ ଖାଇବା ଉଚିତ୍ (ETV Bharat)

ଆଧୁନିକ ଜୀବନଶୈଳୀ ଓ ଖରାପ ଖାଦ୍ୟପେୟ ଯୋଗୁଁ ଏବେ ନାନା ପ୍ରକାର ପେଟ ରୋଗ ଦେଖିବାକୁ ମିଳୁଛି । ତା' ମଧ୍ୟରୁ ଅନ୍ୟତମ ଅଲ୍‌ସର । ପାକସ୍ଥଳୀ କିମ୍ବା କ୍ଷୁଦ୍ରାନ୍ତର ପ୍ରଥମ ଭାଗରେ ଯଦି ଘା' ହୋଇଯାଏ ତାକୁ ଅଲ୍‌ସର କୁହାଯାଏ । ଏହାକୁ ପେପ୍‌ଟିକ ଅଲ୍‌ସର ମଧ୍ୟ କୁହନ୍ତି । ଅଲ୍‌ସରକୁ ସାଧାରଣ ରୋଗ ଭାବି ଅଣଦେଖା କରିବା ଉଚିତ୍ ନୁହେଁ । ଠିକ୍ ସମୟରେ ଏହାର ଚିକିତ୍ସା ନ କଲେ ଏହା ଘାତକ କ୍ୟାନ୍ସରରେ ପରିଣତ ହେବାର ସମ୍ଭାବନା ରହିଛି ।

ଭୋପାଳର ବରିଷ୍ଠ ଫିଜିସିଆନ ଡଃ ରାଜେଶ ଶର୍ମା କହିଛନ୍ତି, ପେପ୍‌ଟିକ ଅଲ୍‌ସରରେ ପେଟର ଆଭ୍ୟନ୍ତରୀଣ ଅଂଶ ବିଶେଷକରି କ୍ଷୁଦ୍ର ଅନ୍ତଃନଳୀରେ ଘା' ହେବାକୁ ଲାଗିଥାଏ । ଏହାର ଠିକ୍ ସମୟରେ ଚିକିତ୍ସା କରାନଗଲେ ଏହି ଘା' ବଢିଯାଏ । ଡାକ୍ତରଙ୍କ କହିବା ଅନୁସାରେ, ପେଟରେ ଅଲ୍‌ସର ହେବାର ଦୁଇଟି ମୁଖ୍ୟ କାରଣ ରହିଛି । ଗୋଟିଏ ହେଲା- ଇବୁପ୍ରୋଫେନ, ନାପ୍ରୋକ୍ସେନ ବା ଏସ୍ପିରିନ ଭଳି ଷ୍ଟେରଏଡ ବିହୀନ ଆଣ୍ଟି ଇନଫ୍ରାମେଟୋରୀ ଔଷଧର ହାଇ ଡୋଜ୍ ସେବନ କିମ୍ବା ଲଗାତାର ବ୍ୟବହାର । ଦ୍ବିତୀୟରେ- ହେଲିକୋବ୍ୟାକ୍ଟର ପାଇଲୋରି ନାମକ ବ୍ୟାକ୍ଟେରିଆ ସଂକ୍ରମଣ । କିଛି ଲୋକଙ୍କଠାରେ ଅଲ୍‌ସର ହେବାର ଆଶଙ୍କା ଅଧିକ ରହିଥାଏ, ଯେମିତିକି- ଯେଉଁମାନେ ଅଧିକ ମଦ ଓ ଧୂମ୍ରପାନ କରନ୍ତି, ଅମ୍ଲୀୟ ଖାଦ୍ୟପାନୀୟ ଅଧିକ ସେବନ କରନ୍ତି ।

ଅଲ୍‌ସର ଲକ୍ଷଣ:

ଡାକ୍ତରଙ୍କ କହିବା କଥା, 70 ପ୍ରତିଶତ ପେଟ ଅଲ୍‌ସର ବିନା ଲକ୍ଷଣ ଯୁକ୍ତ ହୋଇଥାଏ । ହେଲେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଏ, ସେଥିମଧ୍ୟରେ ଛାତିରେ ଜଳାପୋଡା ହେବା, ପେଟ ଫୁଲିବା, ପେଟରେ ଗ୍ୟାସ ହେବା, ଅଳ୍ପ ଖାଇଲେ ପେଟ ଫୁଲିଯିବା, କଳା ମଳ ହେବା, କେବେକେବେ ରକ୍ତ ପଡିବା, ବାନ୍ତି ଲାଗିବା ଏବଂ ଓଜନ ହ୍ରାସ ଇତ୍ୟାଦି ଅନ୍ତର୍ଭୁକ୍ତ । ପେଟରେ ଯନ୍ତ୍ରଣା ହେବା ଅଲ୍‌ସରର ଏକ ସାଧାରଣ ଲକ୍ଷଣ ଅଟେ ।

  • ପେଟ ଫୁଲ୍ ଲାଗିବା
  • ଦେହ ବୁଲାଇବା
  • ବାନ୍ତି ହେବା
  • ରକ୍ତ କିମ୍ବା କଳା ରଙ୍ଗର ମଳତ୍ୟାଗ
  • ଛାତିରେ ଯନ୍ତ୍ରଣା
  • ଥକ୍କାପଣ
  • ରକ୍ତବାନ୍ତି ହେବା
  • ଓଜନ କମିବା
  • ଲଗାତାର ଛାତି ଜଳାପୋଡା କରିବା

ପେପ୍‌ଟିକ ଅଲ୍‌ସର କାରଣ:

ପେପଟିକ ଅଲ୍‌ସର ବା ପେଟରେ ଘା' ହେବାର ଅନେକ କାରଣ ଥାଇପାରେ । ଅସ୍ବାସ୍ଥ୍ୟକର ଖାଦ୍ୟ, ବିଶେଷକରି ତେଲ ମସାଲା ଯୁକ୍ତ ଖାଦ୍ୟ ସେବନ, ଠିକ୍ ସମୟରେ ନ ଖାଇବା, ଅଧିକ ମଦ ଓ ଧୂମ୍ରପାନ କରିବା, ଖରାପ ଜୀବନଶୈଳୀ, କୌଣସି ପ୍ରକାର ଔଷଧର ପାର୍ଶ୍ବ ପ୍ରତିକ୍ରିୟା ତଥା ଲିଭର, ଫୁସଫୁସ୍ ଓ କିଡନୀ ସହ ଜଡିତ ରୋଗ ହେବା ଇତ୍ୟାଦି କାରଣ ହୋଇପାରେ । ଅନେକ ସମୟରେ ହେଲିକୋବ୍ୟାକ୍ଟର ପାଇଲୋରି ବ୍ୟାକ୍ଟେରିଆ କାରଣରୁ ମଧ୍ୟ ଏହି ସମସ୍ୟା ହୋଇପାରେ । ଏହି ବ୍ୟାକ୍ଟେରିଆ ପେଟରେ ଖାଦ୍ୟ ହଜମରେ ସାହାଯ୍ୟ କରୁଥିବା ଅମ୍ଲ କ୍ଷମତାକୁ କମ୍ କରିଥାଏ ।

ପେଟରେ ଅଲ୍‌ସର ହେଲେ ଖାଆନ୍ତୁ ଏହି ଖାଦ୍ୟ:

ଡଃ ରାଜେଶ ଶର୍ମାଙ୍କ କହିବା କଥା, ପେଟରେ ଅଲ୍‌ସର ଭଲ କରିବା ପାଇଁ କୌଣସି ସ୍ବତନ୍ତ୍ର ଖାଦ୍ୟ ସମ୍ପର୍କରେ କୁହାଯାଇନାହିଁ । ହେଲେ ଏକ ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡେ ଯେ, ଉଚ୍ଚ ଫାଇବର ଯୁକ୍ତ ଖାଦ୍ୟ ଅଲ୍‌ସରରୁ ରକ୍ଷା କରିବାରେ ଲାଭଦାୟକ ହୋଇପାରେ । ଏହି ଦୃଷ୍ଟିରୁ ବ୍ରୋକଲି, ଫୁଲକୋବି, ପତ୍ରଯୁକ୍ତ ପରିବା ନିଜ ଖାଦ୍ୟରେ ସାମିଲ କରିବା ଭଲ । ପ୍ରତିଦିନ 20ରୁ 30 ଗ୍ରାମ ଫାଇବର ଖାଇବା ଦ୍ବାରା ଅଲ୍‌ସର ରୋକିବାରେ ସହାୟତା ମିଳିପାରେ ।

ଦହି: ବୈଜ୍ଞାନିକ ଗବେଷଣାରୁ ଜଣାପଡେ, ଦହି ଭଳି ପ୍ରୋବାୟୋଟିକ ଖାଦ୍ୟପଦାର୍ଥ ପେଟରେ ଅଲ୍‌ସର ଭଲ କରିବାରେ ସହାୟକ ହୋଇପାରେ । ଖାସ୍ କରି ହେଲିକୋବ୍ୟାକ୍ଟର ପାଇଲୋରି ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ହୋଇଥିବା ଅଲ୍‌ସର ପାଇଁ ଏହା ଲାଭଦାୟକ । ପ୍ରୋବୋୟୋଟିକ ଖାଦ୍ୟରେ ଥିବା ଭଲ ବ୍ୟାକ୍ଟେରିଆ ଅନ୍ତଃନଳୀରେ ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ ।

ମାଛ: ଭିଟାମିନ-ଏରେ ଭରପୂର ଖାଦ୍ୟ ପେଟରେ ଅଲ୍‌ସର ଠିକ୍ କରିବାରେ ସାହାଯ୍ୟ କରିପାରେ । ଚର୍ବି ଯୁକ୍ତ ମାଛ ଭିଟାମିନ-ଏର ଏକ ଭଲ ଉତ୍ସ । ଅଣ୍ଡା, କନ୍ଦମୂଳ ଓ ଆମ୍ବରୁ ମଧ୍ୟ ପ୍ରଚୁର ଭିଟାମିନ-ଏ ମିଳେ ।

ସେଓ, କଦଳୀ, ପିଜୁଳି ଓ ତରଭୁଜ: ଖଟା ଫଳ ଯେମିତିକି କମଳା, ଲେମ୍ବୁ, ଅଙ୍ଗୁର ଇତ୍ୟାଦି ଅମ୍ଲୀୟ ହୋଇଥିବାରୁ ପେଟରେ ଅଲ୍‌ସରକୁ ବଢାଇପାରନ୍ତି । ତେଣୁ ଏହା ବଦଳରେ ସେଓ ଓ କଦଳୀ ଭଳି ଅଣ ଅମ୍ଲୀୟ ଫଳ ଖାଇବା ଉଚିତ୍ । ତରଭୁଜରେ ଅଧିକ ପାଣି ରହୁଥିବାରୁ ଏହା ପେଟକୁ ଥଣ୍ଡା ରଖେ ଓ ମଳତ୍ୟାଗ ବେଳେ ହେଉଥିବା ପୋଡାଜଳା କମ୍ କରେ ।

https://www.ncbi.nlm.nih.gov/pmc/articles/PMC3249913/

ଡାକ୍ତର ରାଜେଶ କହିଛନ୍ତି, ପେପଟିକ ଅଲ୍‌ସର ହେଲେ ନିଜ ଖାଦ୍ୟପେୟର ବିଶେଷ ଧ୍ୟାନ ରଖିବା ଅତି ଜରୁରୀ । ଏହି ସମୟରେ ତେଲ ଛଣା ଖାଦ୍ୟ, ଲେମ୍ବୁ ଭଳି ଖଟା ଜିନିଷ, ଲାଲ୍ ଲଙ୍କା, କାଫିନ ଯୁକ୍ତ ସୋଡା, ଚକୋଲେଟ, କଫି, କୋଲ୍ଡ ଡ୍ରିଙ୍କ୍ସ, ମଦ, ସିଗାରେଟ ଇତ୍ୟାଦିରୁ ଦୂରେଇ ରହିବା ଉଚିତ୍ । ଏଥିସହ ନିଜର ଜୀବନଶୈଳୀ ମଧ୍ୟ ଠିକ୍ ରଖିବା ଜରୁରୀ । ଯେମିତିକି, ବିଳମ୍ବିତ ରାତିରେ ନ ଖାଇବା, ଠିକ୍ ସମୟରେ ସନ୍ତୁଳିତ ଖାଦ୍ୟ ଗ୍ରହଣ, ଠିକ୍ ସମୟରେ ଶୋଇବା ଓ ଉଠିବା ଏବଂ ଚିନ୍ତାରୁ ଦୂରେଇ ରହିବା ଆବଶ୍ୟକ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ପ୍ରକାର ଔଷଧ ନ ଖାଇବା ଉଚିତ୍ ।

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି: ପାଣି ଭିତରେ କେମିତି ହୁଏ ଶିଶୁ ଜନ୍ମ, ଏହା କେତେ ସୁରକ୍ଷିତ ? - First water delivery in Odisha

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.