ETV Bharat / sports

Watch: ଶାହାରୁଖ ଖାନଙ୍କ ଟିମର 21ବର୍ଷୀୟ ବ୍ୟାଟର ମାରିଲେ 124 ମିଟର ଲମ୍ବା ଛକା, ଷ୍ଟାଡିୟମ୍ ବାହାରକୁ ଗଲା ବଲ୍ - LONGEST SIX IN HISTORY - LONGEST SIX IN HISTORY

124 METER SIX: ସିପିଏଲ୍ 2024ରେ ଶାହାରୁଖ ଖାନଙ୍କ ଟିମ୍ ଟ୍ରିନବାଗୋ ନାଇଟ ରାଇଡର୍ସର ଓପନର ବ୍ୟାଟର ସକିରେ ପ୍ୟାରିସ ମାରିଛନ୍ତି 124 ମିଟର ଲମ୍ବା ଛକା । ଅଧିକ ପଢନ୍ତୁ

124 Meter Six
124 Meter Six ((Getty Images))
author img

By ETV Bharat Sports Team

Published : Sep 19, 2024, 4:16 PM IST

Updated : Sep 19, 2024, 7:25 PM IST

ହାଇଦ୍ରାବାଦ: କାରବିଆନ ପ୍ରିମିୟର ଲିଗରେ ରେକର୍ଡ । 21 ବର୍ଷୀୟ ବ୍ୟାଟର ମାରିଲେ ଷ୍ଟାଡିୟମ୍ ପାର ଛକା । ଲେଖିଲେ ଲମ୍ବା ଛକା ମାରିଥିବା ବ୍ୟାଟର ଲିଷ୍ଟରେ ନିଜ ନାମ । କାରବିଆନ ପ୍ରିମିୟର ଲିଗ୍ 2024ର 19 ତମ ମ୍ୟାଚରେ ଦେଖିବାକୁ ମିଳିଛି ବିଶାଳ ଛକା ।

ଏହି ବି ପଢନ୍ତୁ- 6,6,6,6,6,6... ଇଂଲଣ୍ଡର ଗର୍ବ ଭାଙ୍ଗିଥିଲେ ଯୁବରାଜ, 6 ବଲରେ 6 ଛକା - Six Sixes In An Over

ଟ୍ରିନବାଗୋ ନାଇଟ ରାଇଡର୍ସ ଏବଂ ଗୁୟାନା ଆମାଜନ ଓ୍ବାରିଅର୍ସ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଶାହାରୁଖ ଖାନଙ୍କ ଟିମ୍ ଟ୍ରିନବାଗୋ ନାଇଟ ରାଇଡର୍ସର ଓପନର ବ୍ୟାଟର ସକିରେ ପ୍ୟାରିସ ମାରିଛନ୍ତି 124 ମିଟର ଲମ୍ବା ଷ୍ଟାଡିୟମ ପାର ବଡ ଛକା । 29 ବଲରେ 29 ରନ ସ୍କୋର କରିଥିବା 21 ବର୍ଷୀୟ ପ୍ୟାରିସ ଦୁଇଟି ଛକା ଏବଂ 2ଟି ଚୌକା ମାରିଥିଲେ ।

ଏହି ବି ପଢନ୍ତୁ- ‘ମୋତେ କାହିଁକି ବଲ ମାରୁଛ’...ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ ! ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ୍ ଦାସ - Rishabh Pant vs Litton Das

ମ୍ୟାଚ ଆରମ୍ଭରୁ ଟସ୍ ଜିତି ଟ୍ରିନବାଗୋ ନାଇଟ ରାଇଡର୍ସ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପରେ ପ୍ରଥମେ ବ୍ୟାଟିଂ କରି ଗୁୟାନା ଆମାଜନ ଓ୍ବାରିଅର୍ସ ଟିମ 7 ଓ୍ବିକେଟ ହରାଇ 20 ଓଭର ବ୍ୟାଟିଂ କରି 148 ରନ ସ୍କୋର କରିଥିଲା । ଦଳ ପକ୍ଷରୁ ଟିମ୍ ରବିନସନ୍ 34 ରନ ସ୍କୋର କରିଥିବା ବେଳେ ରାମାରାଓ ସେପହର୍ଡ 51 ରନ ସ୍କୋର କରିଥିଲେ । ଜବାବରେ ଟ୍ରିନବାଗୋ ନାଇଟ ରାଇଡର୍ସ19.2 ଓଭର ବ୍ୟାଟିଂ କରି 5 ଓ୍ବିକେଟ ବିନିମୟରେ 149 ରନ ସ୍କୋର କରି ବିଜୟୀ ହୋଇଥିଲା ।

ଏହି ବି ପଢନ୍ତୁ- ଚେପକ୍ ଲଢେଇ; ଭାରତର ବ୍ୟାଟିଂ ବିପର୍ଯ୍ୟୟ, ବାଂଲାଦେଶର ଜବରଦସ୍ତ ବୋଲିଂ, ଫେଲମାରିଲେ କୋହଲି-ଗିଲ୍-ରୋହିତ - IND vs BAN 1st Test

ଚେଜିଂ ସମୟରେ 2.4 ଓଭରରେ ଦଳୀୟ ସ୍କୋର ଏକ ଓ୍ବିକେଟ ବିନିମୟରେ 16 ରନ ଥିବା ସମୟରେ 124 ମିଟର ଲମ୍ବା ଛକା ମାରିଥିଲେ ପ୍ୟାରିସ । ସେହି ସମୟରେ ପ୍ୟାରିସ 5ଟି ବଲ ଖେଳି 3 ରନ ସ୍କୋର କରିଥିଲେ । ଏହି ମ୍ୟାଚରେ ଟ୍ରିନବାଗୋ ନାଇଟ ରାଇଡର୍ସ ପକ୍ଷରୁ ଟିମ୍ ଡେଭିଡ 31 ଏବଂ ଆଣ୍ଡ୍ରୁ ରସେଲ 36 ରନ ସ୍କୋର କରିଥିଲେ ।

ଏହି ବି ପଢନ୍ତୁ-ବାଂଲାଦେଶ ବିପକ୍ଷ ସିରିଜ ହେବ 'ରେକର୍ଡ ବ୍ରୋକର ସିରିଜ୍‌'; ଅନେକ ରେକର୍ଡ ଭାଙ୍ଗିବେ ଏହି ଷ୍ଟାର ଖେଳାଳି - India vs Bangladesh Test

ଦମଦାର ବ୍ୟାଟିଂ ପାଇଁ ଆଣ୍ଡ୍ରୁ ରସେଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଆଓ୍ବାର୍ଡ ମିଳିଛି । ମ୍ୟାଚ ଶେଷରେ ଦୁଇ ବଲରେ ଦୁଇ ଛକା ମାରି ମ୍ୟାଚ ଜିତାଇଥିଲେ ଟିମ୍ ଡାଭିଡ୍ । ତେବେ ରସେଲ ମ୍ୟାଚରେ 2 ଓଭର ବୋଲିଂ କରି 20 ରନ ବିନିମୟ କରିଥିବା ବେଳେ ବ୍ୟାଟିଂରେ 15 ବଲରୁ ବିସ୍ଫୋରକ 36 ରନ ସ୍କୋର କରିଥିଲେ ।

Last Updated : Sep 19, 2024, 7:25 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.